Posted inRasifala

ରାଶିଫଳ: ମଙ୍ଗଳବାର ,ଏପ୍ରିଲ୍‍ ୧୫ ତାରିଖ – Daily Horoscope

ମେଷ
ଆଜି ମନ ଅନୁଯାୟୀ କାମ ସମ୍ପନ୍ନ ହେବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ହିଁ ପାଇବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ତର୍କ, ଆଲୋଚନା, ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ପାଇବେ। କେତେକ କ୍ଷେତ୍ରରେ ଆପଣଙ୍କ କଠୋର ସତ୍ୟ ବ୍ୟବହାରରେ ବନ୍ଧୁ ଅଭିମାନ କରିପାରନ୍ତି।
ବୃଷ
ବୃଷ
ପରିବାରର କୌଣସି ବ୍ୟତିକ୍ରମଜନିତ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିବେ। ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ସମାଲୋଚିତ ହେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।
ମିଥୁନ
ମିଥୁନ
ପ୍ରତ୍ୟେକ କାମରେ ପ୍ରତିବନ୍ଧକ ଲାଗି ରହିବାରୁ ନିରୁତ୍ସାହତା ସୃଷ୍ଟି ହେବ। ବକେୟା ପାଇବା ପାଇଁ ଅନ୍ୟ ମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ବାକ୍‍ ଚାତୁରି ଦ୍ୱାରା ଆପ୍ୟାୟିତ କରି ବନ୍ଧୁଙ୍କଠାରୁ କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ନୀତିଗତ କାମରୁ ପ୍ରଶଂସା ପାଇବେ କିନ୍ତୁ ପୂର୍ବପ୍ରସ୍ତୁତିରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
କର୍କଟ
କର୍କଟ
ଖର୍ଚ୍ଚ ବୃଦ୍ଧି ପାଇବା ସାଙ୍ଗକୁ ଭୁଲ୍‍ ବୁଝାମଣାଜନିତ ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ। ନିର୍ମାଣ, ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କ ହେବ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ଦୀର୍ଘଦିନର ଆଶା ଫଳବତୀ ହେବ। ମନ ପସନ୍ଦର କୌଣସି ଜିନିଷ ପାଇ ସାୟାହ୍ନେ ମନ ଖୁସି ହୋଇଯିବ।
ସି˚ହ
ସି˚ହ
ପରିବାରରେ ତର୍କବିତର୍କ କାରଣରୁ ଭାଇ, ଭଉଣୀଙ୍କ ସହ ମତାନ୍ତର ଘଟିପାରେ। ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବେ। କାର୍ଯ୍ୟବ୍ୟସ୍ତ କାରଣରୁ କୌଣସି କଥା ଠିକ୍‍ ରହିବ ନାହିଁ। ଅପେକ୍ଷା କରିଥିବା ଲୋକଟିର ଦେଖା ନ ପାଇବାରୁ ବିରକ୍ତି ଅନୁଭବ କରିପାରନ୍ତି।
କନ୍ୟା
ଅଟକିଥିବା କାମ, ପାଇବାକୁ ଥିବା ଅର୍ଥ, ବନ୍ଧୁବର୍ଗଙ୍କ ସାହାଯ୍ୟ ପାଇବାରେ ଅସୁବିଧା ହେବ ନାହିଁ। ସମସ୍ୟା ସୁଧାରିବାରେ ଜଣେ ନିମ୍ନ ବର୍ଗର ଲୋକ ସାହାଯ୍ୟ କରିବ। ଘରେ ବନ୍ଧୁ ମିଳନ ସଙ୍ଗକୁ କୌଣସି ଆଲୋଚନା ସନ୍ତୋଷଜନକ ହୋଇପାରିବ । ଆକସ୍ମିକ ଆବଶ୍ୟକତା ପୂରଣ କରିବା ପାଇଁ ଧାର ସୂତ୍ରରେ ଅର୍ଥ ଆଣିପାରନ୍ତି।
ତୁଳା
ତୁଳା
ଅତୀତ ସ୍ମୃତି ରୋମନ୍ଥନ କରି ଭାବପ୍ରବଣ ହୋଇ ପାରନ୍ତି। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ନିର୍ମାଣାଧୀନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ପଡ଼ୋଶୀଙ୍କ ଅବଦାନ ଅଭୁଲା ରହିବ।
ବିଛା
ବିଛା
ସାଧାରଣ ସମସ୍ୟାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଉତ୍ତେଜିତ ହୋଇପାରନ୍ତି। ଅନ୍ୟମାନଙ୍କ ସହ ମତାନ୍ତର କାରଣରୁ ମାନସିକ ଅବସ୍ଥା ଠିକ୍‍ ରହିବ ନାହିଁ ାିଁ ଆଜି ହିଁ ସମ୍ପନ୍ନ କରିବାକୁ ଚିନ୍ତା କରୁଥତ୍ବା କାମରେ ସଫଳତା ବିଳମ୍ବରେ ପାଇବେ। ଶିଳ୍ପ, ବାଣିଜ୍ୟ, କଳା ସାହିତ୍ୟ ଓ ରାଜନୈତିକ ସ୍ତରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଆଜି ଆପଣ ଯେଉଁ କାମ କରନ୍ତୁନା କାହିଁିକି,ସେଥିରେ ନିଶ୍ଚିତ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ଓ କୌଣସି କାମ ମଧ୍ୟ ଅଟକିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ନୂତନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ମକର
ମକର
ଆବଶ୍ୟକୀୟ ଅର୍ଥ ଯୋଗାଡ଼ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବେ। ପାରିବାରିକ ଅସ୍ଥିରତା ଦୂରେଇବାରେ ଆମତ୍ୀୟଙ୍କ ସହଯୋଗ ଜରୁରୀ ହୋଇପଡ଼ିବ। ଆନୁଷ୍ଠାନିକ କାମ, ସଭାସମିତି, ନୂତନ ଉଦ୍ୟୋଗ ଏବଂ ସାଂସ୍କୃତିକ କାମରେ ସହଭାଗୀ ହେବାକୁ ପଡ଼ିପାରେ। ଆନୁଷଙ୍ଗିକ କାମକୁ ହାସଲ ପାଇଁ ସାହାଯ୍ୟର ଦରକାର ପଡ଼ିବ ନାହିଁ।
କୁମ୍ଭ
କୁମ୍ଭ
ଅନ୍ୟମନସ୍କତା ହେତୁକ ଅଭାବନୀୟ ପରିସ୍ଥିତିକୁ ସାମ୍‍ନା କରିବେ। ଯାତ୍ରାରେ ହଇରାଣ, ବିବାଦରେ ପରାଜୟ, ଗୃହାରମ୍ଭେ କ୍ଷତି, ଔଷଧ ସେବନରେ ହାନି ପଶୁ କ୍ରୟରେ କ୍ଷତିରେ ପଡ଼ିବେ। ଯୋଜନା କାଯର୍‍ୟକାରୀ କରିବାରେ ଉପକରଣର ଅଭାବ ପରିଲକ୍ଷିତ ହେବ। ସମ୍ପର୍କୀୟଙ୍କ ସାହାଯ୍ୟରେ ମାଙ୍ଗଳିକ ଉତ୍ସବ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ମୀନମୀନ

କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଲଢ଼େଇ କରିବେ, କିନ୍ତୁ ବାହାବା ନେବ ଅନ୍ୟ ଜଣେ। ଯେ କୌଣସି କାମ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ହଇରାଣ ହେବେ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରିପାରିଲେ ଅବଶ୍ୟ ସଫଳତା ନିଶ୍ଚିତ ମିଳିବ। ମାତ୍ରାଧିକ ଭ୍ରମଣ ଯୋଗୁ କ୍ଲାନ୍ତି ଅନୁଭବଜନିତ ସ୍ବାସ୍ଥ୍ୟହାନି ଘଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri