Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ
ଆଜି ସକାଳୁ ପ୍ରିୟଜନଙ୍କ ସହ କାର୍ଯ୍ୟାରମ୍ଭର ଯୋଜନା କରିପାରନ୍ତି। ଧାର ନେଇଥିବା ବ୍ୟକ୍ତିଟି ପରିଶୋଧର ପ୍ରତିଶ୍ରୁତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରିବେ। ହୋଟେଲ ଶିଳ୍ପ, ଛୋଟ ଦୋକାନ, କାରିଗରି, ପରିବହନ, ବ୍ୟବସାୟ କ୍ଷେତ୍ରରେ ସୁଫଳ ମିଳିବ। ପାରିବାରିକ କ୍ଷେତ୍ରର ସାଧାରଣ ଘଟଣାରେ ମନସ୍ତାପର ଆଶଙ୍କା ରହିଛି।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା, ଫଳପ୍ରଦ ଆଲୋଚନା ଏବଂ ଗୃହସାଜସଜ୍ଜା ଭିତରେ ସମୟ ଅତିବାହିତ କରିବେ। ନିର୍ମାଣ, ଆଇନ, ଅଦାଲତ, ପ୍ରଶାସନ, ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟାରେ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ବନ୍ଧୁଙ୍କ କାର୍ଯ୍ୟରେ ସହଯୋଗ କରି ପ୍ରଶଂସିତ ହୋଇପାରନ୍ତି।
ମିଥୁନ
ମିଥୁନ
ଆଜି ପଦସ୍ଥବ୍ୟକ୍ତିଙ୍କ ସଙ୍ଗଲାଭପୂର୍ବକ ଚାହୁଁଥିବା ଜିନିଷ ପ୍ରାପ୍ତିର ପ୍ରତିଶ୍ରୁତି ଲାଭକରିବେ। ଈର୍ଷାଳୁ ବନ୍ଧୁମାନେ ଭାଇଭାଇ ମଧ୍ୟରେ ଫାଟ ସୃଷ୍ଟି କରିବା ସକାଶେ ଅପଚେଷ୍ଟା କରିପାରନ୍ତି। ସାମାଜିକ ସ୍ତରରେ ମଧ୍ୟସ୍ଥତା କଲେ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
କାର୍ଯ୍ୟଦକ୍ଷତା ଓ ସାହାଯ୍ୟକାରୀ ମନୋଭାବରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଅନ୍ୟର କାନକୁହା କଥାକୁ ସତ୍ୟ ମନେକରି ନିଷ୍ପତ୍ତି ନେଲେ ସମାଲୋଚିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ସହିପାରନ୍ତି। ଯାତ୍ରା ସମୟରେ ଅତି ପ୍ରିୟ ବ୍ୟକ୍ତିଟିର ସାନ୍ନିଧ୍ୟ ଲାଭ କରି ଖୁସି ହେବେ।
ସି˚ହ
ସି˚ହ
ଆର୍ଥିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ଏବଂ ବିଳାସପୂର୍ଣ୍ଣ ଜୀବନଯାପନ ଖୁସି କରାଇପାରେ। ଫେରିବା ବାଟରେ କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବିବ୍ରତ ହେବେ। ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ବିଚଳିତ ହେବେ। ବନ୍ଧୁଙ୍କ ସମସ୍ୟା, ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ସୃଷ୍ଟିହେବ।
କନ୍ୟା
ଅନ୍ୟମାନଙ୍କ ପାଇଁ ଯେତେ କାମ କଲେ ମଧ୍ୟ ପ୍ରତିଦାନରେ ତିରସ୍କାର ପାଇବେ। ପିଲାଙ୍କ ସକାଶେ, ନିଜର କୌଣସି କହିଥିବା କଥାକୁ କେନ୍ଦ୍ରକରି ସମସ୍ୟା ଉପୁଜିପାରେ। ସତ୍‌ସଙ୍ଗ, କଳା, ସାହିତ୍ୟ ଓ ସଭାସମିତିରେ ଯୋଗଦେଇ ଖୁସି ହେବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ରାସ୍ତା ବାହାର କରିବେ।
ତୁଳା
ତୁଳା
କେବଳ ଏକା ଏକା କଟାଉଥିବା ପାରିବାରିକ ଜୀବନ ପ୍ରତି ବୀତସ୍ପୃହ ହେବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ନୟାନ୍ତ ହେବେ। ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦିତାରେ କୃତିତ୍ୱ ହାସଲ କରିବାର ସମ୍ଭାବନା ରହିଛି। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇ ଆଗଭଳି ଅନୁରକ୍ତି ପ୍ରକାଶ କରି ନ ପାରନ୍ତି।
ବିଛା
ବିଛା
ଆଳସ୍ୟ ଓ ଅବହେଳାଜନିତ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ ସମ୍ପନ୍ନ କରିବା ସମ୍ଭପର ନ ହୋଇପାରେ। ଅନଟନ କ୍ଷେତ୍ରରେ ସନ୍ତାନଙ୍କ ସହଯୋଗ କାମରେ ଆସିବ। ବିବାଦୀୟ କ୍ଷେତ୍ରରେ ଅଯଥା ଚିନ୍ତିତ ରହିଛନ୍ତି ସିନା ସେପରି କିଛି ଅସୁବିଧା ହେବନି। ଆଇନଅଦାଲତ, ସାମ୍ବାଦିକତା, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଆଲୋଚନା ପରିସରରେ ଆପଣଙ୍କ ଠିକ୍‌ ନିଷ୍ପତ୍ତି ବହୁଜନ ପ୍ରଶଂସିତ ହେବ। ଦୀର୍ଘଦିନ ହେଲା ଯାହା ପାଇବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ପାଇପାରିବେ। ନୂତନ ବନ୍ଧୁତ୍ୱ ଯୋଡ଼ିବାକୁ ଚେଷ୍ଟାକରି ସଫଳ ହେବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ, ଆଲୋଚନା ପରିସରରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିପାରିବେ।
ମକର
ମକର
ଆଜି ପ୍ରତ୍ୟେକ କାମକୁ ବିନା ପ୍ରତିବନ୍ଧକରେ କଲେ ମଧ୍ୟ ଶାନ୍ତିପାଇବେ ନାହିଁ। ସ୍ବାସ୍ଥ୍ୟ ଭଲ ରହିବା ସହ ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। ବନ୍ଧୁ ଠିକ୍‌ ସମୟରେ ନ ଫେରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବୃଦ୍ଧି ଆଶଙ୍କାକୁ ଏଡ଼ାଯାଇ ନ ପାରେ।
କୁମ୍ଭ
କୁମ୍ଭ
ଆପଣଙ୍କ ଗୋପନୀୟ କଥା ଓ କାର୍ଯ୍ୟ, ବ୍ୟୟବୃଦ୍ଧି ଦୂରଯାତ୍ରା ପାଇଁ ଅନୁପ୍ରେରିତ କରିପାରେ। କର୍ମକ୍ଷେତ୍ରରେ ଆମତ୍ୀୟତାର ସହ କାମ କଲେ ମଧ୍ୟ ଓଲଟା ଫଳ ପାଇବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ଆନୁଷ୍ଠାନିକ କାର୍ଯ୍ୟରେ, କଚେରି ମାମଲାରେ, ଜମିଜମାବିବାଦରେ ଉପକୃତ ହେବେ।
ମୀନମୀନ

କ୍ରନିକ୍‌ ରୋଗପୀଡ଼ାଜନିତ ଶାରୀରିକ ଅସୁସ୍ଥତା ସଙ୍ଗକୁ ମାନସିକ ଶାନ୍ତି ମଧ୍ୟ ରହିବ ନାହିଁ। ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ ସାମୟିକ ମନକୁ ବୁଝାଇପାରନ୍ତି। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ। ସଭାସମିତି, ଆନୁଷ୍ଠାନିକ କାମ ଓ କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରେ ଉତ୍ତରଭାଦ୍ରପଦ୍‌ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri