Posted inRasifala

ରାଶିଫଳ: ମଙ୍ଗଳବାର, ଫେବୃୟାରୀ ୨ ତାରିଖ– Daily Horoscope

ମେଷ
ସ୍ବଗୃହୀ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ଭଲ ରହିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସାହସିକ ପଦକ୍ଷେପରୁ କୃତକାର୍ଯ୍ୟ ହେବେ। ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଏବଂ କୌଣସି କାମ ଅଟକିବ ନାହିଁ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ମଧୁର ବ୍ୟବହାର ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପ୍ରିୟପାତ୍ର ହେବେ। ଆଜି ଆପଣଙ୍କ ସକାଶେ ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପ୍ରଦାନ କରିପାରନ୍ତି। କୌଣସି ବୟସ୍କ ବ୍ୟକ୍ତିଙ୍କ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା କାମକୁ ନିରୁସତ୍ାହିତ କରିବ କିମ୍ବା କୌଣସି ବନ୍ଧୁ ସମସ୍ୟାର କାରଣ ହୋଇପାରନ୍ତି। ଆରର୍ଦ୍ରା ନକ୍ଷତ୍ର ନିଜ ପରିସରରେ କୌଣସି ସ୍ବଳ୍ପ ବୟସ୍କ ବାଳକ ସକାଶେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରି କିମ୍ବା ପରକଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରିବେ। ଅର୍ଥ ସମ୍ପର୍କୀୟ ଆଲୋଚନାରେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପରେ ସମୟ କଟାଇବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିପାରନ୍ତି। ଚେଷ୍ଟା କରୁଥିବା କାମରେ ମନଲାଖି ଫଳ ପାଇବେ।
ସି˚ହ
ସି˚ହ
ପାରିବାରିକ ସମସ୍ୟା ବୃଦ୍ଧି ସଙ୍ଗକୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମଘା ନକ୍ଷତ୍ର କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ମନ ଚହଲିଯିବ। ବ୍ୟବସାୟ, ପରିବହନ ଏବଂ ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁ ମିଳନରୁ ଖୁସି ହେବେ। ଆର୍ଥିକ ସ୍ଥିତି କିଛି ମାତ୍ରାରେ ବଦଳିଯିବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
କନ୍ୟା
ସକାଳୁ ସକାଳୁ କୌଣସି ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ବ୍ୟବସାୟ ଓ ସାମ୍ବାଦିକତା ତଥା ଏଜେନ୍ସିପ୍‌ରୁ ଖୁସି ରହିବେ। ଅଚାନକ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ। ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଚିତ୍ରା ନକ୍ଷତ୍ରର ଆକସ୍ମିକଭାବରେ ସ୍ବାସ୍ଥ୍ୟରେ ସମସ୍ୟ ଦେଖାଦେଇପାରେ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ମାନସିକ ସ୍ଥିତି ପୂର୍ବପରି ବଳବତ୍ତର ରହିବ। ପାରିବାରିକ ସମସ୍ୟାକୁ ସମ୍ପର୍କୀୟଙ୍କ ସହାୟତାରେ ସୁଧାରି ନେବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହେବେ।
ବିଛା
ବିଛା
ଗ୍ରହବୈଗୁଣ୍ୟ କାରଣରୁ ଅତୀତ ଘଟଣା ସମୂହକୁ ମନେ ପକାଇ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ଆନୁଷ୍ଠାନିକ କାମରେ ଦକ୍ଷତା ବୃଦ୍ଧି କାରଣରୁ ସାମାଜିକ ପ୍ରତିଷ୍ଠା ବଢିବ। ଅଟକି ରହିଥିବା ଏବଂ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଜ୍ୟେଷ୍ଠା ନକ୍ଷତ୍ର ଯୋଗୁ କୌଣସି ଏକ ସାଧାରଣ କଥାରେ ପରିବହନ କ୍ଷେତ୍ରରେ ଅସୁବିଧାରେ ପଡିପାରନ୍ତି।
ଧନୁ
ଧନୁ
ଦୀର୍ଘଦିନର ଅପୂରଣୀୟ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି ଆପଣଙ୍କ କାମ ସୁବିଧାରେ ହୋଇଯିବ। ପୂର୍ବାଷାଢ଼ା ବନ୍ଧୁମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ସମ୍ପର୍କୀୟଙ୍କ ସହଯୋଗକ୍ରମେ ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ନିନ୍ଦା ଶୁଣିବେ। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରଶାସନ, ଶିଳ୍ପ, ବାଣିଜ୍ୟ,ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିର୍ମାଣ କାମ ଧିମେଇ ଯିବାରୁ ସାମୟିକ ବ୍ୟସ୍ତତା ଅନୁଭବ କରିବେ। ପରିହାସ ଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟିକ ସଫଳତା ଅବଶ୍ୟ ମିଳିବ କିନ୍ତୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ହେବନାହିଁ।
ମୀନମୀନ
ଆଜି ଯାହା କହିବେ କିମ୍ବା କରିବେ ତାହା ଆପଣଙ୍କ ବିପକ୍ଷରେ ଯାଇପାରେ। ସାମାଜିକ ସ୍ତରରେ କିମ୍ବା ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଉତ୍ତରଭାଦ୍ରବ ନକ୍ଷତ୍ରର ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ବୃଦ୍ଧି ପାଇବ। ଆଜିର ଅଫିସ୍‌ରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri