ଚୋରି ଘଟଣାର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମରେ ଗତ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଚୋରି ସାମଗ୍ରୀ ଜବତ ସହିତ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ରେଙ୍ଗାଲପାଲି ଗ୍ରାମର ବଳିଷ୍ଠ ସେଠ(୨୬), ପଦ୍ମଲୋଚନ ସାହୁ(୩୫), ବିଶନାଥ ଦୀପ(୨୭) ଏବଂ ସୁଶିଲ ଭୋଇ (୨୯) । ସେମାନଙ୍କ ପାଖରୁ ଗଡୁ, ଗରିଆ, ଖୁରି,ପୂଜାଥାଳି ଆଦି ଉଦ୍ଧାର ହୋଇଛି।
ପ୍ରକାଶ ଥାଉକି, ଗତ ୧ ତାରିଖ ବିଳମ୍ବିତ ରାତିରେ ଉପରୋକ୍ତ ଅଭିଯୁକ୍ତମାନେ ଗୃହକର୍ତ୍ତା ରାଜ କିଶୋର ଦାଶଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ଘର କବାଟ, ଗଡ୍ରେଜ୍‌ ଭାଙ୍ଗି ଚୋରି କରିଥିଲେ। ଏ ନେଇ ରାଜ କିଶୋର ସଦର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ-୨୫୫/୨୦୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି ବୋଲି ସଦର ଥାନା ଅଧିକାରୀ ଦିଲ୍ଲିପ କୁମାର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମଲେଖା ବାତିଲ ପ୍ରତିବାଦରେ ଛାତ୍ର ଅଶାନ୍ତି

ଭଦ୍ରକ ଅଫିସ,୨୪।୨: ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇଥିବା ୨୮ଜଣ ଛାତ୍ରୀଛାତ୍ର ଚିହ୍ନଟ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା...

‘ନିର୍ଭୀକ ଭାବେ କଲମ ଚଳାଅ’

ଭୁବନ, ୩।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବରିଷ୍ଠ ନାଗରିକ ସଭାଗୃହରେ ରବିବାର ଆଞ୍ଚଳିକ ସାହିତ୍ୟ କଳାସେବା ପରିଷଦର ସାରସ୍ବତ ସମାବେଶ ଓ କବିତା ପାଠୋତ୍ସବ ଅନୁଷ୍ଠିତ...

ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି: ପିଲାଙ୍କୁ ନିସ୍ତୁକ ମାଡ଼

ମାଲକାନଗିରି, ୯ା୭ (ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଶିକ୍ଷୟିତ୍ରୀ। ଶ୍ରେଣୀଗୃହରେ ମନ ଇଚ୍ଛା ପାଠ ପଢାଉଛନ୍ତି। ଯେତିକି ପାଠ ପଢାଉ...

ପୁଣି ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ

ପୁରୀ ଅଫିସ,୨ା୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣା ପରେ ସୋମବାର ଜଣେ ସେବାୟତ କିଛି ବେଶ ସାମଗ୍ରୀ ନେଉଥିବା ଜଣାପଡ଼ିଥିଲା।...

ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବାହାର ଲୋକଙ୍କ ଉପରେ ନଜର ରଖିବ ୨୨ ଟିମ୍‌

ପୁରୀ ଅଫିସ,୧୯।୭: ବାହୁଡ଼ା ଯାତ୍ରା ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ପୋଲିସର ପ୍ରସ୍ତୁତି ଓ କଟକଣା କାର୍ଯ୍ୟକାରୀ ସମ୍ପର୍କରେ ରବିବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ...

ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ

କାଳିଆପାଣି,୪।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଏକମାତ୍ର ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ। ଯାଜପୁରରେ ପ୍ରଥମ କରୋନା...

୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ,୧ା୮: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦୀର୍ଘ ୩ ମାସର ବ୍ୟବଧାନ ପରେ ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ...

କଣ୍ଟେନମେଣ୍ଟ ଜୋନ୍‌ରେ ପୋଲିସକୁ ପଥର ମାଡ଼

ରାଉରକେଲା ଅଫିସ,୫।୫: ସ୍ଥାନୀୟ ନାଲାରୋଡ୍‌ କଣ୍ଟେନମେଣ୍ଟ ଅଞ୍ଚଳରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ପ୍ରାୟ ସାଢେ ୧ଟା ସମୟରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ...

Advertisement
Archives

Model This Week