Posted inRasifala

ରାଶିଫଳ: ରବିବାର , ମେ ୧୨ ତାରିଖ – Daily Horoscope

ମେଷ
ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉଦ୍ୟମ ଅବ୍ୟାହତ ରଖିଲେ ଉପକୃତ ହୋଇପାରିବେ। ବିରୋଧୀମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ପଛରେ ନିନ୍ଦା ରଟନା କରିପାରନ୍ତି। ରବି ଓ ବୁଧଙ୍କ ଏକତ୍ର ସନ୍ନିବେଶରୁ ଆଶା କରିଥିବା ଦିଗରୁ ଅର୍ଥ, ସମ୍ମାନ ପାଇ ଖୁସି ରହିବେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରୁ ଉଚ୍ଚ ଫଳ ପ୍ରାପ୍ତହେବ।
ବୃଷ
ବୃଷ
ସୁଚିନ୍ତିତ ଯୋଜନା ସାଙ୍ଗକୁ ଉପଯୁକ୍ତ ବିଚାର ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ। ଭଲ ସମ୍ପର୍କ ଥିବା କୌଣସି ବନ୍ଧୁଙ୍କ ସହ ଭଟ୍ଟା ପଡ଼ିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହୋଇପାରେ। ପରିବାରରେ ଆଗନ୍ତୁକ ଅତିଥିଙ୍କ ସେବାର ସୁଯୋଗ ଲାଭ କରିବେ। କଳା, ସାହିତ୍ୟ ଓ ରଚନାମତ୍କ କାମରୁ ପ୍ରଶଂସା ମିଳିବ।
ମିଥୁନ
ମିଥୁନ
ଆଜିର ପରିସ୍ଥିତି କାର୍ଯ୍ୟସିଦ୍ଧି ସକାଶେ ସଂଘର୍ଷମୟ ସ୍ଥିତି ଉପତ୍ନ୍ନ କରି ଟେନ୍‌ସନ ସୃଷ୍ଟି କରିପାରେ। ଶୁକ୍ର ଓ ଚନ୍ଦ୍ରଙ୍କ ଅବସ୍ଥିତି ଜନିତ କଳାକାର, ସଙ୍ଗୀତଜ୍ଞ, ଗବେଷକ ଓ ସାହିତ୍ୟ ସାଧକଙ୍କ ପାଇଁ ଦିନଟି ଭଲ। ଶାରୀରିକ ଅବସ୍ଥାରେ ଉନ୍ନତି ସହିତ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ, ବାଣିଜ୍ୟ ସମ୍ପର୍କରେ ଦୁଃଚିନ୍ତା ବଢ଼ିପାରେ।
କର୍କଟ
କର୍କଟ
ମାନସିକ ଅସୁସ୍ଥତା ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯାଇପାରେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ମନୋରଞ୍ଜନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ବିଳମ୍ବିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବାର ଆଶଙ୍କା ରହିଛି। ରାଜନୀତି, ସଙ୍ଗଠନ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ର ଭଲ ରହିବ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ଅସାମଞ୍ଜସ୍ୟ ରହିଥିଲେ ମଧ୍ୟ ସେସବୁକୁ ଦୃଷ୍ଟି ଆଢ଼ୁଆଳରେ ରଖିବାକୁ ବାଧ୍ୟ ହେବେ। ଚେଷ୍ଟା କରୁଥିବା କାମରେ ସୁଯୋଗ ହାତଛଡ଼ା ହୋଇପାରେ। ମାଲିମକଦ୍ଦମାରେ ଆଶଙ୍କା କରୁଥିବା ଫଳାଫଳ ଚିନ୍ତାଜନକ ନ ହୋଇପାରେ। କର୍ମାରମ୍ଭ, ମାଙ୍ଗଳିକ କାର୍ଯ୍ୟ, ରାଜନୈତିକ ସଙ୍ଗଠନ ଉନ୍ନତ ରହିବ।
କନ୍ୟା
ସାଧାରଣ କଥାରେ ଉତ୍ତେଜିତ ହେଲେ କଳହର ସମ୍ମୁଖୀନ ହେବେ। ପାରିବାରିକ କ୍ଷେତ୍ରରେ ଅଶାନ୍ତିର ବାତାବରଣ ମଧ୍ୟରେ ଚଳିବାକୁ ପଡ଼ିପାରେ। ପ୍ରଶାସନିକ ସ୍ତରରେ ଫାଇଲ୍‌ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କର୍ମକ୍ଷେତ୍ରରେ କିମ୍ବା ଆଲୋଚନା ପରିବେଶରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
ତୁଳା
ତୁଳା
ଅଭିଳଷିତ ଦିଗଗୁଡ଼ିକରୁ ଅର୍ଥଲାଭ, ନୂତନ ଚୁକ୍ତିପତ୍ର ସ୍ବାକ୍ଷର, ଉଚ୍ଚବର୍ଗଙ୍କ ସାନ୍ନିଧ୍ୟ ଲାଭ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ, କିନ୍ତୁ ବନ୍ଧୁଙ୍କ ସକାଶେ ଚିନ୍ତିତ ରହିବେ। ମନରେ ଭାବୁଥିବା କଥାଟିକୁ ମାଲିକଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ନିଜ ଲୋକମାନଙ୍କ ଭୁଲ୍‌ ବୁଝାମଣାରୁ ପାରିବାରିକ ସ୍ଥିତି ଭଲ ରହିନପାରେ।
ବିଛା
ବିଛା
ଆଜି ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। କୌଣସି ଭଦ୍ର ମହିଳାଙ୍କ ସହଯୋଗ କାମଟିକୁ ତ୍ୱରାନ୍ନିତ କରିବାରେ ସାହାଯ୍ୟ କରିବ। ମକଦ୍ଦମାରେ ସ୍ଥିତି ଅନୁକୂଳ ହେବା ସାଙ୍ଗକୁ କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଅଗ୍ରଗତି ଘଟିବ। ଚୁପ୍‌ଚାପ ହୋଇ ବସି ରହିଲେ ବହୁ କ୍ଷତି ସହିବାକୁ ପଡ଼ିବ।
ଧନୁ
ଧନୁ
ମାନସିକ ଅସ୍ଥିରତା କେତେକାଂଶରେ ପରିବର୍ତ୍ତନ ହେବା ଆଶା କରାଯାଇପାରେ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ଏବଂ ଅଭିଳାଷ ଅବଶ୍ୟ ପୂରଣ ହେବ। ସାଧାରଣ କଥାକୁ କେନ୍ଦ୍ର କରି ଗୃହରେ କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଘଟଣାର ଗୁରୁତ୍ୱ ବୁଝି କାମ କରିବା ଭଲ ହେବ।
ମକର
ମକର
କର୍ମ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ସାମାଜିକ ସ୍ତରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଆମତ୍ୀୟଙ୍କ ସହଯୋଗରେ ନିଜ ପରିସରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ପାଇପାରନ୍ତି। ଲୋକସମ୍ପର୍କ, ବ୍ୟବସାୟ, ଯାତ୍ରା, ବନ୍ଧୁଙ୍କ ସାହାଯ୍ୟ ପାଇବାରେ ଅସୁବିଧା ହେବନାହିଁ।
କୁମ୍ଭ
କୁମ୍ଭ
ପରିବାରରେ କଳହ, ଯାତ୍ରାରେ ଅନୁତାପ, ଯାନ ବାହନରେ ତ୍ରୁଟି ହେତୁ ମନରେ ସରସତା ରହିବ ନାହିଁ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବା ପାଇଁ ଚେଷ୍ଟା କରିପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ବନ୍ଧୁବର୍ଗଙ୍କ ସହ ଫଳପ୍ରଦ ଆଲୋଚନା କରିବେ। ଭ୍ରମଣ ସାଙ୍ଗକୁ ଅନିଦ୍ରାଜନିତ ସ୍ବାସ୍ଥ୍ୟହାନିର ସୂଚନା ରହିଛି।
ମୀନମୀନ

ଅପ୍ରିୟ ସତ୍ୟଭାଷଣ ଜନିତ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଯାତ୍ରାରୁ ସୁଫଳ ପରିବର୍ତ୍ତେ ତିକ୍ତ ଅନୁଭୂତିକୁ ନେଇ ଫେରିବାକୁ ପଡ଼ିବ। ପରିସ୍ଥିତିର ବିଷମତା ଯୋଗୁ କୌଣସି ବିକଳ୍ପ ଭାବରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପାରିବାରିକ କ୍ଷେତ୍ର, ବ୍ୟବସାୟ, କଚେରି ମାମଲା, ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?