Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ
ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ଆପଣଙ୍କ କୃତି ଓ କୃତିତ୍ୱ କାରଣରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ବୃଷ
ବୃଷ
ସହକର୍ମୀଙ୍କ ସହାୟତାରେ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାକୁ ପ୍ରସ୍ତୁତି ଚଳାଇପାରନ୍ତି। ସ୍ବାର୍ଥକୈନ୍ଦ୍ରିକ ଚିନ୍ତାଧାରାସମ୍ପନ୍ନ ବନ୍ଧୁଟି ନିଜ କାମକୁ ଗୁରୁତ୍ୱ ଦେଇପାରେ। ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। କର୍ମକ୍ଷେତ୍ରରେ ସାଧାରଣ କଥାରେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ମଧୁର ବ୍ୟବହାର ଦ୍ୱାରା ଅନ୍ୟକୁ ସହଜରେ ଆକର୍ଷିତ କରିପାରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପାରିବାରିକ ଅଶାନ୍ତି କ୍ରମଶଃ ବଢୁଥିବାରୁ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ବିଭିନ୍ନ ପ୍ରତିବନ୍ଧକ କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। ଅନ୍ୟଦ୍ୱାରା ପ୍ରଭାବିତ ନ ହୋଇ ବନ୍ଧୁଙ୍କ ବିବାଦରୁ ଦୂରେଇ ରହିବା ଭଲ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ପଡ଼ୋଶୀଙ୍କ ପରୋକ୍ଷ ଶତ୍ରୁତା ହେତୁ କାମଗୁଡ଼ିକ ସକାଶେ ସାମୟିକ ବାଧା ସୃଷ୍ଟି କରିପାରେ ।
ସି˚ହ
ସି˚ହ
ଆଜି ସକାଳୁ କୌଣସି ଦୁଃଖଦ ଖବର ମନକୁ ବିଚଳିତ କରିପାରେ। ସଭାସମିତି କିମ୍ବା ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ବିତର୍କ ସୃଷ୍ଟି ହୋଇପାରେ। ଥଣ୍ଡାଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରି ନିଜକୁ ସଂକୁଚିତ ମନେକରିପାରନ୍ତି। କର୍ମକ୍ଷେତ୍ରରେ କୌଣସି କର୍ମଚାରୀଙ୍କ ଦ୍ୱାରା ସମସ୍ୟା ସମାଧାନ ହେବାର ଆଶା ରହିଛି।
କନ୍ୟା
କୌଣସି କର୍ମାରମ୍ଭ ସକାଶେ ଅର୍ଥାଭାବକୁ ବନ୍ଧୁ ସୁଧାରି ନେଇପାରନ୍ତି। ଆନୁଷ୍ଠାନିକ କାମରେ ଅନ୍ୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ଘଟିବାର ଆଶଙ୍କା ମଧ୍ୟ ରହିଛି। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି।
ତୁଳା
ତୁଳା
ଆଜି ପାରିବାରିକ ଅଶାନ୍ତି କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରେ। ଦୀର୍ଘ ଦିନରୁ ଆଶା କରିଥିବା କୌଣସି ଖବର ଆଜି ବନ୍ଧୁଙ୍କ ଜରିଆରେ ପାଇ ଖୁସି ହେବେ। ଦିନଚର୍ଯ୍ୟାରେ ଆର୍ଥିକ ସଂକଟ ବ୍ୟତିକ୍ରମ ସୃଷ୍ଟି କରିବାର ଆଶଙ୍କା ରହିଛି। ପଡ଼ୋଶୀଙ୍କ ପରାମର୍ଶରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
ବିଛା
ବିଛା
ଅନ୍ୟମାନଙ୍କ ସମର୍ଥନ ନ ପାଇବା ହେତୁ କେତେକ କାମରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ଗାଡି, ମୋଟର, ଘର ମରାମତି ସକାଶେ ଯୋଜନା ପ୍ରଣୟନ କରିବେ। ବନ୍ଧୁଙ୍କ ଆଶ୍ୱାସନାରୁ ଟେନ୍‌ସନ ଦୂର ହେବ ଓ ଅଟକିଥିବା କାମ ଯଥାବିଧି ସମ୍ପନ୍ନ ହେବ। ସାହିତ୍ୟ ଓ କ୍ରୀଡ଼ା, ଚଳଚ୍ଚିତ୍ର ତଥା ସଙ୍ଗୀତ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ।
ଧନୁ
ଧନୁ
ଆଜି ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରିବା ଭଲ। କର୍ମକ୍ଷେତ୍ରରେ ନିଜର ଅନିଚ୍ଛାଜନିତ ପ୍ରତିକ୍ରିୟାକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ଥଣ୍ଡା ପ୍ରଭାବରୁ ଶାରୀରିକ ଅସୁସ୍ଥତାଜନିତ ପୀଡ଼ାରେ କଷ୍ଟ ପାଇପାରନ୍ତି। ମନର ଗୋପନ ବ୍ୟଥାକୁ ସହି ପାରିବେ ନାହିଁ କିମ୍ବା କହି ପାରିବେ ନାହିଁ ଫଳରେ ମନ କଥା ଅପ୍ରକାଶ୍ୟ ରହିଯିବ।
ମକର
ମକର
ଆକସ୍ମିକ ପରିବର୍ତ୍ତନରେ ନିଜ ଲୋକଙ୍କୁ ଛାଡ଼ିପାରିବେ ନାହିଁ କିମ୍ବା ସେମାନଙ୍କ ଉପରେ ଭରସା ମଧ୍ୟ କରି ପାରିବେ ନାହିଁ। ସଭାସମିତି, ପରିବହନ, ସାହିତ୍ୟ ଓ ସାମ୍ବାଦିକତାରୁ ସୁଫଳ ମିଳିବ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟାଜନିତ ମାନସିକ ଚାପଗ୍ରସ୍ଥ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃହ ରହିପାରନ୍ତି। ସ୍ବକୀୟ ମତ ପୋଷଣକରି ସମାଲୋଚିତ ହୋଇପାରନ୍ତି। ପିଲାଙ୍କ ବିବାହ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିବେ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କୁ ଅପ୍ରିୟ ସତକଥା କହି ବିରୋଧର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ
ଜମିଜମା କ୍ରୟବିକ୍ରୟ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜିର ପତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବା କଷ୍ଟକର ହୋଇପଡିବ। ପର କଥାରେ ମୁଣ୍ଡ ନ ପୂରାଇବା ଭଲ, କାରଣ ଟେନ୍ସନ ବଢ଼ିବା ବ୍ୟତୀତ ଲାଭ କିଛି ହେବନି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri