Posted inRasifala

ରାଶିଫଳ: ଶନିବାର , ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ
ଆଜି ପଦାଧିକାରୀଙ୍କ ପ୍ରୋତ୍ସାହନ ଲାଭକରି କାମକୁ ଉତ୍ସାହର ସହ କରିବେ। ପ୍ରତ୍ୟେକ ଦିଗରୁ ସୁବିଧା ଥିଲେ ମଧ୍ୟ ଭୁଲ୍‍ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। ଈର୍ଷାପରାୟଣ ବ୍ୟକ୍ତିମାନେ ଅସହିଷ୍ଣୁ ପରୋକ୍ଷ ଶତ୍ରୁତା ଆଚରଣ କରିବେ। ବନ୍ଧୁ କିମ୍ବା ସହକର୍ମୀଙ୍କ ପ୍ରେରଣାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‍ବୁଦ୍ଧ ହୋଇପାରନ୍ତି।
ବୃଷ
ବୃଷ
ଅର୍ଥ ସଂକଟ, ସ୍ବାସ୍ଥ୍ୟ ସମସ୍ୟା, କାର୍ଯ୍ୟରେ ବିଳମ୍ବଜନିତ ମାନସିକ ଅଶାନ୍ତି ସୃଷ୍ଟି ହେବ ା ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି କାମକୁ ଅଟକାଇ ରଖିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ଝମେଲା ଆସିପାରେ। ଅବଶ୍ୟ ସମୟାନ୍ତରରେ ଟେନସନ୍‍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି କାମ ହାସଲରେ ସମର୍ଥ ହେବେ। ଅସାବଧାନତା କାରଣରୁ ଟଙ୍କା କିମ୍ବା କାଗଜ ପତ୍ର ହଜିଯାଇପାରେ। ଆନୁଷ୍ଠାନିକ କାମ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯାଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବାର ସୂଚନା ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିବାରୁ ସାମୟିକ ଚିନ୍ତିତ ରହିବେ। ସାଧାରଣ କଥାରେ କ୍ରୋଧ ପ୍ରକାଶ କରି ବନ୍ଧୁ ମୁହଁ ଫଣ ଫଣ କରିପାରନ୍ତି। ଆନୁଷ୍ଠାନିକ କାମ, ମନୋରଞ୍ଜନ, ଆଧ୍ୟାତ୍ମିକ ଆଲୋଚନା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅବସର ସମୟରେ ପିଲାଙ୍କ ସହ ବନ୍ଧୁଙ୍କ ସଙ୍ଗରେ ଆଲୋଚନା କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ବାଣିଜ୍ୟ, ପରିବହନ, ପ୍ରଶାସନ ଏବଂ ଯୋଗାଯୋଗ କ୍ଷେତ୍ରରୁ ଉପକୃତ ହୋଇପାରନ୍ତି। ସାମୟିକ ଭାବରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି। ପ୍ରତିବେଶୀଙ୍କ ସହିତ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ସକାଳୁ ସାମାନ୍ୟ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନାନ୍ତର ଘଟିପାରେ। ଏଣେ କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କଥା କହି ନାସ୍ତିବାଣୀ ଶୁଣାଇପାରେ। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚିନ୍ତା ବଢ଼ିପାରେ।
ତୁଳା
ତୁଳା
ଆଜି ବନ୍ଧୁଙ୍କ ଜରିଆରେ କୌଣସି ଶୁଭ ଖବର ପାଇ ସକାଳ ସମୟଟି ଭଲରେ ଅତିବାହିତ ହେବ। ବିଭିନ୍ନ ଯୋଜନାର କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ। ସନ୍ତାନଙ୍କ ବିବାହ ବିଷୟକୁ କେନ୍ଦ୍ରକରି ସମସ୍ୟା ଲାଗି ରହିବା ସହ ମନୋବଳ କମିଯାଇପାରେ।
ବିଛା
ବିଛା
ଅତୀତ ସ୍ମୃତିଚାରଣ କରି ମାନସିକ ସ୍ତରରେ ବିଚଳିତ ବୋଧ କରିବେ। ଅଧିକ ସମୟ ପରିସ୍ଥିତିକୁ ନଜର ରଖି ନୀରବ ରହିବାକୁ ପସନ୍ଦ କରିପାରନ୍ତି। ଆଜିର ଫେରନ୍ତା ବାଟରେ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ରକ୍ତଚାପ କିମ୍ବା ଡାଇବେଟିସ୍‍ଜନିତ ରୋଗରେ ପୀଡା ବୃଦ୍ଧି ପାଇପାରେ ା
ଧନୁ
ଧନୁ
ସମ୍ପର୍କୀୟଙ୍କ ବେଖାତିର ମନୋଭାବ ସାଙ୍ଗକୁ ମର୍ମଭେଦୀ ବାକ୍ୟବାଣରେ ଅତିଷ୍ଠ ହେବେ। ଅଧସ୍ତନ କର୍ମଚାରୀଙ୍କୁ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ଆଣ୍ଠୁଗଣ୍ଠି ବାତ ଜନିତ ରୋଗରେ କଷ୍ଟ ପାଇପାରନ୍ତି। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବାକୁ ପଡ଼ିବ।
ମକର
ମକର
ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି। ଏହା ସାଙ୍ଗକୁ ପାରିବାରିିକ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସଭାସମିତି, କଳା ସାହିତ୍ୟ, ଆନୁଷ୍ଠାନିକ କାମରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ବ୍ୟବସାୟ ମାନ୍ଦା ହେବ ନାହିଁ କିନ୍ତୁ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ନ ହୋଇପାରେ।
କୁମ୍ଭ
କୁମ୍ଭ
ଅର୍ଥବଳ ସହ ଓଜନଦାର କଥାରେ କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ବନ୍ଧୁଙ୍କ ସହାୟତାରେ ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ଆଲୋଚନା ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଦୀର୍ଘ ସମୟ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମୀନମୀନ

ଆଜି ଦିନଟିରେ ଆର୍ଥିକ ଉନ୍ନତି, ଜମିଜମା ସମ୍ପର୍କୀୟ କାର୍ଯ୍ୟରେ ଅଗ୍ରଗତି ଘଟିବ। କିନ୍ତୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ପରିସ୍ଥିତିରେ ପଡ଼ି ପଡ଼ୋଶୀଙ୍କ ଆଗରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟା ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri