Posted inRasifala

ରାଶିଫଳ: ଶୁକ୍ରବାର , ଜାନୁଆରୀ ୧୦ ତାରିଖ – Daily Horoscope

ମେଷ
ଆଜି କଲ୍ୟାଣ ଚନ୍ଦ୍ର ହେତୁ ଆପଣଙ୍କ ଚେଷ୍ଟା ଓ କର୍ମାନୁସାରେ ଅର୍ଥପ୍ରାପ୍ତିର ମାର୍ଗ ପ୍ରଶସ୍ତ ରହିବ। ମନରେ ଆଶଙ୍କା ଓ ସନ୍ଦେହ ଉଙ୍କିମାରୁଥିଲେ ହେଁ ସାହାଯ୍ୟ, ସହଯୋଗ ପାଇ ପାରିବେ। କିନ୍ତୁ ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜର ପ୍ରିୟବ୍ୟକ୍ତିଙ୍କ ସହ ବିତର୍କର ଆଶଙ୍କା ରହିଛି। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସଫଳତା ଅବଶ୍ୟ ମିଳିବ।
ବୃଷ
ବୃଷ
ମନଗଢ଼ା ଲୋଭନୀୟ ପ୍ରତିଶ୍ରୁତିଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ଏଜେନ୍ସିପ୍‍, ପ୍ରକାଶନ, ପ୍ରଶାସନ, ରାଜନୀତିକ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅଜଣା ବ୍ୟକ୍ତି ପ୍ରତି ସତର୍କ ନ ରହିଲେ ଅସୁବିଧା ଭୋଗିବେ।
ମିଥୁନ
ମିଥୁନ
ମୁଖ ଭାବରେ କ୍ରୂରଗ୍ରହ ମଙ୍ଗଳ ଅବସ୍ଥାନ କରିଥିବାରୁ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେବ। ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ପତିଆରା ଜାହିରକରି ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବଢିଯିବା କାରଣରୁ ମାନସିକ ସ୍ଥିତି ବିଗିଡି ଯାଇପାରେ।
କର୍କଟ
କର୍କଟ
ପରିବାରର ଆବଶ୍ୟକତା ଦୃଷ୍ଟିରୁ ଖର୍ଚ୍ଚାନ୍ତ ହୋଇ ସ୍ଥାନ ପରିବର୍ତ୍ତନ କରିପାରନ୍ତି। ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ର, ପ୍ରଶାସନିକ ସ୍ତରରେ ଉଚ୍ଚପଦବୀ, ସମାଜରେ ପ୍ରତିଷ୍ଠାଲାଭ କରିବେ। ବନ୍ଧୁବର୍ଗରେ ଆଦର ସମ୍ମାନ ପ୍ରାପ୍ତି ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଘରୋଇ କଥାକୁ କେନ୍ଦ୍ରକରି ଆତ୍ମୀୟଙ୍କ ସହ କଳହ ଘଟିପାରେ।
ସି˚ହ
ସି˚ହ
ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ବହୁବିଧ ସୁବିଧା ଲାଭ ସୂଚନା ରହିଛି। ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଚେର କାଟିଲା ଭଳି କାମ କରିପାରନ୍ତି। ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଗବେଷଣା, ଅନୁସନ୍ଧାନ ଓ ବିଦେଶଯାତ୍ରାର ସୁଯୋଗ ପାଇପାରନ୍ତି।
କନ୍ୟା
ଆଜି ଚିତ୍ରା ନକ୍ଷତ୍ରର ଅର୍ଥଲାଭ ସାଙ୍ଗକୁ ବନ୍ଧୁଙ୍କ ସହ ସଦ୍‍ଭାବ ବୃଦ୍ଧି ଉଦ୍ଦୀପନା ସୃଷ୍ଟି କରିବ। କର୍ମକ୍ଷେତ୍ରରେ କୌଣସି କର୍ମଚାରୀଙ୍କୁ କଟୁକଥା କହି ସମାଲୋଚିତ ହେବେ। ପାରିବାରିକ ସମସ୍ୟା, ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା, ଅଧ୍ୟାପନାରେ ସଫଳତା ହାସଲ କରିବେ। କାରିଗରି, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିପାରନ୍ତି।
ତୁଳା
ତୁଳା
ଆଜି ବିବାଦରେ ବିଜୟ, ଦୂରଯାତ୍ରା, ଧୈର୍ଯ୍ୟର ସହ ସମସ୍ୟା ସମାଧାନ କରିବେ। ବିଶାଖା ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତରେ ସୁଫଳ ପ୍ରଦାନ କରିବେ। ପାରିବାରିକ ଓ ପରିବହନରେ ଝଗଡ଼ା, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା, ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟତିକ୍ରମକୁ ସୁଧାରି ନେବେ। ଶତ୍ରୁମାନେ ଖାଲରେ ପକାଇବାକୁ ଚେଷ୍ଟା କରି ବିଫଳ ହେବେ।
ବିଛା
ବିଛା
ଅଭାବ ଅସୁବିଧା ନ ଥିଲେ ମଧ୍ୟ ଜ୍ୟେଷ୍ଠା ନକ୍ଷତ୍ରର ଆଜି ମନରେ ଅସ୍ଥିରତା ସୃଷ୍ଟି ହେବ। ଭୁଲ୍‍ ବୁଝାମଣାଜନିତ ବ୍ୟବସାୟ ଓ ପରିବହନରେ ଝଗଡା ସୃଷ୍ଟି ହୋଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ସମୟ ଅତିବାହିତ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ଅଦାଲତ ଓ ପ୍ରତିଯୋଗିତାରେ ସଫଳତା ହାସଲ କରିବେ।
ଧନୁ
ଧନୁ
ଆଜି ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାମ, ଗଠନମୂଳକ କାର୍ଯ୍ୟ ଓ ରାଜନୈତିକ ସ୍ଥିତି ଅନୁକୂଳ ରହିବ। ଗୃହ, ଭୂମି, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ସମାଧାନ ହୋଇଯିବ। ଭାବପ୍ରବଣତାବଶତଃ ମାନସିକ ଦୁର୍ବଳତା ପ୍ରତ୍ୟେକ କ୍ଷେତ୍ରକୁ ମନ୍ଥର କରିପାରେ। ଶେୟାରବଜାର, ପ୍ରକଳ୍ପ, ରପତ୍ାନି ବ୍ୟବସାୟ କ୍ଷେତ୍ର ସନ୍ତୋଷଜନକ ରହିବ।
ମକର
ମକର
ଆଜି ଚନ୍ଦ୍ର ଓ ବୃହସ୍ପତି ଶୁଭସ୍ଥାନରେ ଥିବାରୁ କୌଣସି କ୍ଷେତ୍ରରେ ଅଭାବ, ଅସୁବିଧା ରହିବ ନାହିଁ। ପାରିବାରିକ ଜୀବନ, ସାମାଜିକ ସ୍ଥିତି, ଯାନବାହନ, ଲୋକସମ୍ପର୍କ କ୍ଷେତ୍ର ଭଲ ରହିବ। ବନ୍ଧୁଙ୍କ ସହଯୋଗର ଆବଶ୍ୟକତା ଅନୁଭବ କରିପାରନ୍ତି। ପୂର୍ବପରିକଳ୍ପିତ ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବୃତ୍ତି, ବାଣିଜ୍ୟ, କର୍ମକ୍ଷେତ୍ର ଓ ଲୋକ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ। ଶନିଙ୍କ ପ୍ରଭାବରୁ ସନ୍ଦେହଜନିତ ପାରିବାରିକ ଓ ସାମାଜିକ ସ୍ଥିତି ଦୁର୍ବଳ ହେବ। ମକଦ୍ଦମାରେ, ପ୍ରଶାସନିକ ସ୍ତରରେ, ସାହିତ୍ୟରେ ସୁଫଳ ପାଇବେ। ପ୍ରକାଶନ, ନିର୍ମାଣ, ରେଷ୍ଟୁରାଣ୍ଟ, ହୋଟେଲ ଶିଳ୍ପ ବହୁତ ଭଲ ରହିବ।
ମୀନମୀନ

ରାହୁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ। ଉପରିସ୍ଥଙ୍କ ଅନୁକମ୍ପା ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବା ସହ ମନର ସ୍ଥିତିକୁ ସ୍ଥିର ରଖିବାରେ ସହାୟକ ହେବ। କାର୍ଯ୍ୟଦକ୍ଷତାଭିତ୍ତିକ କୃତି ଓ କୃତିତ୍ୱରୁ ମଧ୍ୟ ପ୍ରଶଂସିତ ହେବାର ଆଶା ରଖାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?