Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ କୌଣସି ପ୍ରତିରୋଧ କିମ୍ବା ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କାରୁ ମୁକ୍ତି ପାଇପାରିବେ ନାହିଁ। ନବମସ୍ଥ ଶୁକ୍ରଙ୍କ ପ୍ରଭାବରୁ ପରିବହନ, ବ୍ୟବସାୟ ଭଲରେ ଚାଲିବ। କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ ତଥା ପ୍ରତିଯୋଗୀତା ପ୍ରଭୃତିରେ ସଫଳ ହେବେ।
ବୃଷ
ବୃଷ
ରବି ଓ ଶନିଙ୍କ ସଂଯୋଗ ହେତୁ ଅନ୍ତରର ଅକୁହା କଥାଗୁଡିକ ମନକୁ ଅସ୍ଥିର କରିବ। ନିଜ ଲୋକଙ୍କ ବେଖାତିର ଭାବ ଓ ପିଲାଙ୍କ ବିଶୃଙ୍ଖଳାରେ ଚନ୍ତିତ ହେବେ। କର୍ମକ୍ଷେତ୍ରରେ ସମ୍ମାନ, ଅର୍ଥନୈତିକ ପ୍ରଗତି, ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତାରୁ ପ୍ରଶଂସିତ ହେବେ। ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ମିଥୁନ
ମିଥୁନ
ରାଶିରେ ମଙ୍ଗଳ ହେତୁ କେତେକ ବ୍ୟକ୍ତି ମୁହଁ ସାମନାରେ କିଛି ନକହିଲେ ମଧ୍ୟ ପଛରେ ପଚାଶ କଥା କହିପାରନ୍ତି। କର୍ମକ୍ଷେତ୍ରସ୍ଥ ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ର ମଧ୍ୟମ ପ୍ରକାର ରହିବ। ପରିବାରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
କର୍କଟ
କର୍କଟ
ଆଜି ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ହେତୁ ଦିନଟି ସାମଗ୍ରୀକ ଦୃଷ୍ଟିକୋଣରୁ ସ୍ମରଣୀୟ ରହିବ। କର୍ମକ୍ଷେତ୍ରରେ ବନ୍ଧୁତା ଓ ବ୍ୟବସାୟରେ ଉନ୍ନତି କରିବେ। ଅଚଳ କାମକୁ ସଚଳ କରିବେ ଓ କଚେରୀ ମାମଲାରେ ବିଜୟୀ ହେବେ। ଯାହା କରନ୍ତୁନା କାହିଁକି ସ୍ବାସ୍ଥ୍ୟପ୍ରତି ଜଗିରଖି କାମ କରିବା ଭଲ ହେବ।
ସି˚ହ
ସି˚ହ
ଚନ୍ଦ୍ର ଓ ବୃହସ୍ପତିଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ଆଜି କେତେକ ବିବାଦୀୟ ଚିନ୍ତାଧାରା ମନକୁ ବିବ୍ରତ କରିବ। ପ୍ରତିଯୋଗୀତା କିମ୍ବା ପ୍ରତିଦ୍ୱନ୍ଦିତା କଲେ ଭଲ ବଦଳରେ ମନ୍ଦ ଭୋଗିବେ। ଅବଶ୍ୟ ସଭାସମିତି, ଆନୁଷ୍ଠାନିକ କାମ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିିପାରନ୍ତି।
କନ୍ୟା
ଅଷ୍ଟମସ୍ଥ ମଙ୍ଗଳ ହେତୁ ବାହି୍ୟକ ପ୍ରଶଂସାରେ ଉତ୍‌ଫୁଲ୍ଲ ହେବା ଦ୍ୱାରା କ୍ଷତି ହୋଇପାରେ। ଅନ୍ୟମାନେ ନିଜ ଫାଇଦା ହାସଲ ପାଇଁ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି। ପୁରାତନ ରୋଗ, ସରକାରୀ ଋଣ ଓ ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ଭଲ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ଚତୁର୍ଥସ୍ଥ ଚତୁଃଗ୍ରହ ହେତୁ ସାମାନ୍ୟ କେତେକ ସାଧାରଣ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଉପଭୋଗ୍ୟ ରହିବ। ମୁହଁ ଖୋଲି କାହାକୁ କିଛି କହି ପାରିବେ ନାହିଁ। ଯୁଆଡେ ଯିବା କଥା ଯାଆନ୍ତୁ କିନ୍ତୁ କିଛିଟା ଅବଶ୍ୟ ପାଇବେ। ସ୍ବାସ୍ଥ୍ୟ ସମସ୍ୟା,ପାରିବାରିକ ଦ୍ୱନ୍ଦ୍ୱ, ଅସଜଡା କର୍ମକ୍ଷେତ୍ର ଓ ଅର୍ଥାଭାବ ବଳବତର ରହିବ।
ବିଛା
ବିଛା
ଭାଗ୍ୟାଧିପତି ଓ କର୍ମାଧିପତି ଚର ରାଶିରେ ଥିବାରୁ କୌଣସି କାର୍ଯ୍ୟରେ ସ୍ଥିରତା ରହିବ ନାହିଁ। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତରେ ନିରାଶ ହେବେନି। କଳା, କ୍ରୀଡା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅତୀତକୁ ପଛକୁ ପକାଇ ବର୍ତ୍ତମାନକୁ ପ୍ରାଧାନ୍ୟ ଦେଇ କାମ କରିବେ। କୌଣସି ବନ୍ଧୁଙ୍କ ଆଦରବୋଳା କଥାରେ ଶୁଖିଲା ମୁହଁରେ ହସ ଝଲକି ଉଠିବ। ଯାହା ଚାହୁଁଛନ୍ତି ତାହା ପାଇବେ। ବ୍ୟବସାୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କ ଓଯାତ୍ରା ମନ୍ଦ ହେବ ନାହିଁ। ମୂଳା ନକ୍ଷତ୍ର ଜାତ ମହିଳାଙ୍କର କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ମକର
ମକର
କର୍ମାଧିପ ବ୍ୟୟଭାବସ୍ଥ ହେତୁ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ସମ୍ପର୍କୀୟ କିମ୍ବା ଆତ୍ମୀୟମାନେ ସ୍ବାର୍ଥସାଧନ ମାନସରେ କିଛି ଅଘଟଣ ଘଟାଇ ପାରନ୍ତି। ବ୍ୟବସାୟ ଓ ପରିବହନରେ ସଫଳତା ପାଇବେ। କଚେରୀ ମାମଲା କ୍ଷେତ୍ରରେ ଦୁଶ୍ଚିନ୍ତା ପ୍ରାୟତଃ ଲାଗି ରହିବ।
କୁମ୍ଭ
କୁମ୍ଭ
ବୁଧ ରାଶିରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ କିଛନା କିଛି ଅଭାବ ଅସୁବିଧା ରହିଥିବାର ଅନୁଭବ କରିବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡିପାରେ। ଜମା ପଡୁ ନ ଥିବା କୌଣସି ବ୍ୟକ୍ତିଙ୍କ କଦର୍ଯ୍ୟ ବ୍ୟହାରରେ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ
ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରି ପାରନ୍ତି। ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସି ଖୁସି ହେବେ ଏବଂ ଆର୍ଥିକ ସ୍ଥିତିରେ ସାମା୍ଯଯ ପରିବର୍ତନ ହେବ। ସରକାରୀ ସ୍ତରରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇପାରନ୍ତି। ଆଜିରଯାତ୍ରା, ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରନ ପ୍ରୀତିପ୍ରଦ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri