Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ
ଆଜି ସମୟାନୁବର୍ତ୍ତିତା ଓ କର୍ମଦକ୍ଷତା ଯୋଗୁ ପ୍ରଶଂସିତ ହେବେ। ପୂର୍ବରୁ ରହିଥିବା ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ମାନସିକ ସ୍ତରରେ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ, ବିଦ୍ୟୁତ୍‍ ବ୍ୟବସାୟ ଓ ତେଜରାତି ଦୋକାନରୁ ଲାଭବାନ୍‍ ହେବେ। ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା ସାଙ୍ଗକୁ ବିଳାସବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବା ସୂଚନା ରହିଛି।
ବୃଷ
ବୃଷ
ପ୍ରିୟବନ୍ଧୁଙ୍କ ସହ ଆଳାପ ଆଲୋଚନା ଭଲ ଜମିବ। ତୃତୀୟରେ ମଙ୍ଗଳ ଥିବାରୁ ପଡ଼ୋଶୀଙ୍କ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାରେ ପଡ଼ିବେ। ଆନୁଷ୍ଠାନିକ କାମ କିମ୍ବା ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ସଭାସମିତିକୁ ଯିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ,ସରକାରୀ କାମ, ପଦସ୍ଥ ବ୍ୟକ୍ତିଙ୍କୁ ସାକ୍ଷାତକରିବା ପାଇଁ ମନ୍ଦ ହେବନାହିଁ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ର ଆଜି ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇଯିବ। ବ୍ୟବସାୟର ଉନ୍ନତୀକରଣ ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ସ୍ବାସ୍ଥ ନିୟନ୍ତ୍ରଣ ମଧ୍ୟରେ ରହିବା ସାଙ୍ଗକୁ ବ୍ୟବସାୟିକ ସ୍ଥିତି ଭଲ ରହିବ।
କର୍କଟ
କର୍କଟ
କର୍ମଜଞ୍ଜାଳ ବୃଦ୍ଧି ସାଙ୍ଗକୁ ମାନସିକ ଅସ୍ଥିରତାଜନିତ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାର୍ଯ୍ୟ ହିଁ ଅସୁବିଧାର ସମ୍ମୁଖୀନ କରାଇପାରେ। ଟେନ୍‍ସନର ଲାଘବ ସକାଶେ ସ୍ତ୍ରୀଙ୍କ ସହ ଆଲୋଚନାକଲେ ଆଶଙ୍କା ଦୂରହେବ। ସାମାଜିକ ସ୍ତରରେ କିମ୍ବା ସଙ୍ଗଠନ କ୍ଷେତ୍ରରେ ପ୍ରତିବନ୍ଧକ ସୁଧୁରିଯିବ।
ସି˚ହ
ସି˚ହ
ପାପଗ୍ରହଙ୍କ କୁପ୍ରଭାବ ଆପଣଙ୍କୁ ଗୋଲକ ଧନ୍ଦାରେ ପକାଇ ଦିଗହରା କରାଇପାରନ୍ତି। ପିଲାଙ୍କ ପାଠପଢ଼ା, ବିବାହିତଙ୍କ ଶାଶୁଘର ସମସ୍ୟା ତଥା ଅର୍ଥାଭାବ ହେତୁ ବିବ୍ରତ ହୋଇପାରନ୍ତି। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ଶାନ୍ତ ହେବ। ଉତ୍ତରାଫାଲ୍‍ଗୁନୀ ଆମତ୍ବଳ ପ୍ରଭାବରୁ ଧୀରେ ସୁସ୍ଥେ କାମ କରିପାରିିବେ।
କନ୍ୟା
ରାଶିରେ କବନ୍ଧଗ୍ରହ କେତୁଙ୍କ ଯୋଗୁ ନୈରାଶ୍ୟ ମଧ୍ୟରେ ଅସନ୍ତୁଷ୍ଟ ରହିପାରନ୍ତି। ଈର୍ଷା ଓ ଶତ୍ରୁ ମନୋଭାବ ପୋଷଣ କରୁଥିବା ବ୍ୟକ୍ତି ନିଆଁରେ ଘିଅ ଢାଳିଲା ଭଳି ପରିସ୍ଥିତି ସୃଷ୍ଟିକରିବେ। ଅପରିଚିତ ଲୋକଟିଏ ସାହାଯ୍ୟକାରୀ ପାଲଟିବ। ଚିତ୍ରାନକ୍ଷତ୍ର ସକାଶେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟିକ ସ୍ଥିତି ମନ୍ଦ ହେବନାହିଁ।
ତୁଳା
ତୁଳା
ରାହୁ ଓ ଶନି ଆପଣଙ୍କ ବିଚାରଧାରାକୁ କପଟତା କିମ୍ବା କଳୁଷିତ କରିପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ବ୍ୟସ୍ତତା ବଢ଼ିଯିବ। ମନ ଭଲ ରହିବ ନାହିଁ। ଭଲକାମ କରି ମଧ୍ୟ ପରିବାର କିମ୍ବା ସାମଜିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିପାରନ୍ତି।
ବିଛା
ବିଛା
ବ୍ୟୟାଧିପ ଶୁକ୍ର ତୃତୀୟରେ ରହିଥିବା କାରଣରୁ ବୃଥାଟନ ଓ ଖର୍ଚ୍ଚାନ୍ତଜନିତ ବିରସ ମନରେ ରହିବେ। ସ୍ତ୍ରୀଙ୍କ ସହ ମତାନ୍ତର କାରଣରୁ ଚିନ୍ତିତ ରହିପାରନ୍ତି। ବାଣିଜ୍ୟ, ପ୍ରଶାସନ, କଳା, ସାହିତ୍ୟ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ କଥାର ପ୍ରତିବାଦ କରି ଟେନ୍‍ସନକୁ ନିମନ୍ତଣ କରିବାକୁ ପଡ଼ିପାରେ।
ଧନୁ
ଧନୁ
ବ୍ୟୟାଧିପ ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ଖର୍ଚ୍ଚାନ୍ତ ହୋଇ ମଧ୍ୟ କାମକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଦେବଗୁରୁଙ୍କ ଦିବ୍ୟଦୃଷ୍ଟିର ପ୍ରଭାବରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ବ୍ୟବସାୟ, କ୍ରୀଡ଼ା, ସଙ୍ଗୀତାଦି ପ୍ରତିଯୋଗିତାରେ ସଫଳତା ହାସଲକରିବେ। ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବା କ୍ଷେତ୍ରରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ମକର
ମକର
ଶନିଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ବିଭିନ୍ନ ଦୁର୍ଭାବନାରେ ମନ ବିଚଳିତ ରହିବ। ପାରିବାରିକ ସ୍ତରରେ ଅଟକିଥିବା କାମଗୁଡ଼ିକ ବନ୍ଧୁ ସୁବିଧାରେ କରାଇ ଦେଇପାରନ୍ତି। ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ କିନ୍ତୁ ଜମିଜମା କିମ୍ବା ଘରସୀମାକୁ ନେଇ ଟଣାଓଟରା ଲାଗିପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ଆଶା ରହିଛି।
କୁମ୍ଭ
କୁମ୍ଭ
ଶନି ସହ ଚନ୍ଦ୍ରଙ୍କ ସଂଯୋଗଜନିତ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ। ଥଣ୍ଡା ଓ କାଶ ହେତୁ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ଓ ସରକାରୀ ସହାୟତା ପାଇପାରନ୍ତି। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ

ସାମାନ୍ୟ କଥାକୁ କେନ୍ଦ୍ରକରି ତର୍କବିତର୍କ କାରଣରୁ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଶୁକ୍ରଙ୍କ ସୁପ୍ରଭାବରୁ ଆମତ୍ୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ସାମୟିକ ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‍ ଠିକ୍‍ ହୋଇଯିବ। ଚେଷ୍ଟା କରୁଥତ୍ବା କାମରେ ଅବଶ୍ୟ ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri