Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ
ଶାରୀରିକ ସମସ୍ୟା ଲାଗିରହିଥିଲେ ମଧ୍ୟ କର୍ମଜଞ୍ଜାଳରୁ ମୁକ୍ତି ପାଇବା ସହଜ ନ ହୋଇପାରେ। ଜଣେ ହିତୈଷୀଙ୍କ ଆନ୍ତରିକ ଚେଷ୍ଟାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଖର୍ଚ୍ଚର ସୁଅକୁ ରୋକିପାରିବେ ନାହିଁ। ଆଜି ଘରର ଅସଜଡ଼ା କାମକୁ ସଜାଡ଼ି ନେଇପାରନ୍ତି।
ବୃଷ
ବୃଷ
ରବି ସହ ଶୁକ୍ରଙ୍କ ସାନ୍ନିଧ୍ୟରୁ ନିଜ ଲୋକଙ୍କ ସମର୍ଥନ ଲାଭକରି ମାନସିକ ସ୍ତରରେ ଆଶ୍ୱସ୍ତି ଲାଭକରିବେ। ଅସାବଧାନତାରୁ ମୂଲ୍ୟବାନ୍‌ ଦବ୍ର୍ୟ ନଷ୍ଟ ସୂଚନା ରହିଛି। ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ଅଧିକାଂଶ ସମୟ ମାନସିକ ଅସ୍ଥିରତା କାରଣରୁ କୌଣସି ନିଷ୍ପତ୍ତି ନେବା ସହଜ ନ ହୋଇପାରେ।
ମିଥୁନ
ମିଥୁନ
ବୁଧ ସହ ବୃହସ୍ପତି ସଂଯୋଗଜନିତ ଆପଣ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାହାଯ୍ୟ ଓ ସମର୍ଥନ ଲାଭକରି କାମ ହାସଲ କରିପାରିବେ। ପାରିବାରିକ ଜୀବନରେ ଅସୁବିଧା ଉପୁଜିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟାକଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାକୁ ନିଷ୍ପତ୍ତି ନେଇପାରନ୍ତି।
କର୍କଟ
କର୍କଟ
ଷଷ୍ଠସ୍ଥ ରାଶ୍ୟାଧିପ ହେତୁ ଆଜି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ଓ ଉସତ୍ାହ, ଉଦ୍ଦୀପନା ନେଇ କାମ କରିବେ। ଯେକୌଣସି କାମରେ ଚେଷ୍ଟା ସଫଳହେବାରେ ଜଣେ ହିତୈଷୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ବାଣିଜ୍ୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇପାରନ୍ତି।
ସି˚ହ
ସି˚ହ
ବୃହସ୍ପତି ଭାଗ୍ୟ ସ୍ଥାନରେ ଚନ୍ଦ୍ରଙ୍କ କୋଣଭାବସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ବ୍ୟୟବୃଦ୍ଧିଜନିତ ଦୁଶ୍ଚିନ୍ତାରେ ମନ ଉଦ୍‌ବେଳିତ ରହିବା ନିଶ୍ଚିତ। ଆଜି ତରବରିଆ ଯାତ୍ରା ନ କରିବା ଭଲ, ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ। ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ରାଶିରେ କେତୁ ପ୍ରଭାବରୁ ଆପଣଙ୍କ ଶ୍ଳେଷାର୍ଥପୂର୍ଣ୍ଣ କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଆଜି ଯାହା ଆଶା ରଖିଛନ୍ତି, ତାହା ବିଳମ୍ବରେ ପାଇବେ। ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିପାରନ୍ତି।
ତୁଳା
ତୁଳା
ବୁଧ ଏବଂ ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରେ ନିଜକୁ ଚଳାଇ ନେବାର କଳା ଯୋଗୁ ପ୍ରାୟତଃ ଅସୁବିଧା ରହିବ ନାହିଁ। ସାହାଯ୍ୟ, ସହଯୋଗ ମନୋଭାବରୁ ଅଫିସରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ପ୍ରତିବନ୍ଧକକୁ ହଟାଇ ଲାଭବାନ୍‌ ହେବେ। କଚେରି ମାମଲା ସକାଶେ ଦୁଶ୍ଚିନ୍ତା ବଢ଼ିପାରେ।
ବିଛା
ବିଛା
ଚତୁର୍ଥସ୍ଥ ପରସ୍ପର ବିରୁଦ୍ଧାମତ୍କ ଗ୍ରହ ହେତୁ କେତେକ କାମ ସକାଶେ ପରିସ୍ଥିତି ଅନୁକୂଳ ରହିବ ନାହିଁ। ବ୍ୟବସାୟ, ପରିବହନ ଓ ଶିଳ୍ପବାଣିଜ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିପାରିିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନର ଆଶା ଦୁର୍ଲଭ ହୋଇପଡ଼ିବ। ରୋଗ, ଋଣ ଓ ପାରିବାରିକ ସମସ୍ୟାରୁ ରକ୍ଷା ପାଇବାର ପରିକଳ୍ପନା କରିପାରନ୍ତି।
ଧନୁ
ଧନୁ
ଦ୍ୱାଦଶସ୍ଥ ଏକାଧିକ ଗ୍ରହ ହେତୁ କୌଣସି ବିବାଦ, ପ୍ରତିଦ୍ୱନ୍ଦ୍ୱିତା, ତର୍କବିତର୍କରେ ପଶିବା ଠିକ୍‌ ହେବ ନାହିଁ। ଉଚ୍ଚ ଶିକ୍ଷା, ସନ୍ତାନ, ପ୍ରେମ ଓ ପ୍ରଣୟ କ୍ଷେତ୍ରରେ ସମସ୍ୟା ବଢ଼ିଯିବା ସୂଚନା ରହିଛି। ଅବଶ୍ୟ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ବନ୍ଧୁଙ୍କ ନିକଟରୁ ସକାଳୁ ଶୁଭଖବର ପାଇପାରନ୍ତି।
ମକର
ମକର
ରାଶିରେ ଚନ୍ଦ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ନିକଟତର ହେବା ପାଇଁ ଚେଷ୍ଟା କରିବେ। ପରିବହନ, ଶିଳ୍ପ, ନିର୍ମାଣ,ବ୍ୟବସାୟରେ ଉନ୍ନତି ଘଟିବ। କିନ୍ତୁ ପରିବାରରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। କୌଣସି କ୍ଷେତ୍ରରେ ତରବର ନ ହୋଇ ଉଚିତ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଏକାଦଶସ୍ଥ ଯୋଗୁ ଆଶା କରିଥିବା ଋଣ ପାଇବାରେ ଅସୁବିଧା ହେବନାହିଁ। ଅନ୍ୟମନସ୍କ ରହି କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ ଅଣଦେଖା କରିପାରନ୍ତି। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟାକଲେ ଉପକାର ମିଳିବ। ଯାତ୍ରା, ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଅନୁକୂଳ।
ମୀନମୀନ

ବୁଧଙ୍କ ପ୍ରଭାବରୁ ନିଜ ଲୋକଙ୍କୁ ମନାଇ କାମ ହାସଲ କରିବା ସକାଶେ ଚେଷ୍ଟା କରିପାରନ୍ତି। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ବନ୍ଧୁଙ୍କ ସମ୍ପର୍କରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିିଟା ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?