ଦାଦନ ଖଟିବାକୁ ଯାଇଥିଲା ଓଡ଼ିଆ ପୁଅ: ଫେରିଲା ମୃତଦେହ, କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ପଟ୍ଟାଙ୍ଗି,୨୮।୧୦(ଶରତ କୁମାର ଧଳ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଦାଦନ ଶ୍ରମିକ ଭାବେ କାମକୁ କରିବାକୁ ଯାଇ ଆଉ ଫେରିଲେନି ଓଡ଼ଆ ପୁଅ। ତାଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ପରିବାର ବର୍ଗ। ଏହିପରି ଦୃଶ୍ୟ ଦେଖି ବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ପଞ୍ଚାୟତର ମୂଳାଶଙ୍କର ଗ୍ରାମରେ ବସବାସ କରୁଥିବା ନିନାଲା ତାମାଲଙ୍କ କ୍ଷେତ୍ରରେ।
ସୂଚନା ମୁତାବକ ନିନାଲାଙ୍କ ଏକ ମାତ୍ର ରୋଜଗାର କ୍ଷମପୁଅ ନାଗେସ ତାମାଲ ଗ୍ରାମର କିଛି ଲୋକଙ୍କ ସହ ମିଶି ପଡୋଶୀ ଆନ୍ଧ୍ର ରାଜ୍ୟର କାକିନାଡା ଅଞ୍ଚଳର ବିମାଓରାମ ଗ୍ରାମରେ ଏକ ଫାର୍ମହାଉସର ମାଛ ବନ୍ଦରେ କାମ କରିବା ପାଇଁ ଯାଇଥିଲେ। ଉକ୍ତ ଅଞ୍ଚଳରେ ଗତ ୮ ମାସ ଧରି ଦାଦନ ଶ୍ରମିକ ଭାବେ ନାଗେସ କାମ କରୁଥିବା ବେଳେ ମଙ୍ଗଳବାର ଭୋର ସକାଳୁ ମାଛ ବନ୍ଦରେ କାମ କରୁଥିବା ସମୟରେ ହଟାତ୍‌ ବିଦ୍ୟୁତ୍‌  ସର୍ଟ ଶର୍କିଟରେ ମୃତ୍ୟୁବରଣ କରିଥିଲେ। ଏହି ଖବର ପାଇ ଏକ ପ୍ରକାର ପରିବାର ସଦସ୍ୟ ଭାଙ୍ଗି ପଡିଥିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ମୃତ ନାଗେସ କାମ କରୁଥିବା ଫାର୍ମହାଉସ ମାଲିକଙ୍କଠାରୁ ୮ ମାସର ମଜୁରି ୧ ଲକ୍ଷ ୨୦ ହଜାର ଟଙ୍କା ପାଇବାକୁ ଥିବାବେଳେ ୪୦ ହଜାର ଟଙ୍କା  ତାଙ୍କ ସମ୍ପର୍କୀୟଙ୍କ ହାତରେ ଦେଇ ଏକ ଆମ୍ବୁଲାନ୍ସ ଯୋଗେ ନାଗେସଙ୍କ ମୃତ ଦେହ ଓଡ଼ିଶା ପଠାଇଥିଲେ। ଏ ନେଇ ଗ୍ରାମବାସୀ ଏବଂ ସମ୍ପର୍କୀୟଙ୍କ କ୍ଷେତ୍ରରେ ଅସନ୍ତୋଷ ଦେଖା ଦେଇିଛି ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ରଥଖଳା…

ପୁରୀ,୨୨ା୪(ଅଜିତ୍‌ କୁମାର ମହାନ୍ତି): ଅକ୍ଷାୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଛି।…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

୨୫ ଯାଏ କଳବଳ କରିବ ତାତି

ଭୁବନେଶ୍ୱର,୨୨।୪ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଉନ୍ନୟନ କାମ ଅଭିଯୋଗ

ଲୋଇସିଂହା,୨୨।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହର ପୁନରୁଦ୍ଧାର ଓ ପାଚେରି କାମ ଗତ କିଛି ଦିନ…

ଯୁଦ୍ଧବିରତି ବୃଦ୍ଧି ଘୋଷଣା କଲେ ଟ୍ରମ୍ପ, ମୁନିର-ଶେହବାଜଙ୍କ ଅନୁରୋଧ ପରେ ନେଲେ ଏହି ନିଷ୍ପତ୍ତି

ଓ୍ବାଶିଂଟନ୍‌,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନର ଯୁଦ୍ଧବିରତି ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନର ଅନୁରୋଧରେ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟ ମନ୍ତ୍ରିମଣ୍ଡଳର ୩୯ତମ ବୈଠକ ତଥା ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri