Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ

ଆଜି ଗୁରୁଦୃଷ୍ଟ ଚନ୍ଦ୍ର ପରିବାରିକ କ୍ଷେତ୍ର,ନୂତନ ବନ୍ଧୁ ସମ୍ପର୍କ,ଧାର୍ମିକ କାଯର୍‍ୟ,ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। ଆକସ୍ମିକ ଭାବରେ ସକାଳୁ ସକାଳୁ ବନ୍ଧୁଙ୍କ  ସହ ସୁଖଭ୍ରମଣ  ଯୋଗ ରହିଛି  ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ । କିୁ କର୍ମକ୍ଷେତ୍ରରେ ସହକର୍ମୀମାନେ ସୁବିଧାବାଦୀ ଭଳି କାମ କରିପାରି  ।

ବୃଷ
ବୃଷ
ଉଚ୍ଚାରୋହୀ ରବିଙ୍କ ସୁପ୍ରଭାବରେ ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦର ଅବସାନ ଘଟିବ। ସହକର୍ମୀମାନଙ୍କ ଅସହଯୋଗ ଜନିତ କାମଗୁଡିକ ସଂପର୍ଣ୍ଣ ହେବା କଷ୍ଟକର ହୋଇପାରେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି । ବାଣିଜ୍ୟ ,ବ୍ୟବସାୟ କ୍ଷେତ୍ର ଭଲ ରହିବା ସହ ଆର୍ଥିକ ଅଭିବୃଦ୍ଧି ଜନିତ ମନ ଖୁସୀ ରହିବ ।
ମିଥୁନ
ମିଥୁନ

ଧନାଧିପତି ଚନ୍ଦ୍ର ଚତୁର୍ଥକେନ୍ଦ୍ରରେ କେତୁ ଯୁକ୍ତ ହେତୁ ଅର୍ଥପ୍ରାପ୍ତିର ମାର୍ଗକୁ ଅବରୁଦ୍ଧ କରିଦେଇପାରି। କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମ କାରଣରୁ ଅନ୍ୟକୁ କୈଫୟତ୍‍ ଦେବାକୁ ପଡିପାରେ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ। କଳା, ସାହିତ୍ଯ ଓ ସଂଗୀତ ତଥା ସାଂସ୍କୃତିକ କାଯର୍‍ୟକ୍ରମରେ ସୁନାମ ଅର୍ଜନ କରିପାରନ୍ତି ।

କର୍କଟ
କର୍କଟ

ବନ୍ଧୁକାରକ ବୁଧ ବୁଧାଦିତ୍ଯ ଯୋଗଯୁକ୍ତ ହେତୁ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ। ଏହା ସଙ୍ଗକୁ  ପାଖପଡୋଶୀଙ୍କ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରି। ନବମସ୍ଥ ରାହୁ ଦର୍ଶନୀୟ ଭ୍ରମଣ କରାଇବା ସଙ୍ଗକୁ ଧର୍ମକାଯର୍‍ୟରେ ନିୟୋଜିତ କରିପାରନ୍ତି ।

ସି˚ହ
ସି˚ହ

ବାଣୀକାରକ ବୁଧଙ୍କ ପ୍ରଭାବରେ କଥାରେ ପ୍ରଲୋବତା ସଭାସମିତି ଓ ଆଲୋଚନା ପାଇଁ ପ୍ରଶଂସାର କାରଣ ହେବ। ଯାତ୍ରା କାଳରେ  ସତର୍କ  ନ ହେଲେ ଠକାମିରେ ପଡିପାରନ୍ତି। ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡାଇବାକୁ ଯାଇ ଅନ୍ୟକୁ ମିଥ୍ଯା କୈଫୟତ୍‍ ଦେବାକୁ ପଡିପାରେ । ସାନଭାବ କାରକ ବୃହସ୍ପତି ନିଜ ଭାବରୁ ଦୁଃସ୍ଥାନସ୍ଥ ଯୋଗୁଁ ସାନଙ୍କ ସମସ୍ୟାର କାରଣ ହୋଇପାରେ

କନ୍ୟା

ଆଜିର ଅନୁକୂଳ ଗ୍ରହସ୍ଥିତି ହେତୁ ଯାହା କରିବେ ସବୁଥିରେ ସଫଳତା ଅବଶମ୍ଭାବୀ। କର୍ମକ୍ଷେତ୍ରରେ  ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।ପରିବହନ,ପ୍ରକାଶନ,ସାମ୍ବାଦିକତା ତଥା ରପ୍ତାନି ବାଣିଜ୍ଯରେ ଉନ୍ନତି ଘଟିବ। ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।

ତୁଳା
ତୁଳା
କୋଣଭାବସ୍ଥ ଶନିଶ୍ଚର ଆଇନ,ଅଦାଲତ,ଧର୍ମକାର୍ଯ୍ୟ ,ଓ ଲୋକସମ୍ପର୍କ ସୃଷ୍ଟି ଦିଗରେ ସୁଫଳ ପ୍ରଦାନ କରିବେ। ସମସ୍ୟା ଗୁଡିକୁ ସମାଧାନ କରିବା ଦିଗରେ ଧର୍ଯ୍ୟହରା ନହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ଯ, ବ୍ଯବସାୟ, କ୍ଷେତ୍ରରେ ଆତ୍ମନିର୍ଭଶିଳ ହୋଇପାରି। ସାମାଜିକ ସ୍ତରରେ ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି ।
ବିଛା
ବିଛା

ଧନାଧିପଙ୍କ ସ୍ଥିତିର କୁପ୍ରଭାବରେ ସତର୍କତା ଅଭାବରୁ ଧନହାନୀର ଆଶଙ୍କା ରହିଛି। ସାଧାରଣକଥାରେ ବିରକ୍ତି ପ୍ରକାଶ କରି କଛି କହିଲେ ଅନର୍ଥସୃଷ୍ଟି ହୋଇପାରେ। ପରିବାରରେ ଭୁଲ୍‍ ବୁଝାମଣା  ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ଅନ୍ୟଥା ନିଜେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି ।

ଧନୁ
ଧନୁ
କେନ୍ଦ୍ରସ୍ଥ ପାପଗ୍ରହଙ୍କ ପ୍ରଭାବରୁ କୈାଣସି କାମ ସହଜ କିମ୍ବା ସୁବିଧାରେ ସମ୍ପନ୍ନ୍‍ ହୋଇପାରିବ ନାହିଁ। ଅଧିକାଂଶ ସମୟ ଟେନ୍ସନ ଲାଗି ରହିବା କାରଣରୁ ମାନସିକ ଶାନ୍ତି ନଷ୍ଟ ହେବ । ଅବଶ୍ୟ ନୂତନ କର୍ମସସ୍ଥାନ ପାଇଁ ମନ ବଳିବ ଏବଂ ତଦନୁଯାୟୀ କାମ କଲେ ଉପକୃତ ହେବେ। ପରିବାରର ବରାଦ ଅନୁଯାୟୀ ନୂତନ  ଗୃହଉପକରଣ କିମ୍ବା ଯାନ୍ତ୍ରିକ ଜିନିଷ  କ୍ରୟ କରିପାରନ୍ତି  ।
ମକର
ମକର

ମଙ୍ଗଳ ନିଜ ରାଶିକୁ ଦେଖୁଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ଜନିତ ମନ ଉତେଜନାପୂର୍ଣ୍ଣ ରହିବ। ବିଦେଶଯାତ୍ରା,ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା, ଆନୁଷ୍ଠାନିକ କାମ ସକାଶେ ମଧ୍ୟ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଯୋଗୁଁ କାର୍ଯ୍ୟରେ ଅଗ୍ରଗତି ହୋଇ ପାରିବ ନାହିଁ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ।

କୁମ୍ଭ
କୁମ୍ଭ
ରାଶିରେ ମଙ୍ଗଳ ଅବସ୍ଥାନ କରିଥିବାରୁ ଘରେ ପିଲାମାନଙ୍କ  ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ରାହୁଙ୍କ ସୁପ୍ରଭାବରୁ ଶତ୍ରୁନାଶ,ଋଣ ପରିଶୋଧ,କାର୍ଯ୍ୟସିଦ୍ଧି ସହ ରାଜନୈତିକ କ୍ଷେତ୍ରକୁ ଋଦ୍ଧିମ କରାଇବ। ଅତ୍ୟାବଶକ ଜିନିଷଟି ପାଖରେ ନଥିବା କାରଣରୁ ଅନ୍ୟ ମାନଙ୍କ ସହ ତର୍କ ଓ ବିବାଦ ବଢ଼ିପାରେ। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବାର ଆଶା ରହିଛି ।
ମୀନମୀନ

ବିଭିନ୍ନ ପ୍ରକାରର ସମସ୍ୟା ଓ ପ୍ରତିବନ୍ଧକକୁ ସାମନା କରି କାମ ହାସଲ କରିବେ। ରାଶିରେ ଚତୁଃଗ୍ରହ ଜନିତ ରାଜଯୋଗ କାରଣରୁ ବିଶିଷ୍ଟବ୍ୟକ୍ତି ମାନଙ୍କ ସାନିଧ୍ୟ ଲାଭ କରିପାରିବେ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କରାଯାଇପାରେ । ବନ୍ଧୁମାନଙ୍କ ସହ ତୀର୍ଥଯୋଗ ନିଶ୍ଚିତ ଫଳପ୍ରଦ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri