ମେଷ

ରବି ସ୍ବନକ୍ଷତ୍ରସ୍ଥ ହୋଇ କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ପ୍ରଶାସନିକ ସ୍ତରରେ ଦୃଢ଼ ସିଦ୍ଧାନ୍ତ ନେବେ। ପାରିବାରିକ ସମସ୍ୟା, ଯାନବାହନରେ ସମସ୍ୟାର ସମାଧାନ ହୋଇଯିବ। ମାଲିମକଦ୍ଦମା କ୍ଷେତ୍ରରେ ମନରେ ସଂଶୟ ଉପତ୍ନ୍ନ ହୋଇପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ବୃଷ

ସ୍ବସ୍ଥାନହନ୍ତା ବୃହସ୍ପତି ଧନସ୍ଥାନରେ ଥିବାରୁ ଆଜିର ଯାତ୍ରା ସକାଶେ ଆର୍ଥିକ ପରିସ୍ଥିତି ସମସ୍ୟା ସୃଷ୍ଟି କରିପାରେ। ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ସହ ଆଲୋଚନାରେ ସମୟ କାଟିବେ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ହେତୁ ମନ ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା ଦିଗରୁ ଶୁଭଫଳ ପାଇବେ।
ମିଥୁନ

ବୃହସ୍ପତି କ୍ଷେତ୍ରରୁ ବୁଧ ନିଜ ରାଶିକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ଭଲ ରହିବ। ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବା ହେତୁ କାର୍ଯ୍ୟ ସାଧନ କରିବା ସହଜସାଧ୍ୟ ହେବ। ଜମିଜମା କାରବାର, ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବା ସୂଚନା ରହିଛି। ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ନିଜର ପ୍ରତିଦ୍ୱନ୍ଦ୍ୱୀ ସହ ଟକ୍କର ଦେଇ ଚାଲିବାକୁ ପଡ଼ିପାରେ।
କର୍କଟ

ନିଜ ରାଶିକୁ ଚନ୍ଦ୍ର ଦୃଷ୍ଟି ଦେଉଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ଜଟିଳତାରୁ ଦୂରେଇ ରହିପାରିବେ। ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବାରୁ ଅନ୍ୟ ଉପରେ ନିର୍ଭରକରିବେ। ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ହଡ଼ବଡ଼େଇଯିବା ସୂଚନା ରହିଛି। ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବେ।
ସି˚ହ

ଶୁକ୍ର ଓ ଶନିଙ୍କ ଦୃଷ୍ଟି ରାଶି ପ୍ରତି ରହିଥିବାରୁ ବହୁ ଦିନରୁ ଦେଖି ନ ଥିବା ବନ୍ଧୁଙ୍କୁ ଦେଖିବା ସକାଶେ ମନ ଛଟପଟ ହେବ। ପରିସ୍ଥିତିରେ ପଡ଼ି ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି। କେତେକ ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ଶିଳ୍ପ, ବାଣିଜ୍ୟ, ସଭାସମିତି ପ୍ରଭୃତିରେ ସମସ୍ୟା ଦୂରହେବ।
କନ୍ୟା

ନିକଟ ସମ୍ପର୍କୀୟମାନଙ୍କଠାରୁ ଶୁଭ ଖବର ଶୁଣି ଖୁସି ହେବେ। ରାହୁଙ୍କ ପ୍ରଭାବରୁ ସକାଳୁ ସକାଳୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଶନି କ୍ଷେତ୍ରରେ ଶୁକ୍ର ଥିବାରୁ ଧର୍ମାନୁଷ୍ଠାନ କିମ୍ବା ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ନୂତନ ବସ୍ତ୍ର ଓ ଆଳଙ୍କାରିକ ଜିନିଷ କ୍ରୟକରିବା ସକାଶେ ମନ ବଳାଇବେ।
ତୁଳା

ଚନ୍ଦ୍ର ଶିଥିଳ ଗ୍ରହଙ୍କ କ୍ଷେତ୍ରରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ କାମ ଡେରିରେ ହେଉଥିବାରୁ ମନ ଭଲ ଲାଗିବ ନାହିଁ। ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ବିଶ୍ୱସ୍ତବ୍ୟକ୍ତି ନିକଟରୁ ଆସ୍ଥା ହରାଇପାରନ୍ତି। ସଭାସମିତିରେ ଗୁରୁଜନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଘର ସାହସଜ୍ଜା କିମ୍ବା ମରାମତି କାମରେ ସମୟ କଟିବ।
ବିଛା

ବୁଧଙ୍କ ପ୍ରଭାବରୁ ନିଜର ଚିନ୍ତାଧାରା ଅନୁଯାୟୀ କାମ ହାସଲ ହେବାରେ ବ୍ୟତିକ୍ରମ ପରିଲକ୍ଷିତ ହେବ। କିନ୍ତୁ ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରିପାରନ୍ତି। ବିବାଦୀୟ ପରିସ୍ଥିତିରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ଧନୁ

କର୍ମକ୍ଷେତ୍ରରେ ଚନ୍ଦ୍ର ଓ କେତୁ ହେତୁ ବିଭିନ୍ନ ସମସ୍ୟା କାରଣରୁ ମାନସିକ ସ୍ଥିତି ବିଗିଡ଼ିଯିବ। ବୁଝାମଣା ଅଭାବରୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ଅସ୍ବୀକାର କରିପାରନ୍ତି। ନିଜର ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତହୋଇ ଆପଣଙ୍କୁ ପ୍ରତାରିତ କରିପାରେ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବେ।
ମକର

ଅଷ୍ଟମାଧିପତି ରବିଙ୍କ ଯୋଗୁ କର୍ମକ୍ଷେତ୍ରରେ ଅଯଥା କଳହରୁ ଦୂରେଇ ରହିବା ଭଲ ହେବ। ମୂଲ୍ୟବାନ୍ ଜିନିଷ କିଣିବା ସକାଶେ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ଉଚ୍ଚବର୍ଗଙ୍କ ସହାୟତା ଲାଭକରି ସ୍ଥିରତା ଫେରିପାଇବେ। ନିଜ କୃତ କର୍ମର ପରିଣାମ ସ୍ବରୂପ ଲୋକମାନଙ୍କ ଉପରୁ ଆସ୍ଥା ହରାଇପାରନ୍ତି।
କୁମ୍ଭ

ସ୍ବରାଶିସ୍ଥ ଶନି ହେତୁ ଆଜିର କର୍ମକ୍ଷେତ୍ର, ପରିବାର, ଯାନବାହନ, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବେ। ଅନ୍ୟମାନଙ୍କ ଭଲ କରିବାକୁ ଯାଇ ବିନା କାରଣରେ କଳହକୁ ନିୟନ୍ତ୍ରଣ କରିବେ। ହଠାତ୍ କୌଣସି ସ୍ଥାନକୁ ଯିବାକୁ ମନସ୍ଥକରି ବାଟରୁ ଫେରିଆସିବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇବେ।
ମୀନ
ବଳହୀନ ମଙ୍ଗଳ ଯୋଗୁ ଅର୍ଥନୈତିକ ପରିସ୍ଥିତି ବିଗିଡ଼ଯିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହ ଯୁକ୍ତିତର୍କଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟିହେବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକରି ବିଫଳ ହେବେ। ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା ଅସଙ୍ଗତି ଦୂରେଇବାରେ ସମର୍ଥ ହେବେ।