Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ
ଆଜି କାର୍ଯ୍ୟସିଦ୍ଧି ଓ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ର ଉନ୍ନତ ରହିବ। କୃତ୍ତିକା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା କାର୍ଯ୍ୟସାଧନରେ ଅନ୍ତରାୟ ସୃଷ୍ଟି କରିବ। ବୋଝଭଳି ରହିଥିବା ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବା କାରଣରୁ ନିଜକୁ ହାଲୁକା ମନେକରିବେ। ତଥାପି ବନ୍ଧୁମେଳରେ ବାକ୍‍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ବୃଷ
ବୃଷ
ବିଭିନ୍ନ ସମସ୍ୟା ମଧ୍ୟରେ ନିଜକୁ ଅସହାୟ ମନେ କରିପାରନ୍ତି। ପରିସ୍ଥିତିବଶତଃ ପରିବାରରେ ଆପଣଙ୍କ ଅପବ୍ୟୟର ସୀମା ଟପିଯାଇପାରେ। ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ। ଅନ୍ୟମନସ୍କ କିମ୍ବା ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ।
ମିଥୁନ
ମିଥୁନ
ଆଜି ଅନ୍ୟକୁ ଯାହା କହିବେ ତାହାହିଁ ଆପଣଙ୍କ ପାଖକୁ ବୁମେରାଂ ଭଳି ଫେରି ଆସିପାରେ। ପୂର୍ବର ମାଲିମକଦ୍ଦମା, ପାରିବାରିକ ଦ୍ୱନ୍ଦ୍ୱଜନିତ ଅଯଥା ଟେନ୍ସନ ମନକୁ ଭାରାକ୍ରାନ୍ତ କରିପାରେ। କିନ୍ତୁ ବନ୍ଧୁମାନଙ୍କ ନିକଟରୁ ଅର୍ଥ ଓ ସହଯୋଗ, ସୁଖ ସମ୍ମାନ ଊଣା ହେବ ନାହିଁ। କର୍ମକ୍ଷେତ୍ର୍ରରେ ସହକର୍ମୀଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ।
କର୍କଟ
କର୍କଟ
ପୂର୍ବ ରାଗକୁ ଦୋହରାଇ ଆତ୍ମୀୟମାନେ ଶତ୍ରୁତା କରିବେ, କିନ୍ତୁ କିଛି ଅସୁବିଧା ହେବନି। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପରିବାରରୁ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବେ। ପୂର୍ବ ସ୍ଥିରୀକୃତ ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମରେ ଅଗ୍ରଣୀ ଭୂମିକା ନେବେ। ସାହିତ୍ୟ, ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ କିଛି ଦେଲେହିଁ କିଛି ପାଇବେ, ଯାହାକି ଆଜି ଅନୁଭବରେ ଆସିପାରେ। କେତେକ ପାରିବାରିକ ଅସୁବିଧା କର୍ମକ୍ଷେତ୍ରକୁ ବିଳମ୍ବିତ କରିବ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ସଭାସମିତି, କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିବା କାରଣରୁ ସହଜରେ କାମ ହାସଲ କଷ୍ଟକର ହେବ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଅର୍ଥ ସମ୍ପର୍କୀୟ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି। ଆଜି ଦିନଟିରେ ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ତୁଳା
ତୁଳା
ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟତୀତ ଅନ୍ୟାନ୍ୟ କାମ ସୁବିଧାରେ ହାସଲ କରିବା କଷ୍ଟକର ହୋଇପଡ଼ିବ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନଜକୁ ନିୟୋଜିତ କରିବେ। ବନ୍ଧୁଙ୍କ ଜରିଆରେ ସୌଖୀନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ହେବାର ଆଶା ରହିଛି। କ୍ରୀଡ଼ା, ଚଳଚ୍ଚିତ୍ରରେ ଥିବା ସମସ୍ୟାକୁ ସମାଧାନ କରିବା ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଗବେଷଣା, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ଶତ୍ରୁତା କାରଣରୁ ଶିିଳ୍ପ ଓ ବାଣିଜ୍ୟରେ ଉନ୍ନତିର ପଥରୋଧ ଘଟିପାରେ।
ଧନୁ
ଧନୁ
ଆଜି ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି। ଅବଶ୍ୟ ବିଶେଷ କିଛି ଗୁରୁତର ଅବସ୍ଥା ଆସିବ ନାହିଁ। ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ଲାଗି ରହିବେ, କିନ୍ତୁ କିଛି କରିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢ଼ିପାରେ ତଥାପି ଟେନ୍ସନ ଲାଗି ରହିବ। କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ପାରିବାରିକ ସମସ୍ୟାକୁ ନେଇ ମନ ଅଧିକାଂଶ ସମୟ ଭାରାକ୍ରାନ୍ତ ରହିବ। ଫଳତଃ କାର୍ଯ୍ୟହାନି, ସ୍ବାସ୍ଥ୍ୟସମସ୍ୟା, ବ୍ୟବସାୟ, ଯାତ୍ରା ସମ୍ବନ୍ଧୀୟ କେତେକ ଚିନ୍ତାରେ ଚିନ୍ତିତ ରହିବେ। ପରିବହନରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ପୂଜା ସାମଗ୍ରୀ, ଷ୍ଟେସନାରୀ ବ୍ୟବସାୟ, ହୋଟେଲ ଶିଳ୍ପରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ଦୀର୍ଘଦିନ ହେଲା ହାତକୁ ନେଇଥିବା କାମଟି ଆଜିହିଁ ପୂର୍ଣ୍ଣାଙ୍ଗ ହୋଇପାରିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାହାଯ୍ୟ କରିବାକୁ କେହି ହେଲେ ମଧ୍ୟ ଆଗେଇ ଆସିବେ ନାହିଁ। ଆଜି କଠିନ ପରିଶ୍ରମ ଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲ କରିପାରନ୍ତି।
ମୀନମୀନ

ଆଜି ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ମିଳିବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ନ ରହିଲେ ଠକାମିରେ ପଡ଼ିପାରନ୍ତି। ଆଲୋଚନା ପରିସରରେ ତର୍କ ବିତର୍କ କାରଣରୁ କର୍ମକ୍ଷେତ୍ରରେ ଟେନସନ୍‍ ବଢ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri