Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟୁଷ ଯାତ୍ରା, ମାଙ୍ଗଳିକ କାମରେ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇଉଠିବ। ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦିଚ୍ଛା ଲାଭ କରିବେ। ରହିଯାଇଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଦ୍ୱିଜା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ।
ବୃଷ
ବୃଷ
ଅଟକି ରହିଯାଇଥିବା କାମ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ମନ୍ତବ୍ୟ ଦେଇପାରନ୍ତି। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ରୋହିଣୀ ନକ୍ଷତ୍ର ବନ୍ଧୁଙ୍କଠାରୁ ହଠାତ୍‌ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଆଜି ଅନ୍ୟମାନଙ୍କ ଫୁସୁଲାଫୁସୁଲି କଥାରେ ଭାସିଯାଇ ଯେଉଁ କାମ କଲେ ଅନୁତାପ କରିବେ। ଆନୁଷ୍ଠାନିକ କାମରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ମୃଗଶିରା ପରିଶ୍ରମ ମୁତାବକ ଫଳ ନ ପାଇବା କାରଣରୁ ମନସ୍ତାପ କରିପାରନ୍ତି।
କର୍କଟ
କର୍କଟ
ବନ୍ଧୁଙ୍କ କଥାକୁ ଭାଙ୍ଗି ନ ପାରି ସକାଳୁ ସକାଳୁ କୌଣସି କାମରେ ନିଜକୁ ହଜାଇଦେବେ। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରି ବିଫଳ ହେବେ। ପୁନର୍ବସୁ ନକ୍ଷତ୍ରର ଘରୋଇ କଥାରେ କିଛି ମତପାର୍ଥକ୍ୟ ସୃଷ୍ଟି ହେବ। ଅବଶ୍ୟ କର୍ମକ୍ଷେତ୍ର ଓ ସାମାଜିକ ସ୍ତରରେ ସମ୍ମାନ ପାଇବା କମିବ ନାହିଁ।
ସି˚ହ
ସି˚ହ
ଅସଫଳତାର ଚିନ୍ତାଧାରା ମନକୁ ବେଶି ବିବ୍ରତ କରିପାରିବ ନାହିଁ। ପୂର୍ବାଫାଲଗୁନୀ ନକ୍ଷତ୍ର ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। କୌଣସି ଲୋକର ଚାପର ପ୍ରଭାବରୁ ଧୀରେସୁସ୍ଥେ କାମ କରିବାକୁ ବାଧ୍ୟ ହେବେ।
କନ୍ୟା
ଆଜି ଫେରିବା ବେଳକୁ ଯିବା ସମୟର ଆନନ୍ଦ ମନରେ ଆଉ ନଥିବ ଏବଂ ନିରାଶ ମନରେ ଫେରିବେ। ଚିତ୍ରା ନକ୍ଷତ୍ରର ରୋଗୀଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ। ସତର୍କତା ରକ୍ଷା ନ କଲେ ବ୍ୟବସାୟ କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ପାରିବାରିକ, ସାମାଜିକ ଓ ରାଜନୈତିକ ସ୍ଥିତି ଭଲ ରହିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ଆଜି ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ। ସ୍ବାତୀ ନକ୍ଷତ୍ର କଳା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ମସ୍‌ଗୁଲ୍‌ ରହିବେ। ନିଜ ପରିବାରର ଲୋକମାନଙ୍କ ସହ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବିଛା
ବିଛା
ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ, ଫଳରେ ମନ ଭଲ ରହିବ ନାହିଁ। କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ଅନୁରାଧା ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କିଛି କାମ ହାସଲ କରିବା ସକାଶେ ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
ଧନୁ
ଧନୁ
ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବା ସକାଶେ ଚେଷ୍ଟା କଲେ ମଧ୍ୟ କିଛି ଲାଭ ପାଇବେ ନାହିଁ। ମୂଳା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ। ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। କୌଣସି ନୂତନ କାମଟିଏ ଆରମ୍ଭ କରିବା ପାଇଁ ମନ ବଳାଇବେ।
ମକର
ମକର
ଆଜି ଅନ୍ତରଙ୍ଗ ବନ୍ଧୁଟି ବେଳକାଳ ଉଣ୍ଡି ଅସୁବିଧାରେ ପକାଇପାରେ। ଶ୍ରବଣା ନକ୍ଷତ୍ରର ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟୁଷ ଯାତ୍ରାରେ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍‌ବେଳିତ ହୋଇପାରେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନ ଭାରାକ୍ରାନ୍ତ ରହିବ। ସବୁ କାମ ନିରୁତ୍ସାହିତ ଭାବେ କରିବେ ଏବଂ କୌଣସିଥିରେ ଆନ୍ତରିକତା ନ ଥିବ। ଧନିଷ୍ଠା ନକ୍ଷତ୍ର ପାଇଁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମୀନମୀନ
ଯେତେ ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି। ଗତକାଲିର ଯୋଜନା ଅନୁଯାୟୀ ଆଜିର କାମଗୁଡ଼ିକ ସମ୍ପନ୍ନ ହୋଇଯିବ। ରେବତୀ ନକ୍ଷତ୍ର ପରିସ୍ଥିତି ପ୍ରତି ସତର୍କ ରହି କାମ କଲେ ଉପକୃତ ହୋଇପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri