Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ଗଜକେଶରୀ ଯୋଗ ପ୍ରଭାବରୁ ବନ୍ଧୁଙ୍କ ପ୍ରିୟପାତ୍ର ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିଲେ ମଧ୍ୟ ନୂତନଯୋଜନା ଆରମ୍ଭ କରିପାରନ୍ତି। ବନ୍ଧୁ କିମ୍ବା ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ଅଶାନ୍ତ ପାରିବାରିକ ସ୍ଥିତି ବହୁଳାଂଶରେ ଥମିଯିବ।
ବୃଷ
ବୃଷ
କେନ୍ଦ୍ରସ୍ଥ ଚନ୍ଦ୍ରଜନିତ ଦୃଢ଼ମନୋବଳ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଏଡ଼ାଇବାରେ ସମର୍ଥ ହେବ। ସ୍ଥଗିତକାର୍ଯ୍ୟ, ପାଉ ନ ଥିବା ଅର୍ଥ, ଲାଗିରହିଥିବା ବିବାଦର ପରିସମାପ୍ତି ଘଟାଇପାରନ୍ତି। କଳା, ସାହିତ୍ୟରେ ଉନ୍ନତି ସହ ସମାଜରେ ପ୍ରଶଂସିତ ହେବେ। କିନ୍ତୁ ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ମିଥୁନ
ମିଥୁନ
ରବି ପୃଷ୍ଠ ଦେଶରେ ବୁଧ ଥିବାରୁ ବନ୍ଧୁଙ୍କ କଥାରେ ହଁ ଭରିବାକୁ ବାଧ୍ୟ ହେବେ। ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହ ନ କରିପାରିଲେ ପରିସ୍ଥିତି ବଦଳି ଯାଇପାରେ। କଠିନ ଶ୍ରମ ଓ ଭ୍ରମଣଜନିତ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଆକସ୍ମିକ ଯାତ୍ରାରେ ବ୍ୟୟାଧିକ୍ୟ ସାଙ୍ଗକୁ ଅବ୍ୟବସ୍ଥାଜନିତ ବ୍ୟସ୍ତତା ବଢିଯିବ।
କର୍କଟ
କର୍କଟ
ରାଶ୍ୟାଧିପ ଧନସ୍ଥାନସ୍ଥ ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ସହିତ କାର୍ଯ୍ୟସିଦ୍ଧିରୁ ଖୁସି ରହିବେ। କଥାର ସଚୋଟତା ଓ କାର୍ଯ୍ୟଦକ୍ଷତା କାରଣରୁ ବନ୍ଧୁଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଚିନ୍ତିତ ରହିବେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଭାଗ୍ୟାଧିପ କେନ୍ଦ୍ରସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ କାର୍ଯ୍ୟହାସଲ କରି ଉପକୃତ ହୋଇପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପରିପ୍ରେକ୍ଷୀରେ ନିଜେ ହଇରାଣ ହେବାକୁ ପଡିପାରେ। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‍ ବୁଝିପାରନ୍ତି।
କନ୍ୟା
କେତୁଙ୍କ କୁପ୍ରଭାବରେ ଭୁଲ୍‍ ବୁଝାମଣା କାରଣରୁ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପାଖ ମାଡିବେ ନାହିଁ। ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିଛି। ଯାତ୍ରା ସମୟରେ ଝଗଡ଼ା ଲାଗିପାରେ। ଆର୍ଥିକ କାରବାର, କର୍ମକ୍ଷେତ୍ର, ନିର୍ମାଣ, ସଭାସମିତି ଓ ମଙ୍ଗଳଜନକ କାର୍ଯ୍ୟରେ ଉତ୍ସାହିତ ହୋଇ କାମ କରିପାରନ୍ତି।
ତୁଳା
ତୁଳା
ରବି ଦୃଷ୍ଟ ମଙ୍ଗଳ ଯୋଗୁ ପରିବାରରେ ଲାଗିରହିଥିବା ସମସ୍ୟା ସମାଧାନ ହେବ। ପଡ଼ୋଶୀ ସ୍ବାର୍ଥସାଧନ ମାନସରେ ନିଜ କାମକୁ ଅଗ୍ରାଧିକାର ଦେଇପାରନ୍ତି। ପୁରୁଣା ରୋଗ, ଘର ଲୋକମାନଙ୍କ ଟୁପ୍‍ଟାପ୍‍ କଥା ମନକୁ ବିଚଳିତ କରିବ। ପାରିବାରିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରେ।
ବିଛା
ବିଛା
ମୁଖ ଭାବସ୍ଥ ବୁଧଙ୍କ ପ୍ରଭାବରେ ଅପ୍ରିୟସତ୍ୟ ଭାଷଣ ଦ୍ୱାରା ବନ୍ଧୁଙ୍କ ବିରାଗଭାଜନ ହେବେ। ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠପୋଷକତା କାରଣରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ସାହିତ୍ୟ, ରଚନାତ୍ମକ କାର୍ଯ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସ୍ଥଗିତ କାମକୁ ପୂରା ଦମ୍‍ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି।
ଧନୁ
ଧନୁ
ଶନି ଯୁକ୍ତ ଶୁକ୍ର ହେତୁ ଆପଣଙ୍କ ସାହାଯ୍ୟ ପ୍ରାପ୍ତିର ଅନୁରୋଧକୁ ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି କାମକୁ ଆସି ନ ପାରେ। ବକେୟା ଅର୍ଥ ଆଦାୟରେ ଟଣାଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଆଜି ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ମକର
ଅଷ୍ଟମାଧିପତି ରାଶିରେ ଅବସ୍ଥାନ କରିଥିବାରୁ ଅତୀତକୁ ମନେପକାଇ ଭାବବିହ୍ବଳ ହେବେ। ଶିଳ୍ପ, ବାଣିଜ୍ୟ, କଳା, ସାହିତ୍ୟ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ପରିଲକ୍ଷିତ ହେବ। ଭଲ ସମ୍ପର୍କ ଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବାର ଅନୁଭବ କରିବେ। ଦୀର୍ଘଦିନରୁ ଆଶାକରିଥିବା ସରକାରୀ ସ୍ତରରୁ ଶୁଭଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ସ୍ବଗୃହରେ ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣରେ ରହିବ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବିବାଦୀୟ ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ଉଚିତ ମନେ କରିପାରନ୍ତି। ପଡ଼ୋଶୀଙ୍କ ମଧ୍ୟସ୍ଥତାରେ ଆକସ୍ମିକ ଅର୍ଥଲାଭ ଓ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ।
ମୀନମୀନ

ଆପଣଙ୍କ ଆଶାଅଭିଳାଷ ପୂରଣ କରିବା ଦିଗରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବାର ସମ୍ଭାବନା ରହିଛି। ପୂର୍ବବିବାଦକୁ କେନ୍ଦ୍ରକରି ବୃଥା ଆଶଙ୍କାଜନିତ ମନ ଅସ୍ଥିର ରହିପାରେ। ଆଜିର ବ୍ୟବସାୟ, ଯାତ୍ରା ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri