Posted inRasifala

ରାଶିଫଳ: ରବିବାର, ଜୁଲାଇ ୧୪ ତାରିଖ – Daily Horoscope

ମେଷ
ଆଜି ଅର୍ଥନୈତିକ ଅଭିବୃଦ୍ଧି ମନକୁ ଖୁସି ରଖିବ। ଯାତ୍ରା ପ୍ରୀତିପ୍ରଦ ରହିବା ସହ ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ କ୍ଷେତ୍ର୍ରରେ ମଧ୍ୟ ସୁନାମ ଅର୍ଜନ କରିବେ। ଦୀର୍ଘଦିନ ହେଲା ଯାହା ମନରେ ଭାବୁଥିଲେ ଆଜି ସେହି କାମ ହାସଲ ହୋଇଯିବ। ଅଶ୍ୱିନୀ ନକ୍ଷତ୍ରର ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଲାଭକରି ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିବେ। ମୃଗଶିରା ନକ୍ଷତ୍ରର ଅର୍ଥାଭାବର ସାମ୍ନା କରିପାରନ୍ତି। ଭୁଲ୍‌ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟିର ଆଶଙ୍କା ରହିଛି। ହୋଟେଲ, ରେଷ୍ଟୁରାଣ୍ଟ, ଯାନ୍ତ୍ରିକ ଜିନିଷ, ଯାନବାହନ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି।
ମିଥୁନ
ମିଥୁନ
ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଅନ୍ୟମାନଙ୍କୁ ପାଖେଇ ଆଣିବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପୁନର୍ବସୁ ନକ୍ଷତ୍ରର ଯାତ୍ରା, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ର ସକାଶେ ଆଜି ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ କାମର ଚାପ ବ୍ୟଥାର କାରଣ ହେବ। ବନ୍ଧୁଙ୍କ ସାହାଯ୍ୟ ଅର୍ଥଲାଭ କରାଇଲେ ମଧ୍ୟ ପାରିବାରକ କ୍ଷେତ୍ରକୁ ବିପଦସଙ୍କୁଳ କରିପାରେ। ବିପକ୍ଷ ବ୍ୟକ୍ତିଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରକାଶନ, ପ୍ରଶାସନ, ନିର୍ମାଣ କ୍ଷେତ୍ରରେ ସହଯୋଗ ଓ ଉଚ୍ଚ ସମ୍ମାନ ପାଇ ଖୁସି ହେବେ।
ସି˚ହ
ସି˚ହ
ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ଅଳ୍ପ ସମୟ ପାଇଁ ହେଉ ପଛେ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଆନୁଷ୍ଠାନିକ ତଥା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିପାରନ୍ତି।
କନ୍ୟା
କୌଣସି ବ୍ୟକ୍ତି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ଗଠନମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।
ତୁଳା
ତୁଳା
ଚିତ୍ରା ନକ୍ଷତ୍ର ସକାଶେ ଆଜି ଅଶାନ୍ତ ମନର ବହୁବିଧ ଭାବନା ମନକୁ ଚିନ୍ତିତ କରାଇବ। ପ୍ରଶାସନିକ ସ୍ତରରେ ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଜିର ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ଆଶଙ୍କା ରହଛି।
ବିଛା
ବିଛା
ଅନୁରାଧାର ମାନସିକ ଅସ୍ଥିରତା କାରଣରୁ ଯାହା ଭାବୁଥିବେ କରିବା ବେଳକୁ ଓଲଟା ହୋଇଯିବ। ପ୍ରିୟଜନଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। କଳା, ସଙ୍ଗୀତ, କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା ତଥା କଳା ସମସ୍ୟା ସମାଧାନ ହୋଇଯିବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ।
ଧନୁ
ଧନୁ
ଦିନଟି ପ୍ର୍ରତ୍ୟେକ ଦିଗରୁ ଲାଭଦାୟକ ମନେ ହେଲେ ମଧ୍ୟ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ପାଇଁ କ୍ଷଣକୋପର କୁପ୍ର୍ରଭାବଜନିତ ଭଲ ସମ୍ପର୍କ କ୍ଷଣିକ ମଧ୍ୟରେ ମିଳାଇ ଯାଇପାରେ। ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଆକସ୍ମିକ ପାରିବାରିକ ସମସ୍ୟା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର
ମକର
କୌଣସି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରି କାମ ହାସଲ କରିବାକୁ ପଡ଼ିପାରେ। ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇଯିବ। ଧନିଷ୍ଠା ନକ୍ଷତ୍ରର ବାହାର ସ୍ଥାନରେ ନିର୍ଦ୍ଦିଷ୍ଟ ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବନ୍ଧୁଙ୍କ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଶତଭିଷା ନକ୍ଷତ୍ର ପ୍ରିୟଜନଙ୍କ ନିକଟରୁ ଖୁସି ଖବର ପାଇପାରନ୍ତି। ରାଜନୀତି, ସାମ୍ବାଦିକତା, ପ୍ରଶାସନ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ସଙ୍ଗୀତ ଚର୍ଚ୍ଚା, ବକ୍ତୃତା, ସଭାସମିତି, କ୍ରୀଡ଼ା କୌଶଳ ପ୍ରଦର୍ଶନଜନିତ ପ୍ରଶଂସିତ ହେବେ।
ମୀନମୀନ

ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ସୂଚନା ରହିଛି। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହୋଇପାରିବେ। ରେବତୀ ନକ୍ଷତ୍ରର ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଅଭାବ ନଥିଲେ ମଧ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ସାମୟିକ ମନ ଅଶାନ୍ତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri