ସରକାରୀ ଜମି ଉଚ୍ଛେଦ କରି ବସ୍‌ଷ୍ଟପ୍‌ ପାଇଁ ଦାବି

କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁର ମୌଜାରେ ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ,ଉକ୍ତ ମୌଜାର ମୁଖ୍ୟ ରାସ୍ତାକଡ଼ରେ ମୂଲ୍ୟବାନ ୧ ଏକର ୨୧ ଡେସିମିଲି ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଉକ୍ତ ଜମିକୁ ଜବରଦଖଲକାରୀମାନେ ବ୍ୟବହାର କରି ଲାଭ କରୁଥିବା ବେଳେ ଏହାଦ୍ୱାରା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ସହରର କଟକ-ଭୁବନେଶ୍ୱରକୁ ଯାଉଥିବା ବସ୍‌ ସ୍ଥାନ ଅଭାବରୁ ରାସ୍ତା କଡ଼ରେ ଛିଡ଼ା ହୋଇ ରହୁଥିବା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବସ୍‌ ରାସ୍ତାରେ ଛିଡ଼ା ହେଉଥିବାରୁ ଲାବଣ୍ୟ ଛକ ନିକଟରେ ସବୁଦିନ ଟ୍ରାଫିକ୍‌ ଜାମ୍‌ ହେଉଥିବା ବେଳେ ଆମ୍ବୁଲାନ୍ସ ଚଳାଚଳ ବ୍ୟାହତ ହେଉଥିଲା। ଏଣୁ ଏହି ଜମି ବ୍ୟବହାର କରାଗଲେ ସୁବିଧାରେ ବସ୍‌ ପାର୍କିଂ ହୋଇପାରିବ ଏବଂ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ମତପ୍ରକାଶ ପାଉଛି। ନିକଟରେ ରାଜ୍ୟ ସରକାର ସରକାରୀ ଜମି ଉଚ୍ଛେଦ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳମାନଙ୍କୁ ଚିଠି କରିଥିବା ବେଳେ ଦୀର୍ଘ ବର୍ଷ ଧରି ଜବରଦଖଲ ଥିବା ଉକ୍ତ ଜମିରେ ଉଚ୍ଛେଦ କରି ବସ୍‌ଷ୍ଟପ୍‌ ନିର୍ମାଣ କରିବାକୁ ଦାବି ହୋଇଛି। ସେହିପରି ଆର୍‌ଟିଓ ଅଫିସ ନିକଟରେ ମଧ୍ୟ ସରକାରୀ ଜମି ଜବରଦଖଲ ହୋଇଥିବାରୁ ଆର୍‌ଟିଓ ଅଫିସକୁ କାମରେ ଆସୁଥିବା ଲୋକଙ୍କ ଗାଡ଼ି ରାସ୍ତାରେ ଛିଡ଼ା ହେଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଉକ୍ତ ସ୍ଥାନକୁ ଚିହ୍ନଟ କରି ଆର୍‌ଟିଓ ଅଫିସକୁ ଆସୁଥିବା ଗାଡ଼ି ତଥା ସର୍ବସାଧାରଣଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହେଲେ ସହରର ଟ୍ରାଫିକ ସମସ୍ୟା ଦୂର ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି। ସେହିପରି ଗାନ୍ଧୀ ଛକ ନିକଟରେ ମାର୍କେଟ୍‌ କମ୍ପ୍ଲେକ୍ସ ଏବଂ ବ୍ୟବସାୟିକ ଦୋକାନ ଚାଲିଥିବାରୁ ଛକ ସଂକୁଚିତ ହୋଇ ନାନା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଏହି ସ୍ଥାନ ଚିହ୍ନଟ କରି ଜବରଦଖଲ ମୁକ୍ତ କରାଗଲେ ରାସ୍ତା ପ୍ରଶସ୍ତ ହେବା ସହ ମାର୍କେଟକୁ ଆସୁଥିବା ଲୋକଙ୍କ ଗାଡ଼ି ପାର୍କିଂ ହୋଇ ପାରନ୍ତା ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri