Posted inRasifala

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୩୦ ତାରିଖ – Daily Horoscope

ମେଷ
ସକାଳୁ ସକାଳୁ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଓ ପୂର୍ବ ଶତ୍ରୁତା ସମ୍ପର୍କିତ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ସାଧାରଣ କଥାରେ ଭ୍ରାତୃ ସମ୍ପର୍କ, ବନ୍ଧୁପ୍ରୀତି, ଅର୍ଥପ୍ରାପ୍ତି, ଯାତ୍ରା ଓ ଆଲୋଚନା ବାଧାପ୍ରାପ୍ତ ହେବ।
ବୃଷ
ବୃଷ

ଅନ୍ୟମାନଙ୍କୁ ମନେଇ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ଅପ୍ରିୟସତ୍ୟ କଥା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ନିକଟ ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ।

ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡିପାରେ। ଭ୍ରମଣ ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢା, ଯାତ୍ରା ପାଇଁ ଦିନଟି ବହୁତ ଭଲ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ।
କର୍କଟ
କର୍କଟ
ସାଧାରଣ କଥାରୁ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ଉପତ୍ନ ହୋଇପାରେ। ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହା କି ପାରିବାରିକ ସମସ୍ୟାକୁ ବଢାଇଦେବ। ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇବେ।
ସି˚ହ
ସି˚ହ
ପୂର୍ବର କଳହକୁ କେନ୍ଦ୍ରକରି ନିଜର ଆତ୍ମୀୟ ଓ ପାଖ ପଡୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ବିଳମ୍ବରେ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ମନସ୍ତାପ କରିପାରନ୍ତି। ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ବାକ୍ଷରିତ କରିପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ସାମାଜିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଆପଣଙ୍କୁ ଦୌଡିବାକୁ ପଡିପାରେ।
ତୁଳା
ତୁଳା
ମନ ଚାହୁଁ ନ ଥିଲେ ମଧ୍ୟ ସମୟ ଓ ପରିସ୍ଥିତିକୁ ନେଇ କରିବାକୁ ବାଧ୍ୟ ହୋଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ। ଅତ୍ୟଧିକ ପରିଶ୍ରମଜନିତ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣାରୁ ପ୍ରଶଂସିତ ହେବେ।
ବିଛା
ବିଛା
ମିତ୍ରବନ୍ଧୁମାନଙ୍କ ଦ୍ୱାରା ଅର୍ଥ ଓ ସମ୍ମାନ ଲାଭ କରିବେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସକାଳୁ ସକାଳୁ ବନ୍ଧୁଙ୍କ ସହ ସୌାହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାରୁ ମନ ଖୁସୀ ହୋଇଯିବ।
ଧନୁ
ଧନୁ
ଆଜିର ପ୍ରତ୍ୟୁଷ ଯାତ୍ରାରେ ବନ୍ଧୁମିଳନ ସଙ୍ଗକୁ ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସମ୍ଭାବନା ରହିଛି। ଅଫିସରେ କିମ୍ବା ଫେରିବା ରାସ୍ତାରେ ଜଣେ ବନ୍ଧୁଙ୍କୁ ମିଶିବାର ସୁଯୋଗ ଲାଭ କରିବେ। ଅତିରିକ୍ତ ଭ୍ରମଣ ହେତୁ କ୍ଲାନ୍ତି ଅନୁଭବ କରିପାରନ୍ତି, ଯାହା କି ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ଭାବପ୍ରବଣତାର ବଶବର୍ତ୍ତୀ ହୋଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଭଳି କାମ କରିବା ଠିକ୍‌ ହେବ ନାହିଁ।
ମକର
ମକର

ଆଜିର କର୍ମକ୍ଷେତ୍ରରେ କୌଣସି ଅପରିଚିତ ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଯୁକ୍ତିତର୍କ କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। କଳା ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିବେ ଓ ବନ୍ଧୁ ମିଳନରୁ ଖୁସୀ ହୋଇପାରନ୍ତି।

କୁମ୍ଭ
କୁମ୍ଭ
ମାନସିକ ଅସ୍ଥିରତା ବୃଦ୍ଧି ପାଇବା ପଛରେ ପରିବାରରେ ଅଶାନ୍ତ ବାତାବରଣ ମୁଖ୍ୟ କାରଣ ହୋଇପାରେ। ପାଖ ପଡୋଶୀଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନଙ୍କ ଭୁଲ୍‌ ଧାରଣାକୁ ବଦଳାଇ ପାରିବେ ନାହିଁ। ଆକସ୍ମିକ ଭାବେ ବସ୍ତ୍ରଭୂଷଣ,ଅର୍ଥ ଓ ସମ୍ମାନ ଲାଭ କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ

ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଲାଭ କରି ସହଜ ଓ ସୁବିଧାରେ କାମ ହାସଲ କରିବେ। ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ ମାନ୍ଦା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri