Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ
ଆଜି ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଅଶ୍ୱିନୀ ନକ୍ଷତ୍ରର ସକାଳୁ ସକାଳୁ ମାତ୍ରାଧିକ ଭ୍ରମଣ ମନକୁ ବିଭ୍ରାନ୍ତି କରାଇବାର ଆଶଙ୍କା ରହିଛି। ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ କରିପାରିବେ।
ବୃଷ
ବୃଷ
ଅଭାବ ପୂରଣ ଦିଗରେ ସହକର୍ମୀଙ୍କ ଆନ୍ତରିକ ସାହାଯ୍ୟ ଓ ସହୃଦୟତା କାମକୁ ଆସିବ। ଉପରିସ୍ଥଙ୍କ ଅନୁକମ୍ପାରୁ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ହେତୁ ମନ ହାଲୁକା ହୋଇଯାଇପାରେ। ରୋହିଣୀ ନକ୍ଷତ୍ର ସକାଶେ ସଭାସମିତିରେ ବିତର୍କଜନିତ ସାମୟିକ ଅସ୍ଥିରତାର ସୂଚନା ମଧ୍ୟ ରହିଛି।
ମିଥୁନ
ମିଥୁନ
ଆଜିର ପ୍ରତ୍ୟୁଷ ଯାତ୍ରା ଦୀର୍ଘଦିନର ଆଶା ଓ ଅଭିଳାଷକୁ ପୂରଣ କରି ନ ପାରେ। ସ୍ବାସ୍ଥ୍ୟରେ ଉନ୍ନତି ଓ ପାରିବାରିକ ସ୍ଥିତି ଭଲ ରହିବ। ଗୁରୁ୍‌ତ୍ୱପୂର୍ଣ୍ଣ ଆଲୋଚନା ଗବେଷଣା, ପ୍ରେସ୍‌ ପବ୍ଲିକେଶନ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ମୃଗଶିରା ନକ୍ଷତ୍ର ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ଏକ ନୂତନ ପରିବେଶରେ ଭିନ୍ନ ସ୍ବାଦର ଅନୁଭୂତି ଲାଭ କରିବେ। ପୁଷ୍ୟା ନକ୍ଷତ୍ରର ପରିଚିତ ବନ୍ଧୁଙ୍କ ସାହାଯ୍ୟରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ, ଦୂରଯାତ୍ରାରେ ସଫଳତା ମିଳିବ। ପାରିବାରିକ ଅସ୍ଥିରତା, କାର୍ଯ୍ୟସିଦ୍ଧିରେ ବିଳମ୍ବ ଯୋଗୁ ମାନସିକ ଦ୍ୱନ୍ଦ୍ୱ ଲାଗିରହିବ। ସହକର୍ମୀଙ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେନି।
ସି˚ହ
ସି˚ହ
ସନ୍ଦେହ ଏବଂ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟା ନେଇ ଅନ୍ତଦ୍ୱନ୍ଦ୍ୱ ଲାଗି ରହିବ। ସଦାବେଳେ ହାତଖାଲି ରହିବାରୁ ମନରେ ସରସତା ରହିବ ନାହିଁ। ମଘା ନକ୍ଷତ୍ର ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ଅଧୁରା କାମକୁ ସମ୍ପନ୍ନ କରିବା ପାଇଁ ଯୁକ୍ତିତର୍କଜନିତ ମନୋମାଳିନ୍ୟର ଆଶଙ୍କା ରହିଛି।
କନ୍ୟା
ବିଭିନ୍ନ ସମସ୍ୟା ଆପଣଙ୍କୁ ବ୍ୟତିବ୍ୟସ୍ତ କରାଇବା ସହ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରେ। କର୍ମନିଷ୍ଠା ରହିଥିଲେ ମଧ୍ୟ ପାରିବେଶିକ ବ୍ୟତିକ୍ରମ ଯୋଜନାକୁ ବଦଳାଇ ଦେବ। ଉତ୍ତରାଫାଲଗୁନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ ତଥାପି ମନରେ ଶାନ୍ତି ଆସିବ ନାହିଁ।
ତୁଳା
ତୁଳା
ନୂଆ କାମଟିଏ ଆରମ୍ଭ କରିବା ପାଇଁ ମନସ୍ଥ କରି ବନ୍ଧୁଙ୍କ ସହ ଯୋଗାଯୋଗ କରିପାରନ୍ତି। ନିଜ ଲୋକ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ସ୍ବାତୀ ନକ୍ଷତ୍ର ବନ୍ଧୁଙ୍କ କଥାରେ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳାଇବେ। ପ୍ରଶାସନିକ, ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଷ୍ପତ୍ତି ବଦଳାଇ ପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ମଧ୍ୟ ଦେଇ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବେ। ସାଧାରଣ କଥାରେ କଥାଭାଷାର କଠୋରତା ସମ୍ପର୍କକୁ ହ୍ରାସ କରାଇବ। ଅନୁରାଧା ନକ୍ଷତ୍ର ଅପ୍ରିୟସତ୍ୟ ଭାଷଣ ଯୋଗୁ ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ। ଶିଳ୍ପ, ବାଣିଜ୍ୟ, ପରିବହନାଦିରେ ବିବାଦୀୟ ପରିସ୍ଥିତିର ଆଶଙ୍କା ରହିଛି।
ଧନୁ
ଧନୁ
ଭୁଲ୍‌ ବୁଝାମଣାରୁ ସମ୍ପର୍କ ହାନି ଆଶଙ୍କା ରହିଛି। ଅର୍ଥନୈତିକ କାରବାର, ବ୍ୟବସାୟ, ଆଲୋଚନା, ଯାତ୍ରା କ୍ଷେତ୍ରରେ ଠିକ୍‌ ବିଚାର କରିପାରନ୍ତି। ପାରିବାରିକ କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟାଶୀଳ ହୋଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ରାଜନୈତିକ ପୃଷ୍ଠପୋଷକତା ଲାଭକରିବା ଯୋଗୁ କାର୍ଯ୍ୟ ହାସଲ କରିବେ।
ମକର
ମକର
ଆଜି ସତର୍କତା ଅଭାବରୁ ଧନହାନି, କଳହ କିମ୍ବା ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଧନିଷ୍ଠା ନକ୍ଷତ୍ର ବାଣିଜ୍ୟ, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହେବାର ସୂଚନା ରହିଛି। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ରର ଶାରୀରିକ ସ୍ବାସ୍ଥ୍ୟ ମଧ୍ୟମ ପ୍ରକାରର ରହିବ। ସତ୍‌ସଙ୍ଗ, ତୀର୍ଥାଟନ ପ୍ରତି ମନରେ ନୂଆ ଭାବନା ଜାଗ୍ରତ ହେବ। ନୂତନ ଗୃହ, ଯାନବାହନ, ଯାନ୍ତ୍ରିକଜିନିଷ କିମ୍ବା ଧାତୁ ଅଳଙ୍କାର ପ୍ରଭୃତି ପାଇଁ ପରିବାରରୁ ବରାଦ ପାଇବେ। ଆରକ୍ଷୀ ମାମଲା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତା ବୃଦ୍ଧି ପାଇପାରେ।
ମୀନମୀନ
ଆଜି ଆଶାଜନକ ଅର୍ଥ, ସମ୍ମାନ, ଉପଢ଼ୌକନ, ବସ୍ତ୍ର ଭୂଷଣାଦି ପ୍ରାପ୍ତି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ଉତ୍ତରଭାଦ୍ର ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି। ପରିବାରରେ ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri