ମେଷ

ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ କରିବେ। କର୍ମକ୍ଷେତ୍ରରେ ରହିଯାଇଥିବା କାମକୁ ପୂରା ଦମ୍ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ଦ୍ୱିଜା ନକ୍ଷତ୍ର ଆତ୍ମୀୟ ସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ ।
ବୃଷ

ଅଟକି ରହିଥିବା କାମସମ୍ପନ୍ନ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ମନ୍ତବ୍ୟ ଦେଇପାରନ୍ତି। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। କୃତ୍ତିକା ନକ୍ଷତ୍ରର ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।
ମିଥୁନ

ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ କାମ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ଆରର୍ଦ୍ରା ନକ୍ଷତ୍ର ଅଧିକାଂଶ କ୍ଷେତ୍ରରେ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ବ୍ୟବସାୟରେ ଆଶାଜନକ ଫଳ ପାଇବେ କିନ୍ତୁ ଋଣ ପରିଶୋଧ କରିବାରେ ବିଫଳ ହେବେ।
କର୍କଟ

ପୁନର୍ବସୁ ନକ୍ଷତ୍ରର ସରଳତାର ସୁଯୋଗ ନେଇ ନିଜଲୋକ ହଇରାଣରେ ପକାଇ ପାରନ୍ତି। କର୍ମକ୍ଷେତ୍ରରେ ପାରୁପର୍ଯ୍ୟନ୍ତ ଚେଷ୍ଟା କରି କାମ କଲେ ମଧ୍ୟ ପ୍ରଶଂସା ଶୁଣିବାକୁ ମିଳିବ ନାହିଁ। ବାଣିଜ୍ୟ ଓ ପରିବହନରେ ଅଭିଯୋଗ ଆସିବ। ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟିଜନିତ ମତାନ୍ତରର ଆଶଙ୍କା ସୂଚନା ରହିଛି।
ସି˚ହ

ଆଜି ପୂର୍ବାଫାଲଗୁନୀ ନକ୍ଷତ୍ର ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ଯାତ୍ରା ଓ ବିବାଦୀୟ କ୍ଷେତ୍ରରେ ପ୍ରତିକୂଳତା ଲାଗି ରହିବ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହୋଇଯିବାର ଆଶା ରହିଛି।
କନ୍ୟା

ଆଜି ଚିତ୍ରା ନକ୍ଷତ୍ର କୌଣସି ସ୍ପର୍ଶକାତର କଥାର ସମାଧାନ ସକାଶେ ଟେନ୍ସନ ଲାଗି ରହିବ। ପରିସ୍ଥିତିର ସାମ୍ନା କରିବାକୁ ଯାଇ ବନ୍ଧୁ ଗୃହକୁ ଯିବା ସକାଶେ ସଜବାଜ ହେବେ। ଶତ୍ରୁମାନେ ପଛରେ ନାନାଦି କଥା କହିବାର ଶୁଣିବାକୁ ପାଇବେ। ରୋଗୀଣା ସ୍ବାସ୍ଥ୍ୟରେ ଉନ୍ନତି ମାନସିକ ଶାନ୍ତି ଓ ଆତ୍ମବଳ ବୃଦ୍ଧିରେ ସହାୟକ ହୋଇପାରିବ।
ତୁଳା

ପ୍ରତ୍ୟୁଷ ଯାତ୍ରାରେ ଅନେକ ଆଶା ଓ ଆଗ୍ରହ ନେଇ ବନ୍ଧୁଙ୍କ କାମରେ ଦୂରସ୍ଥାନକୁ ଯିବେ। କିନ୍ତୁ ଫେରିବା ସମୟକୁ ପୂର୍ବର ସରାଗ ମଉଳି ଯାଇଥିବାର ସୂଚନା ରହିଛି। ସ୍ବାତୀ ନକ୍ଷତ୍ର ଇଚ୍ଛା ବହିର୍ଭୂତ କାମ ପାଇଁ ବାଧ୍ୟ ହୋଇ ମନସ୍ତାପ କରିପାରନ୍ତି। ବ୍ୟବସାୟ, ପରିବହନ, ଲେଖାପଢ଼ା, ସାହିତ୍ୟ, ମନୋରଞ୍ଜନାଦି କାର୍ଯ୍ୟକ୍ରମରୁ ଉପକୃତ ହେବେ।
ବିଛା

ନୂତନ ଯୋଜନା ସାଙ୍ଗକୁ ବନ୍ଧୁଙ୍କ ସହଯୋଗ ଅନୁକୂଳ ସ୍ଥିତି ଉପତ୍ନ୍ନ କରିବ। ସମ୍ପର୍କୀୟ ଦୂରେଇ ରହୁଥିବାର ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ନାନା ସମସ୍ୟା ସହ ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ବେଶ୍ ଆଦୃତ ହେବେ। ଜ୍ୟେଷ୍ଠା ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟ, ନିର୍ମାଣ, ମାଲିମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ସଫଳତା ପାଇବେ।
ଧନୁ

ଉତ୍ତରାଷାଢ଼ା ନକ୍ଷତ୍ର କର୍ମକ୍ଷେତ୍ରରୁ ଅର୍ଥ ଲାଭ ସାଙ୍ଗକୁ ବନ୍ଧୁଙ୍କ ବଦାନ୍ୟତାରୁ ସମ୍ମାନ ପାଇବେ। ଆଜି ଭାଙ୍ଗିପଡିଥିବା ସମ୍ପର୍କକୁ ଯୋଡ଼ିବା ସକାଶେ ଚେଷ୍ଟା କଲେ ମଧ୍ୟ କିଛି ଲାଭ ହେବନି। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟଭିକ୍ଷା କରିପାରନ୍ତି। ଆବଶ୍ୟକତାନୁସାରେ ମୂଲ୍ୟବାନ୍ ଜିନିଷ କ୍ରୟ କରିବେ।
ମକର

ବନ୍ଧୁଙ୍କ ପରାମର୍ଶରେ ନୂଆ ଯୋଜନା ସକାଶେ ପଦକ୍ଷେପ ନେଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସହନ ମିଳିବ। ରାଜନୈତିକ, ସାମାଜିକ, ସାଙ୍ଗଠନିକ ଅଥବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇବାରେ ସମର୍ଥ ହେବେ। ଶ୍ରବଣା ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିଲେ ମଧ୍ୟ ଅନ୍ତର୍ଦ୍ୱନ୍ଦ୍ୱ ରହିପାରେ।
କୁମ୍ଭ

ଆଜି ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦକୁ ଟାଣି ହୋଇଯିବେ। ଗତକାଲିର ଘଟଣା ସମାଧାନ ସକାଶେ ମନ ଭାରାକ୍ରାନ୍ତ ରହିବ। ପରିସ୍ଥିତିର ତାଡ଼ନାରେ ସବୁ କାମ ନିରୁତ୍ସାହିତ ଭାବେ କରିବାକୁ ବାଧ୍ୟ ହୋଇପାରନ୍ତି। ଧନିଷ୍ଠା ନକ୍ଷତ୍ରର କର୍ମକ୍ଷତ୍ରରେ ଅଥବା ମାଙ୍ଗଳିକ କାମରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହାୟତା ଅବଶ୍ୟ ମିଳିବ।
ମୀନ
ବର୍ତ୍ତମାନର ଆବଶ୍ୟକତାନୁସାରେ ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ଭାରାକ୍ରାନ୍ତ କରିବ। ଯେତେ ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। କର୍ମ କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ଆଶଙ୍କା ରହିଛି। ରେବତୀ ନକ୍ଷତ୍ରର ଯୋଜନାନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.