Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୩ ତାରିଖ – Daily Horoscope

ମେଷ
କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି। ଦ୍ୱିଜା ନକ୍ଷତ୍ର ଧାରକରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା କରିପାରନ୍ତି। ପରିବହନ, ବ୍ୟବସାୟ ବାଣିଜ୍ୟ, ହୋଟେଲ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ବିଶେଷ ସୁଫଳ ପ୍ରାପ୍ତି ହୋଇପାରେ।
ବୃଷ
ବୃଷ

ଆଜିର ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ମାତ୍ର ମୃଗଶିରା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିବାର ଆଶଙ୍କା ଉପୁଜିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ।

ମିଥୁନ
ମିଥୁନ
କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢି ବଢି ବଡ ଆକାର ଧାରଣ କରିବାର ସମ୍ଭାବନା ରହିଛି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆରଦ୍ରା ନକ୍ଷତ୍ରର ଅବୁଝା ବନ୍ଧୁଙ୍କୁ ବୁଝାଇ ମନାଇବା କଷ୍ଟକର ହୋଇପଡିବ।
କର୍କଟ
କର୍କଟ
ଭୁଲ୍‌ ବୁଝାମଣା କାରଣରୁ ସାମୟିକ ପାରିବାରିକ ବିଷୟ ନେଇ ଡିପ୍ରେସନ ସୃଷ୍ଟି ହେବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁ ଗହଣରେ ବାଣିଜ୍ୟ, ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିବେ। ପୁନର୍ବସୁ ନକ୍ଷତ୍ର ଯାତ୍ରାକାଳରେ ଅତି ପ୍ରିୟ ବ୍ୟକ୍ତିଟିର ସାନ୍ନିଧ୍ୟ ଲାଭ କରି ଖୁସୀ ହେବେ।
ସି˚ହ
ସି˚ହ
ଆଜିର ଫେରନ୍ତା ରାସ୍ତାରେ କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତା କରି ମନ ବିଚଳିତ ରହିବ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ମାନସିକ ସ୍ଥିତିକୁ ବିପନ୍ନ କରିପାରେ। ମଘା ନକ୍ଷତ୍ରର ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିଯିବାର ଆଶଙ୍କା ରହିଛି।
କନ୍ୟା
ଚିତ୍ରା ନକ୍ଷତ୍ର ସକାଶେ ପାରିବାରିକ ସହଯୋଗ ଚେଷ୍ଟା କରୁଥିବା କାମ ପାଇଁ ଖୋରାକି ମିଳିଯିବ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ବନ୍ଧୁମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ନିଜକୁ ଧନ୍ୟ ମନେକରିବେ। ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହୋଇପାରନ୍ତି।
ତୁଳା
ତୁଳା
ମନର ଅସନ୍ତୋଷକୁ ପରିପ୍ରକାଶ କରିବା ଦ୍ୱାରା ବନ୍ଧୁସମ୍ପର୍କ କ୍ଷୁଣ୍ଣ ହେବାର ସୂଚନା ରହିଛି। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା କଦାପି ବିଫଳ ହେବନି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ସ୍ବାତୀର ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ।
ବିଛା
ବିଛା
ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଉଦ୍ରେକ ହେବା କାରଣରୁ ଅସ୍ଥିରତା ସୃଷ୍ଟିହେବ। ଅର୍ଥନୈତିକ ଉନ୍ନତି, ସାମାଜିକ ପ୍ରଗତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ହେତୁକ ମନ ଖୁସୀ ରହିବ। ବନ୍ଧୁମିଳନ, ନୂତନ ସମ୍ପର୍କ, ପ୍ରୀତିପ୍ରଦ ଆଲୋଚନା କରିବାର ସୁଯୋଗ ପାଇବେ। ଜ୍ୟେଷ୍ଠା ନକ୍ଷତ୍ରର ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ମୁଳା ନକ୍ଷତ୍ରର ଅଧିକାଂଶ ସମୟ ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗଁୁ ମନୋବଳ ହ୍ରାସ ପାଇବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ। ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବିବାଦୀୟ ଘଟଣାରେ ହସ୍ତକ୍ଷେପ କରିବା ଠିକ୍‌ ହେବ ନାହିଁ।
ମକର
ମକର

ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁ କାମଗୁଡିକ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ, ଯାହା କି ଆପଣଙ୍କ ସମସ୍ୟାକୁ କମାଇ ଦେବ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ନ ଫେରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ଶ୍ରବଣାର ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଯିବ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଶତଭିଷା ନକ୍ଷତ୍ରର ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ଘରୋଇ ବ୍ୟାପାର ନେଇ ମାନସିକ ଅସୁସ୍ଥତା ଲାଗି ରହିବ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଚେଷ୍ଟା କରୁଥିବା କାମରେ, ଆନୁଷ୍ଠାନିକ କାର୍ଯ୍ୟ, କଚେରି ମାମଲାରେ, ଜମିଜମା ବିବାଦରେ, ଉପକୃତ ହେବେ।
ମୀନମୀନ

ଆଜିର ଯାତ୍ରା, ବ୍ୟବସାୟ, ପ୍ରତିଯୋଗିତା, ବନ୍ଧୁଙ୍କ ସହ ବାର୍ତ୍ତାଳାପ, ପ୍ରଶାସନିକ ଆଲୋଚନା ସମସ୍ୟା ମୁକ୍ତ ରହିବ। କର୍ମକ୍ଷେତ୍ର ଓ ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାଗୁଡିକୁ ସାମ୍‌ନା କରି ନ ପାରି ବିବ୍ରତବୋଧ କରିପାରନ୍ତି। ପାଖପଡୋଶୀ ଏବଂ ସହକର୍ମୀଙ୍କ ଯୋଗୁଁ କାମଗୁଡିକ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri