Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଗୁରୁଜନଙ୍କ କଥାରେ ପ୍ରଭାବିତ ହୋଇ ନୂତନ ଯୋଜନା ସକାଶେ ମନ ବଳାଇପାରନ୍ତି। ସମ୍ପର୍କୀୟମାନେ କାଳେ ଦେବାକୁ ପଡ଼ିବ ସେଥିପାଇଁ ପାଖ ମାଡ଼ିବେ ନାହିଁ। ଆନୁଷ୍ଠାନିକ କାମରେ ସମସ୍ୟାର ସରଳ ସମାଧାନ ହେବାର ସମ୍ଭାବନା ରହିଛି।
ବୃଷ
ବୃଷ
ପାଖ ଲୋକଙ୍କୁ ମନେଇ କାମ ହାସଲ ପାଇଁ ଚେଷ୍ଟାକଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିପାରେ। ସାମାଜିକ ସ୍ତରରେ ସମ୍ମାନ ମିଳିବ ଏବଂ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେବେ। ସଙ୍ଗୀତ, କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ।
ମିଥୁନ
ମିଥୁନ
ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ଉଚିତ ପଦକ୍ଷେପ ନେବା ଭଲ ହେବ। ପାଖରେ ନ ଥିବା ଜିନିଷଟି ହାସଲ କ୍ଷେତ୍ରରେ ତର୍କ ଓ ବିବାଦ ବଢ଼ିପାରେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଭଲରେ ଚାଲିବ କିନ୍ତୁ ପୂର୍ଣ୍ଣ ସନ୍ତୋଷଜନକ ହୋଇ ନପାରେ। ସାଂସ୍କୃତିକ କାର୍ଯ୍ୟକ୍ରମର ନିମନ୍ତ୍ରଣ ପାଇପାରନ୍ତି।
କର୍କଟ
କର୍କଟ
ଯେଉଁ କାମ କରନ୍ତୁନା କାହିଁକି ଆଶାନୁରୂପ ସହଯୋଗ ଲାଭ କରି ଲକ୍ଷ୍ୟ ପୂରଣ କରିପାରିବେ। ଆନୁଷ୍ଠାନିକ କାମ, କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ପ୍ରତିଦ୍ୱନ୍ଦ୍ୱିତା, କ୍ରୀଡ଼ା ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ନିକଟ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଆପଣଙ୍କୁ ବିଶେଷ ଧାଁ ଦଉଡ କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ଯାହା ପାଇବାକୁ ଇଚ୍ଛା କରୁଛନ୍ତି ତାହା ନିଶ୍ଚିତ ମିଳିବ କିନ୍ତୁ ଏଥିପାଇଁ ବିବାଦର ସୂଚନା ରହିଛି। ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ କିମ୍ବା ସ୍ବାସ୍ଥ୍ୟ ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହରଡଘଣାରେ ପଡ଼ିବେ। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।
କନ୍ୟା
ଆଜି ବନ୍ଧୁ ପରିଜନଙ୍କ ମେଳରେ ସମୟ ଅତିବାହିତ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରିୟ ବନ୍ଧୁଟି ସାହାଯ୍ୟର ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡ଼ିବ ନାହିଁ। ବ୍ୟବସାୟ ଏବଂ ପରିବହନରେ ଲାଭ ଅପେକ୍ଷା କ୍ଷତି ଅଧିକ ହୋଇପାରେ। ଅର୍ଥ, କର୍ମକ୍ଷେତ୍ର, ନିର୍ମାଣ, ସଭାସମିତିରେ ଉତ୍ସାହିତ ହୋଇ କାମ କରିବାର ସୁଯୋଗ ପାଇବେ।
ତୁଳା
ତୁଳା
ଲାଗି ରହିଥିବା ସମସ୍ୟା ସମାଧାନ କରିବାରେ ଜଣେ ବୁଦ୍ଧିଜୀବୀ ସାହାଯ୍ୟ କରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ଦୀର୍ଘ ମିଆଦୀ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ କରିବାର ମାର୍ଗ ପ୍ରଶସ୍ତ ରହିବ। ପଡ଼ୋଶୀ ନିଜ ନିଜର ସ୍ବାର୍ଥସାଧନ ମାନସରେ ବନେଇ ଚୁନେଇ ବହୁତ କଥା କହିପାରନ୍ତି।
ବିଛା
ବିଛା
ଘର କାମ ପଛକୁ ପକାଇ ବନ୍ଧୁଙ୍କ ସହ କୌଣସି କାମରେ ବ୍ୟସ୍ତ ରହିପାରନ୍ତି। ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। କଳା, ସାହିତ୍ୟ ଓ ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପଡ଼ୋଶୀ କିମ୍ବା ସହକର୍ମୀମାନଙ୍କ ତରଫରୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
ଧନୁ
ଧନୁ
ଆଜି କର୍ମକ୍ଷେତ୍ରରେ ଯେମିତି ଚାହୁଁଛନ୍ତି ସେମିତି ହେବ। ଆଲୋଚନା ପରିସରରେ କଥା କଟାକଟି ପରେ ସହମତିରେ କାମ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ବିବାଦୀୟ ଘଟଣା, ପରିବହନ, ବ୍ୟବସାୟ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ୟସ୍ତତା ବୃଦ୍ଧି ପାଇବ। ପରିବାରରେ ପ୍ରିୟ କଥା କହି ସନ୍ଦେହ ଓ ସମସ୍ୟାକୁ ସୁଧାରି ନେଇପାରନ୍ତି।
ମକର
ମକର
ମନ ଚାହୁଁଥିବା ଜିନିଷ, ବନ୍ଧୁଙ୍କଠାରୁ ଆତ୍ମପ୍ରଶଂସା, ପଡ଼ୋଶୀଙ୍କ ପରିବର୍ତ୍ତିତ ମନୋଭାବରୁ ଖୁସି ରହିବେ। ସନ୍ଧ୍ୟାରେ କଠିନ କାମ ଓ ଭ୍ରମଣ କାରଣରୁ ଦେହ ଭଲ ଲାଗିବ ନାହିଁ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ, ସାହିତ୍ୟରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ର ତଥା ପାରିବାରିକ ସମସ୍ୟାକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ସମର୍ଥ ହେବେ। ସାମାନ୍ୟ କଥାକୁ ଗୁରୁତ୍ୱ ଦେଲେ ଅଯଥା ଟେନସନ ଲାଗି ରହିବାର ସୂଚନା ରହିଛି। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବାକୁ ପଡ଼ିପାରେ। ସନ୍ତାନଙ୍କ କୃତି ଓ କୃତିତ୍ୱ କାରଣରୁ ନିଜକୁ ଗୌରବାନ୍ବିତ ମନେକରିବେ।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। କର୍ମକ୍ଷେତ୍ରରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପାରନ୍ତି। ଦୀର୍ଘ ସମୟ ପରେ ଆତ୍ମୀୟଙ୍କଠାରୁ ପ୍ରତୀକ୍ଷିତ ଖବର ପାଇପାରନ୍ତି। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରି କଟୁ କଥା କହିବାକୁ ପଛାଇବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୮ ତାରିଖ – Daily Horoscope

ମେଷ କେନ୍ଦ୍ରସ୍ଥ ଗ୍ରହଙ୍କ ସୁପ୍ରଭାବରୁ ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଧର୍ମକାର୍ଯ୍ୟକୁ ମନ ବଳିବ। ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ସହ ସତ୍‍ସଙ୍ଗର ସୁଯୋଗ ପାଇବେ। ଆଜିର ଯାତ୍ରା,…

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଯାତ୍ରା, ବ୍ୟବସାୟ, ପରିବହନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ…

ରାଶିଫଳ: ବୁଧବାର, ମେ ୬ ତାରିଖ – Daily Horoscope

ମେଷ ବୁଧାଦିତ୍ୟ ଯୋଗ ପ୍ରଭାବରୁ ବ୍ୟକ୍ତିତ୍ୱର ପରିପ୍ରକାଶ ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା…

ରାଶିଫଳ: ମଙ୍ଗଳବାର, ମେ ୫ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। କୃତ୍ତିକା ନକ୍ଷତ୍ର ସକାଶେ…

ରାଶିଫଳ: ସୋମବାର, ମେ ୪ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ପ୍ରଭାବରେ ଯାତ୍ରା, ବିବାଦ ପ୍ରଭୃତିରୁ ଦୂରେଇ ରହିବା ଭଲ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପରୋକ୍ଷ…

ରାଶିଫଳ: ରବିବାର, ମେ ୩ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ହାତରେ ଥିବା କାମକୁ ଶୀଘ୍ର ଶେଷ କରିବା ପାଇଁ ବ୍ୟସ୍ତ ହୋଇପାରନ୍ତି। ପ୍ରଶାସନ, ରାଜନୀତି…

ରାଶିଫଳ: ଶନିବାର, ମେ ୨ ତାରିଖ – Daily Horoscope

ମେଷ ନିକଟ ଅତୀତ ଘଟଣା ଗୁଡିକର ସମୀକ୍ଷା କରିପାରନ୍ତି। ମଙ୍ଗଳଙ୍କ କୁପ୍ରଭାବ ସ୍ୱରୂପ ସ୍ୱାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ।…

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ ଆପଣ ଯେମିତି ଉଚ୍ଚମନା, ଆପଣଙ୍କ କାମଗୁଡିକ ମଧ୍ୟ ସରସ, ସୁନ୍ଦର ରହିବ। ଶୁକ୍ରଙ୍କ ସ୍ଥିତି ଜନିତ ଅଭାବ ରହିବନି ଏବଂ ପାରିବାରିକ ସ୍ଥିତି ମଧ୍ୟ ମନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri