Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ
ପାପଗ୍ରହ ଦୃଷ୍ଟ ଚତୁର୍ଥଭାବ ଯୋଗୁଁ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ଅବଶ୍ୟ ଆର୍ଥିକ ଅଭିବୃଦ୍ଧି, ସକାଳୁଆ ଯାତ୍ରା କେତେକାଂଶରେ ଶାନ୍ତି ପ୍ରଦାୟକ ହେବ। ପାରିବାରିକ, ପରିବହନ,ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ।
ବୃଷ
ବୃଷ

ନୀଚାରୋହୀ ରାଶ୍ୟାଧିପ ହେଲେ ମଧ୍ୟ ସ୍ବାସ୍ଥ୍ୟ ବିଶେଷ ଭଲ ନ ଥିଲେ ମଧ୍ୟ ଗୁରୁତର ସମସ୍ୟା ରହିବ ନାହିଁ। ଆର୍ଥିକ ଅଭାବ ଓ ଅନଟନକୁ ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ପାରିବାରିକ ସମସ୍ୟା ଲାଗି ରହିବାରୁ କର୍ମକ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ବନ୍ଧୁ ମିଳନ ସଭା ସମିତିରେ ସମ୍ମାନିତ ହେବେ।

ମିଥୁନ
ମିଥୁନ
ପ୍ରତିବନ୍ଧକ ମଧ୍ୟରେ କାମ ଅଟକି ଯିବା ସଙ୍ଗକୁ ଅର୍ଥ ସମ୍ପର୍କୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶନିଙ୍କ ଦଶମଦୃଷ୍ଟି ପ୍ରଭାବରୁ ପିଲାଙ୍କ ଅଭିଯୋଗକୁ ନେଇ ଅନୁତାପ କରିବାକୁ ପଡିପାରେ। ସହକର୍ମୀଙ୍କ ବାକି ରହିଥିବା ଟଙ୍କା ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ସ୍ବଗୃହୀ ବକ୍ରୀ ମଙ୍ଗଳ କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ। ବିଗତ ଦିନ ମାନଙ୍କରୁ ରହିଯାଇଥିବା କାମଗୁଡିକ ସହଜ ଓ ସୁବିଧାରେ ହେବ। ପାରିବାରିକ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ଅସନ୍ତୁଳନ କଥାବାର୍ତ୍ତାରୁ ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ ଛନ୍ଦିହୋଇ ମାନସିକ ସ୍ଥିରତା ହରାଇବେ। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ କାମଗୁଡିକ ସୁବିଧାରେ ହୋଇପାରିବ ନାହିଁ। ରାଜନୀତି ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
କନ୍ୟା
ଶନି ଦୃଷ୍ଟ ବୁଧ ହେତୁ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିବେ। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ଯାହା କାମକୁ ଆସିବନାହିଁ। ନିଜର ଆତ୍ମୀୟସ୍ବଜନଙ୍କ ସମସ୍ୟା ପାଇଁ ଚିନ୍ତା ବଢିପାରେ। ସଭାସମିତି, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରନ୍ତି।
ତୁଳା
ତୁଳା
କର୍ମାଧିପ ନିଜ ଭାବରୁ ଅଷ୍ଟମସ୍ଥ ଯୋଗୁଁ କାମରେ ସଫଳତା ପାଇବା କଷ୍ଟକର ହୋଇପାରେ। ଆପଣ ଏପରି କି ଆଜି ନିଜ ଲୋକମାନଙ୍କ ଉପରେ ଭରସା କରିପାରିବେ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିବ।
ବିଛା
ବିଛା
ରାଶିରେ ମୁଣ୍ଡ ନ ଥିବା ଗ୍ରହ ଥିବାରୁ ସାବଧାନତା ସହକାରେ କାମ କରିବା ଭଲ ହେବ, ଅନ୍ୟଥା କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଶତ୍ରୁତା କରୁଥିବା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଅଧିକାଂଶ ସମୟ ଭଲ ଲାଗିବ ନାହିଁ। ଚତୁର୍ଥଭାବ ଶନିଙ୍କ ଦୃଷ୍ଟିରେ ଥିବାରୁ ପାରିବାରିକ ଜଞ୍ଜାଳ ବୃଦ୍ଧି ମନସ୍ତାପ ସୃଷ୍ଟି କରିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ। ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର

ପାପଗ୍ରହ ମଧ୍ୟସ୍ଥ ଗୁରୁ ହେତୁ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରୋକ୍ଷଶତ୍ରୁତା କାରଣରୁ କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବ। ପୁତ୍ରକନ୍ୟାଙ୍କୁ କେନ୍ଦ୍ରକରି ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି।

କୁମ୍ଭ
କୁମ୍ଭ
ଶୁକ୍ର ଦୃଷ୍ଟିରେ ଚନ୍ଦ୍ର ହେତୁ ସକାଳୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଆକସ୍ମିକ ଦୂର ଯାତ୍ରା କରିବାକୁ ପଡିପାରେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଜିର ବ୍ୟବସାୟ, ବାଣିଜ୍ୟ ମାନ୍ଦା ହେବ ନାହିଁ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ, କିନ୍ତୁ କିଛି ଲାଭ ହେବନି।
ମୀନମୀନ

ବୁଧ ରାଶିଠାରୁ ଅଷ୍ଟମସ୍ଥ ହେତୁ ପରିବାରରେ ସମସ୍ୟା ସମାଧାନ ନ ହେବା କାରଣରୁ ଟେନସନ୍‌ ବଢିଯିବ। କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଭୁଲ୍‌ ବୁଝାମଣାରୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri