ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ସାପକୁ ଚକମା ଦେଇ ବାଇକରେ ପଳାଇ ଯାଉଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ବାଇକ ଯୋଗେ ରାସ୍ତାରେ ଯାଉଛନ୍ତି। ସେହି ସମୟରେ ରାସ୍ତା ପାର ହେଉଥିବା ଏକ ସାପ ବାଇକ ଉପରକୁ ଲମ୍ଫ ପ୍ରଦାନ କରୁଛି। ମାତ୍ର କୌଶଳକ୍ରମେ ଯୁବକ ଜଣକ ସେଠାରୁ ପଳାଇଯାଉଥିବା ଦେଖାଯାଇଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Snake attack 🐍 pic.twitter.com/gTNLawVQdn
— When Animals Attack (@Animalsandfools) October 30, 2020