Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ ବାଧିବ। ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା, ସଭାସମିତି, ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ଭଲ ହେବ।
ବୃଷ
ବୃଷ
ମିତ୍ର ବୁଧଙ୍କ ନକ୍ଷତ୍ରସ୍ଥ ଶୁକ୍ର ଯାତ୍ରାରେ ଲକ୍ଷ୍ୟପୂରଣ କରିବା ସହ ବ୍ୟବସାୟରେ ସୁଫଳ ପ୍ରଦାନ କରିବେ। ସଭାସମିତିରେ ବନ୍ଧୁ ମିଳନ ଘଟିବ ଏବଂ ହାତକୁ ଦି’ପଇସା ମଧ୍ୟ ଆସିବ। କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। କୌଣସି ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି ।
ମିଥୁନ
ମିଥୁନ
ବୁଧ ଧନାଧିପ ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ହୋଇ ବନ୍ଧୁଙ୍କୁ ଅନୁରୋଧରୁ କିମ୍ବା ସନ୍ତାନ ହେତୁକ ଅର୍ଥର ଆବଶ୍ୟକତାକୁ ପୂରଣ କରିବେ। ଯାହାକୁ ଖୋଜୁଥିବେ ସେ ଆପଣା ଛାଏଁ ପାଖକୁ ଚାଲି ଆସିବ। ପାରିବାରିକ ସମସ୍ୟା ପୂର୍ବପରି ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ଆଜିର ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିହୀନତା କାରଣରୁ ପାରିବାରିକ ପ୍ରତିକୂଳତା ପ୍ରଭାବ ପକାଇପାରିବ ନାହିଁ। କର୍ମକ୍ଷେତ୍ରରେ ଟେନସନ୍‌ ବଢ଼ିବ ଏବଂ ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥନୈତିକ ଦୃଷ୍ଟିକୋଣରୁ କେତେକ ବ୍ୟତିକ୍ରମ ସକାଶେ ଚିନ୍ତିତ ରହିବେ। ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରି ଅପଦସ୍ଥ ହୋଇପାରନ୍ତି ।
ସି˚ହ
ସି˚ହ
ବୁଧ ବ୍ୟୟାଧିପ ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ଯୋଗୁ ପ୍ରାପ୍ୟ ହାତକୁ ଆସିବ କିନ୍ତୁ ପକେଟରେ ରହିପାରିବନି। ସାମାନ୍ୟ ଅବହେଳାରୁ ସୁଯୋଗ ହାତଛଡ଼ା ହୋଇପାରେ। ପରକଥା ଶୁଣି ସାହାଯ୍ୟ ପ୍ରତିଶ୍ରୁତି ଦେଇଥିବା ଲୋକଟିର ମନ ବିଗିଡି ଯିବାର ଆଶଙ୍କା ରହିଛି। ସଭାସମିତିରେ ଆଲୋଚନା, ଚୁକ୍ତିପତ୍ର, ଶିକ୍ଷା, ବାଣିଜ୍ୟ, ବନ୍ଧୁ ସମ୍ପର୍କରେ ଝଟକା ଲାଗିପାରେ।
କନ୍ୟା
ଅନୁକୂଳ ଗ୍ରହ ପ୍ରଭାବରୁ ଯାହା ଆଶା କରୁଛନ୍ତି ତାହା ପାଇବେ। ପରିବାରର ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାପାଇଁ ସମର୍ଥ ହେବେ। ସଂସ୍କୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ କୈାଣସି ଶୁଭଖବର ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ।
ତୁଳା
ତୁଳା
ଶନିଙ୍କ ଦୃଷ୍ଟି କର୍ମାଧିପତିଙ୍କ ଉପରେ ପତିତ ହେଉଥିବାରୁ କର୍ମକ୍ଷେତ୍ରରେ ବିତର୍କର ଆଶଙ୍କା ରହିଛି। ଜଣେ ବନ୍ଧୁଙ୍କ ଆବିର୍ଭାବ ପାରିବାରିକ ଜୀବନକୁ ଚଳଚଞ୍ଚଳ କରିବ। ଅଭାବକୁ ପଛରେ ପକାଇ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅଗ୍ରାଧିକାର ଦେବେ। ବିବାଦୀୟ ଘଟଣାରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହୋଇପାରିବେ।
ବିଛା
ବିଛା
ରାଶ୍ୟାଧିପ ମଙ୍ଗଳ ଉଚ୍ଚ ରାଶିରେ ରହି ନବମକୁ ଦେଖୁଥିବାରୁ ଧାର୍ମିକ ବାତାବରଣ ମଧ୍ୟରେ ସମୟ କଟିବ। ମନରେ ସରସତା ନ ଥିବାରୁ ମାନସିକ ସ୍ଥିରତା ରହିବ ନାହିଁ। ଆଜିର ଯାତ୍ରା, ଯୋଗାଯୋଗ, ସତ୍‌ସଙ୍ଗ, ଆଲୋଚନା ଜାରି ରଖିଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରକାଶନରେ ତପତ୍ର ରହିପାରନ୍ତି।
ଧନୁ
ଧନୁ
ଆଜି ଅଷ୍ଟମାଧିପତି ଚନ୍ଦ୍ର ଷଷ୍ଠଭାବରେ ବିପରୀତ ରାଜଯୋଗ ପ୍ରଦାନ କରି ସମସ୍ୟାର ସମାଧାନ କରିବେ। ମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ପରିବାର, କର୍ମକ୍ଷେତ୍ର, ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ର ପୂର୍ବପରି ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ସାହିତ୍ୟ, ସଂସ୍କୃତିର ଆଦର କରି ବନ୍ଧୁ ଗହଣରେ ପ୍ରଶଂସିତ ହେବେ।
ମକର
ମକର
ନିଜର ବିଚାରବୁଦ୍ଧିକୁ ଜଳାଞ୍ଜଳି ଦେଇ ଅନ୍ୟର କାନକୁହା କଥାରେ ପରିଚାଳିତ ହେଲେ ମନସ୍ତାପ କରିବେ। ବାଣିଜ୍ୟ, ପରିବହନ, ଆଲୋଚନା ଓ ରାଜନୀତି କ୍ଷେତ୍ର ଭଲ ରହିବ। ଏକାଧିକଗ୍ରହ ରାଶିରେ ଅବସ୍ଥାନ କରୁଥିବାରୁ ଆପଣ ଅଗ୍ରଣୀ ଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚତୁର୍ଥସ୍ଥ ଯୋଗୁ ଆଜି ପରିବାରରେ କଳହର ଆଶଙ୍କା ରହିଛି। ଆପଣଙ୍କ କାର୍ଯ୍ୟକୁ ବାହ୍ୟଲୋକମାନେ ଯେତିକି ଆଦର କରିବେ ନିଜ ଲୋକ ତାହାର ଦୁଇଗୁଣ ଅପପ୍ରଚାର କରିପାରନ୍ତି। ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ଆକସ୍ମିକ ଦରକାର ପଡୁଥିବା ସମୟରେ ଅର୍ଥାଭାବ ଦୁଶ୍ଚିନ୍ତାର କାରଣ ହୋଇପାରେ।
ମୀନମୀନ
କର୍ମାଧିପତି କେନ୍ଦ୍ରସ୍ଥ ଯୋଗୁ କର୍ମାରମ୍ଭ ସାଙ୍ଗକୁ ସହକର୍ମୀଙ୍କ ପରାମର୍ଶ କାମକୁ ଆସିବ। ସ୍ବସ୍ଥାନହନ୍ତା ଗୁରୁଙ୍କ ସ୍ଥିତିରୁ ପରିବାରରେ ଅଶାନ୍ତିର ଝଲକ ଦେଖିବାକୁ ମିଳିପାରେ। କୃତି ଓ କୃତିତ୍ୱରୁ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁଙ୍କ ସହ ଆଲୋଚନା ପ୍ରୀତିପ୍ରଦ ରହିବ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

ରାଶିଫଳ: ଗୁରୁବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ ଆଜି ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ନିକଟରେ ମନକଥା କହିପାରିବେ ନାହିଁ। ସାମାନ୍ୟ ଭୁଲ୍‌ରୁ ଆଜିର କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ। ଆର୍ଥିକ ସ୍ବଚ୍ଛଳତା ରହିଥିଲେ…

ରାଶିଫଳ: ବୁଧବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରତିଷ୍ଠା ଲାଭ କରିବେ। ଶନି କ୍ଷେତ୍ରସ୍ଥ ରବି ହେତୁ ଭଲ କଥା କହିଲେ ମଧ୍ୟ ତାହାକୁ ଅନ୍ୟମାନେ ଭିନ୍ନାର୍ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri