Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ
ଅତୀତର ବିବାଦୀୟ ପରିସ୍ଥିତିକୁ ନେଇ ଟେନ୍‌ସନ ଲାଗି ରହିବ। ଟଙ୍କା ପଇସାକୁ କେନ୍ଦ୍ରକରି କିମ୍ବା ପର କଥା ଶୁଣି ଘରେ କଳହ ସୃଷ୍ଟି ହୋଇପାରେ। ଅଶ୍ୱିନୀ ନକ୍ଷତ୍ର କାର୍ଯ୍ୟକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ଅଛି। ବ୍ୟବସାୟ, ନିର୍ମାଣ, ପ୍ଲଟିଂ କାରବାର, ଆଇନ ଅଦାଲତ କ୍ଷେତ୍ରରୁ ଆଶାଜନକ ଫଳ ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଦାୟୀ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ଏବଂ ଦ୍ରବ୍ୟ ଲାଭଜନିତ ଏକ ପ୍ରକାର ଆଶ୍ୱସ୍ତି ଲାଭକରିବେ। ମୃଗଶିରା ନକ୍ଷତ୍ର ଅଭାବ ପୂରଣ ଦିଗରେ ସହକର୍ମୀଙ୍କୁ ଅନୁରୋଧ କରିପାରନ୍ତି। ବିଗିଡ଼ି ଯାଇଥିବା ଭ୍ରାତୃ ସମ୍ପର୍କରେ ସମସ୍ୟା ସମାଧାନର ଆଶା କରାଯାଇପାରେ।
ମିଥୁନ
ମିଥୁନ
ଆଗପଛ ବିଚାରକରି କାମରେ ହାତ ଦିଅନ୍ତୁ, ନତୁବା ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିବ। ଆରଦ୍ରା ନକ୍ଷତ୍ର ନିଜ ଫାଇଦା ହାସଲ ପାଇଁ ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ। ପୁରାତନ ରୋଗପୀଡ଼ା ବୃଦ୍ଧି ପାଇପାରେ ,ସଜାଗ ରହିବା ଭଲ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
କର୍କଟ
କର୍କଟ
ପରିବାରର କଠିନ ପରିସ୍ଥିତିରେ ନିଜକୁ ଆଡଜଷ୍ଟକରି ନେବାରେ ସମର୍ଥ ହେବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ବନ୍ଧୁଙ୍କ ପ୍ରେରିତ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ। ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିମାନେ ପ୍ରତ୍ୟେକ କ୍ଷେତ୍ରରେ ସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହୋଇପାରିବ।
ସି˚ହ
ସି˚ହ
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ସଫଳତା ପାଇବେ। ମଘା ନକ୍ଷତ୍ର ସକାଳୁ ନକାରାମତ୍କ ଚିନ୍ତାଧାରା ଯୋଗୁ ସାମୟିକ ଚିନ୍ତିତ ରହିପାରନ୍ତି। ସ୍ବାର୍ଥହାନି ଆଶଙ୍କାରେ ଆମତ୍ୀୟସ୍ବଜନ ଦୂରେଇ ଯାଉଥିବା ଅନୁଭବ କରିବେ। ପରିବାରରେ କିଛିଟା ପ୍ରତିବନ୍ଧକ ରହିଥିଲେ ମଧ୍ୟ କାମ ହାସଲ କରିବାରେ ସମର୍ଥ ହୋଇପାରନ୍ତି।
କନ୍ୟା
ଉନ୍ନତ ଚିନ୍ତା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବା ମନୋଭାବରୁ ପ୍ରଶଂସିତ ହେବେ। ଚିତ୍ରା ନକ୍ଷତ୍ର ପାଇଁ ସଭାସମିତିରେ ବାକ୍‌ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତହେବ। ବ୍ୟବସାୟରେ ଲାଭ ମିଳିବା ସହ ବାଦ ବିବାଦରେ ଆପୋସ ସମାଧାନ ଘଟିବ। ଶିଳ୍ପ, ବାଣିଜ୍ୟ, କଚେରି ମାମଲା ଓ ପରିବହନ ସମସ୍ୟାବହୁଳ ରହିବ।
ତୁଳା
ତୁଳା
ଆଜି ଦିନଟିରେ ଘରକାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବା ଫଳରେ ଜମା ଫୁର୍‌ସତ୍‌ ପାଇବେ ନାହିଁ। ବନ୍ଧୁଙ୍କ ମନରେ ବିଶ୍ୱାସହେଲା ଭଳି କାମକରି ଲକ୍ଷ୍ୟ ହାସଲକରିବେ। ଧର୍ମ କାର୍ଯ୍ୟର ନେତୃତ୍ୱ ନେଲେ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ସ୍ବାତୀ ନକ୍ଷତ୍ର ସକାଶେ ଆଜିର ଯାତ୍ରା, ପ୍ରଶାସନ, ଆଇନ, ସାହିତ୍ୟ କ୍ଷେତ୍ର ମନ୍ଦ ହେବନାହିଁ।
ବିଛା
ବିଛା
ଆପଣଙ୍କ ପାଇଁ ସମୟର ଚକ୍ର ପୂର୍ବପରି ଅପରିବର୍ତ୍ତିତ ରହିଥିଲେ ମଧ୍ୟ ଉନ୍ନତି ନ ହେଲେ ମଧ୍ୟ ଅବନତି ହେବନାହିଁ। କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଜ୍ୟେଷ୍ଠା ନକ୍ଷତ୍ରର କାମ ସୁବିଧାରେ ନ ହେବା କାରଣରୁ ବ୍ୟଥିତ ହେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ କୃତକାର୍ଯ୍ୟ ହେବେ।
ଧନୁ
ଧନୁ
ଅସୁବିଧାକୁ ସୁବିଧାରେ ପରିଣତ କରିବାରେ ସମ୍ପର୍କୀୟଙ୍କ ଭୂମିକାକୁ ଅସ୍ବୀକାର କରିପାରିବେ ନାହିଁ। ଅଯଥା ମାନସିକ ଉଦ୍‌ବେଗ ଓ ଆଶଙ୍କା ଅସ୍ଥିରତା ମଧ୍ୟରେ ଦିନଟିକୁ କଟାଇବେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣାର ଅଭାବ ଅଶାନ୍ତିର କାରଣ ହେବ। ଉତ୍ତରା ଫାଲ୍‌ଗୁନୀର ଅବକାରୀ ବେପାରରେ ସମସ୍ୟା ଆଶଙ୍କା ରହିବ।
ମକର
ମକର
ଶ୍ରବଣା ନକ୍ଷତ୍ର ସାଧାରଣ କଥାରେ ଅତ୍ୟଧିକ ଅଧୈର୍ଯ୍ୟ ହେବା କାରଣରୁ ମାନସିକ ଶାନ୍ତି ପାଇବେ ନାହିଁ। କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ସହଯୋଗ କରିପାରନ୍ତି। ସଭାସମିତିର ଆଲୋଚନା କିମ୍ବା ତର୍କବିତର୍କରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
କୁମ୍ଭ
କୁମ୍ଭ
ଆଜି କୌଣସି ବିବାଦୀୟ ଘଟଣାରେ ଚିହ୍ନା ପଡ଼ିଲେ ନିଜକୁ କ୍ଷତି ସହିବାକୁ ପଡ଼ିବ। ଯେକୌଣସି କ୍ଷେତ୍ରରେ ହେଉ, ଆଗତୁରା ପ୍ରତିକ୍ରିୟା ଦେବା ଠିକ୍‌ ହେବନାହିଁ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସହଜରେ ସମ୍ପନ୍ନ କରିପାରିବେ। ପୂର୍ବଭାଦ୍ରପଦ ନକ୍ଷତ୍ର କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିବେ।
ମୀନମୀନ

ଆଜି ଆର୍ଥିକ ଦିଗରୁ ଅସୁବିଧାଜନକ ସ୍ଥିତି ନ ଉପୁଜିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ରେବତୀ ନକ୍ଷତ୍ରର ଅପରାହ୍ନରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ ଏବଂ ଅନ୍ୟମାନଙ୍କ ଖଳକଥାରେ ପ୍ରଭାବିତ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ସମସ୍ୟାର ସମାଧାନ ଆଶା କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?