Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ
କୋଣଭାବରେ ତିନୋଟି ଗ୍ରହ ହେତୁ ଆପଣଙ୍କ ବିଚାରଧାରାକୁ ପ୍ରଭାବିତ କରିବା ଫଳରେ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। କୌଣସି ବ୍ୟକ୍ତିଙ୍କୁ ଗଭୀର ବିଶ୍ୱାସକରି ପ୍ରତାରିତ ହେବା ସମ୍ଭାବନା ରହିଛି। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟହେବେ।
ବୃଷ
ବୃଷ
ପରିବାର ସ୍ଥାନରେ ଏକାଧିକ ଗ୍ରହ ପାରିବାରିକ କ୍ଷେତ୍ରର ଅସ୍ଥିରତା ସୃଷ୍ଟି କରିବ। ବ୍ୟସ୍ତତା ଓ ବ୍ୟଗ୍ରତାକୁ ପ୍ରତିରୋଧକରି କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ଈର୍ଷାପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟାଜନିତ ଅସ୍ଥିରତାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।
ମିଥୁନ
ମିଥୁନ
ଗ୍ରହ ସ୍ଥିତି ମଧ୍ୟମ ପ୍ରକାର ରହିଥିବାରୁ ଅସ୍ବାଭାବିକ ପରିସ୍ଥିତିକୁ ସଜାଡ଼ି ନେବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ଖୋଜି ନ ପାଇ ବ୍ୟସ୍ତ ହୋଇପାରନ୍ତି। ଯେକୌଣସି କ୍ଷେତ୍ର ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହୋଇପାରନ୍ତି। ରୋଗ, ଋଣ ଓ ଶତ୍ରୁତା ଦୁଶ୍ଚିନ୍ତାର ମୁଖ୍ୟ କାରଣ ହୋଇପାରେ।
କର୍କଟ
କର୍କଟ
କର୍ମାଧିପ ଏକାଦଶସ୍ଥ ହେତୁ ପ୍ରତିବନ୍ଧକକୁ ପ୍ରତିହତ କରି ଯୋଜନାଗୁଡ଼ିକ ଠିକ୍‌ କାର୍ଯ୍ୟକାରୀ କରିପାରିବେ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପୂର୍ବ ପରିକଳ୍ପିତ ଦର୍ଶନୀୟ ସ୍ଥାନକୁ ସାଙ୍ଗସାଥୀଙ୍କ ସହ ଭ୍ରମଣ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ତ କଥା ଜାଣିଶୁଣି ମଧ୍ୟ ନୀରବତାକୁ ଶ୍ରେୟ ମନେକରିପାରନ୍ତି।
ସି˚ହ
ସି˚ହ
ଆପଣଙ୍କ କାର୍ଯ୍ୟକଳାପ ବନ୍ଧୁଙ୍କ ଜରିଆରେ ବାହାରେ ଆଲୋଚନାକୁ ସରଗରମ କରିବ। ନୀଚାରୋହୀ ତୃତୀୟେଶ ଯୋଗୁ କୌଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହେବେ। ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିପାରେ। ଦୀର୍ଘଦିନରୁ ମନ ଭିତରେ ଲୁଚି ରହିଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
କନ୍ୟା
ସ୍ବଗୃହାଭିମୁଖୀ ବୁଧ ହେତୁ ସ୍ବାସ୍ଥ୍ୟ ଠିକ୍‌ ରହିବା ସହ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ତଥାପି ହସ୍ତା ନକ୍ଷତ୍ର କାର୍ଯ୍ୟ ସାଧନ ପାଇଁ ଅନୁକୂଳ ପରିବେଶ ଅଭାବରୁ ଚିନ୍ତା ପ୍ରକଟ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ବିଶିଷ୍ଟ ବ୍ୟକ୍ତିଙ୍କ ଆହ୍ବାନରେ ଉସତ୍ବ ଅନୁଷ୍ଠାନରେ ଯୋଗଦେଲେ ସମ୍ମାନିତ ହେବେ।
ତୁଳା
ତୁଳା
ଶନି ଦୃଷ୍ଟ ଶୁକ୍ରଜନିତ ଟେନ୍‌ସନ ସବୁ ସମୟରେ ଲାଗି ରହିଥିବା କାରଣରୁ ମନ ଭଲ ରହି ନ ପାରେ। ଚିତ୍ରା ନକ୍ଷତ୍ର ଯେତେ ପାଇଲେ ମଧ୍ୟ ଅଭାବବୋଧ ଅନୁଭବ କରିବେ। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟ ହୋଇପାରନ୍ତି।
ବିଛା
ବିଛା
ଶନିଙ୍କ କୁପ୍ରଭାବରୁ ନିଜର ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମନସ୍କ ରହିପାରନ୍ତି। ଅନୁରାଧା ନକ୍ଷତ୍ର ପରିସ୍ଥିତି ପ୍ରତି ଲକ୍ଷ୍ୟ ରଖି କାମ ନ କଲେ ଅସୁବିଧାରେ ପଡ଼ିବେ। ସହକର୍ମୀଙ୍କ ସହ ବହୁଦିନର ମତାନ୍ତର ଓ ମନାନ୍ତର ସମାଧାନ ହେବ। ପାରିବାରିକ ଜୀବନରେ ବୁଝାମଣା ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ଧନୁ
ଧନୁ
ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟ ସାଧନ ପରିପେକ୍ଷୀରେ ଶାରୀରିକ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ଅସାବଧାନତାରୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି। ଉପରିସ୍ଥଙ୍କ ବାହୁଛାୟା ତଳେ ଆଶ୍ରୟ ନେଇଥିବା କାରଣରୁ ବର୍ତ୍ତମାନ ସକାଶେ ଶତ୍ରୁ ଉପଦବ୍ର ସମ୍ପୂର୍ଣ୍ଣ ଭାବେ କମିଯାଇପାରେ।
ମକର
ମକର
ବକ୍ରି ଶନିଜନିତ ପାରିବାରିକ ଦୃଷ୍ଟିକୋଣରୁ ଖୁସିରେ ରହିଲେ ମଧ୍ୟ ମାନସିକ ସି୍ଥରତା ରହି ନ ପାରେ। ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ କୌଣସି ଖବର ମନକୁ ବିଚଳିତ କରିପାରେ। ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେଇ ଖୁସି ମନାଇବେ। ଅନ୍ୟମାନଙ୍କ ଦୂରଭିସନ୍ଧିକୁ ଠିକ୍‌ ଭାବେ ବୁଝିପାରି ସମ୍ଭାବ୍ୟ ବିପଦକୁ ଦୂରେଇଦେବେ।
କୁମ୍ଭ
କୁମ୍ଭ
ଚେଷ୍ଟା କରୁଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବାରେ ବନ୍ଧୁମାନେ ସାହାଯ୍ୟ କରିପାରନ୍ତି। ଚତୁର୍ଥସ୍ଥ ଗ୍ରହଜନିତ ପୂର୍ବର ସମସ୍ୟାକୁ କେନ୍ଦ୍ରକରି ଗୃହ,ଭୂମି,ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ। ଆକସ୍ମିକ ଭାବରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିବ। ବନ୍ଧୁଙ୍କ କଥାର ପ୍ରଗଳ୍‌ଭତାରେ ପ୍ରଭାବିତହୋଇ ତୀର୍ଥାଟନ କଥା ଚିନ୍ତାକରିପାରନ୍ତି।
ମୀନମୀନ

ବୁଧଙ୍କ ପ୍ରଭାବରେ ପରିବାରରୁ ଆଶାନୁରୂପ, ସ୍ନେହ, ଶ୍ରଦ୍ଧା ଓ ସହାନୁଭୁତି ପାଇବା କମି ଯାଇପାରେ। ଦେହରେ କୌଣସି ବଡ଼ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ। ବନ୍ଧୁମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ସାୟାହ୍ନେ ଟେନ୍‌ସନ ବଢ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri