Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୨ ତାରିଖ – Daily Horoscope

ମେଷ
ଭୁଲ୍‌ ବୁଝାମଣାରୁ ଆଜି ପାରିବାରିକ ସ୍ଥିରତା ରହିବ ନାହିଁ। ଦ୍ୱିଜା ନକ୍ଷତ୍ରର କିନ୍ତୁ ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମାରମ୍ଭ ପୂର୍ବରୁ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ବୃଷ
ବୃଷ
ପଡ଼ୋଶୀ କିମ୍ବା ଆମତ୍ୀୟ ସାହାଯ୍ୟକଲେ ମଧ୍ୟ ସ୍ତ୍ରୀଙ୍କ ସହଯୋଗରୁ ଉପକୃତ ହେବେ। ପରିବାରର ଆବଶ୍ୟକତାନୁଯାୟୀ ଖର୍ଚ୍ଚ କରିବାକୁ ବାଧ୍ୟହେବେ। ମୃଗଶିରା ନକ୍ଷତ୍ର ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଭାବପ୍ରବଣବଶତଃ ବହୁ କଥା କହି ସହାନୁଭୂତି ବଦଳରେ ସମାଲୋଚନା ଶୁଣିବେ।
ମିଥୁନ
ମିଥୁନ
ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧିପାଇବ। ଅବସର ବିନୋଦନ କ୍ରମରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ପୁନର୍ବସୁ ନକ୍ଷତ୍ର ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ନିଜର ଦକ୍ଷତା ବଳରେ ଉପକୃତ ଓ ପ୍ରଶଂସିତ ହେବେ।
କର୍କଟ
କର୍କଟ
ସମୟର ପ୍ରତିକୂଳତା ଦୃଷ୍ଟିକୋଣରୁ ବିଭିନ୍ନ ପାରିବାରିକ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ। କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନାହିଁ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ଏବଂ ଟେନ୍‌ସନ ଲାଗିରହିବ। ଅଶ୍ଳେଷା ନକ୍ଷତ୍ର ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି।
ସି˚ହ
ସି˚ହ
ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସହଜାତ ପ୍ରବୃତ୍ତିରୁ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ।
କନ୍ୟା
ଆପଣଙ୍କ କୃତି ଓ କୃତିତ୍ୱର ଭୂରି ଭୂରି ପ୍ରଶଂସା ସହ ବୁଦ୍ଧିଜୀବୀ ଗହଣରେ ସମ୍ମାନ ମିଳିବ। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ଯୋଜନା କରିପାରନ୍ତି। ହସ୍ତା ନକ୍ଷତ୍ରର ବାଣିଜ୍ୟ, ପରିବହନ ତଥା ନିର୍ମାଣ କ୍ଷେତ୍ରରେ ଆଶା ପୂରଣ ହେବ। ପାରିବାରିକ କ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା
ତୁଳା
ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ନିଜର ବୁଦ୍ଧି, ବଳ ଓ କଳାକୌଶଳ ପ୍ରୟୋଗକରି ଜୟଯୁକ୍ତ ହେବେ। ବନ୍ଧୁଙ୍କ ପରାମର୍ଶରେ ଦୀର୍ଘଦିନର ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ଚିତ୍ରା ନକ୍ଷତ୍ର ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି।
ବିଛା
ବିଛା
ଆଜି ଯାହା କରୁଛନ୍ତି କରନ୍ତୁ, କିନ୍ତୁ ବହୁ ଭାବିଚିନ୍ତି କରିବା ଭଲ ହେବ। ନତୁବା ଆକସ୍ମିକ ଭାବରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଅନୁରାଧା ନକ୍ଷତ୍ର ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଆଜି ଉତ୍ତରାଷାଢ଼ା ନକ୍ଷତ୍ର ଖର୍ଚ୍ଚାନ୍ତ ହେବେ ସିନା ଆଶା ନିଶ୍ଚିତ ପୂରଣ ହେବ। ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସକରି ହଇରାଣରେ ପଡ଼ିପାରନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ।
ମକର
ମକର
ଆଜି ଯାତ୍ରା, ବାଣିଜ୍ୟ, ହାତକୁ ନେଇଥିବା କାମ, କଚେରି ମାମଲା, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। କିନ୍ତୁ ଧନିଷ୍ଠା ନକ୍ଷତ୍ରର ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟିହେବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ବୃଥା ସନ୍ଦେହରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।
କୁମ୍ଭ
କୁମ୍ଭ
ଆଜିର ଜୀବନଯାତ୍ରା ମଧ୍ୟରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ପୁଣି ସବୁ କାମରେ କିଛିଟା ସମସ୍ୟା ଆସିବା କାରଣରୁ ମନ ମଧ୍ୟ ଭାରାକ୍ରାନ୍ତ ରହିବ। ଅବଶ୍ୟ ସାମାଜିକ ସ୍ତରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ବନ୍ଧୁ ପରିଜନ ମାନଙ୍କ ସହ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ।
ମୀନମୀନ

କିଛି ସମସ୍ୟା ସମାଧାନ କରିବା ବେଳକୁ ଅନ୍ୟ ଏକ ସମସ୍ୟା ଆସିବ ଯାହାକି ଆପଣଙ୍କୁ ବ୍ୟସ୍ତବିବ୍ରତ କରାଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଏବଂ ସଭାସମିତିରେ ପ୍ରଶଂସିତ ହେବେ। ଉତ୍ତରଭାଦ୍ରପଦ ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ପାରିବାରିକ ଅଶାନ୍ତି ଥିଲେ ମଧ୍ୟ ସାମୂହିକ କାମରେ ଅନ୍ୟ ପାଇଁ କାମ କରିବାରେ ପଛାଇବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri