Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ ଲାଭ କରିବେ। ସାଧାରଣ କଥାରେ ବିରକ୍ତି ପ୍ରକାଶ କଲେ ସମସ୍ୟା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବ। ଅଯଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ, ବରଂ ଲାଭ ବଦଳରେ କ୍ଷତି ଅଧିକ ହୋଇପାରେ । ପରିବାରର କୌଣସି ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ବନ୍ଧୁଙ୍କ ପରାମର୍ଶରେ ନିଜ ମନ ପସନ୍ଦର ଜିନିଷ କିଣି ଖୁସି ରହିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟା ବିଜଡିତ ରହିବା କାରଣରୁ ମନୋବଳ ହ୍ରାସ ପାଇବ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ମାନସିକ ଅସ୍ଥିରତା କାରଣରୁ ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। କର୍ତ୍ତବ୍ୟନିଷ୍ଠା ଫଳରେ ପୁନର୍ବସୁ ନକ୍ଷତ୍ର ପରିବାରର ଲୋକମାନଙ୍କ ଆଦରଣୀୟ ରହିବେ।
କର୍କଟ
କର୍କଟ
କର୍ମାରମ୍ଭ ପରିପ୍ରେକ୍ଷୀରେ ପରିବାରରୁ ସହଯୋଗ ନ ପାଇ କ୍ଷୋଭପ୍ରକାଶ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ପକ୍ଷପାତିତାକୁ ନେଇ ଅସନ୍ତୁଷ୍ଟ ରହିବେ। ସହକର୍ମୀଙ୍କ ସହ ଅଯଥା ଯୁକ୍ତିତର୍କ କରି କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ଅଶ୍ଳେଷା ନକ୍ଷତ୍ରକୁ ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରର ପ୍ରତିଟି ପଦକ୍ଷେପରେ ସହମତି ଭିତ୍ତିରେ କାମ କଲେ ଉପକୃତ ହେବେ ା ପୂର୍ବାଫାଲଗୁନୀ ନକ୍ଷତ୍ର ସଂଗଠନ, ରାଜନୀତି, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। ପାରିବାରିକ ସମସ୍ୟା ଥିଲେ ମଧ୍ୟ ନୂଆ କାମରୁ ଓହରି ପାରିବେ ନାହିଁ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଚିତ୍ରା ନକ୍ଷତ୍ର ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ସମାଲୋଚିତ ହେବାର ଆଶଙ୍କା ରହିଛି।
ତୁଳା
ତୁଳା
ଆଜି ମନ ଭଲ ନ ଥିବା ଯୋଗୁ ଅନ୍ୟମାନଙ୍କ କଥା ଓ କାର୍ଯ୍ୟକଳାପ ଆପଣଙ୍କୁ ଭଲ ଲାଗି ନ ପାରେ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ଚଳାଇ ନେବେ। ବିଶାଖା ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହୋଇପାରନ୍ତି।
ବିଛା
ବିଛା
ଅପ୍ରିୟ ସତ୍ୟ ଭାଷଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। କୃଷି, ବାଣିଜ୍ୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇପାରନ୍ତି। ସାମାଜିକ ସମସ୍ୟାକୁ ଦୁଃସାହସିକ ପଦକ୍ଷେପ ନେଇ ସୁଧାରି ନେବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ମୂଳା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ କମିଯିବ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବା କଷ୍ଟକର ହୋଇପାରେ। ସଭାସମିତିରେ ବନ୍ଧୁ ମାନଙ୍କଠାରୁ ବସ୍ତ୍ରଭୂଷଣ ଲାଭ କରିପାରନ୍ତି।
ମକର
ମକର
ଆଜି ସ୍ବାସ୍ଥ୍ୟରେ ଉନ୍ନତି, ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଏବଂ ବିବାଦୀୟ ଘଟଣାରେ ବିଜୟ ଯୋଗୁ ଖୁସି ରହିବେ। ଦୀର୍ଘ ଅନୁଭୂତି ହେତୁକ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଶ୍ରବଣା ନକ୍ଷତ୍ର ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବାରମ୍ବାର ପ୍ରତିବନ୍ଧକ ଲାଗି ରହୁଥିବାରୁ ଲକ୍ଷ୍ୟପ୍ରାପ୍ତିରେ ବାଧା ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିବଶତଃ ହାତରୁ ଖାଇ ଅନ୍ୟମାନଙ୍କ ସକାଶେ ବେଠି ଖଟିବାକୁ ପଡ଼ିପାରେ। ଶତଭିଷା ନକ୍ଷତ୍ରର ଲେଖାପଢ଼ା, ପରିବହନ, ନିର୍ମାଣ କ୍ଷେତ୍ରରେ ଅସୁବିଧା ହେବନାହିଁ। ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ଆର୍ଥିକସ୍ଥିତି ମନ୍ଦ ନଥିଲେ ମଧ୍ୟ ଆବଶ୍ୟକତା ପୂରଣ କ୍ଷେତ୍ରରେ କରଜ କରିବାକୁ ପଡ଼ିପାରେ।
ମୀନମୀନ
ଆଜି ଉତ୍ତରଭାଦ୍ର ନକ୍ଷତ୍ର କାମ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ । ଖଳ ଲୋକଙ୍କ ଦ୍ୱାରା ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କାକୁ ଏଡିହେବ ନାହିଁ। ଆବଶ୍ୟକ ଅର୍ଥ ଧାର ସୂତ୍ରରେ ପାଇବାକୁ ବନ୍ଧୁଙ୍କ ସହ ଯୋଗାଯୋଗ କରିପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri