Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ
ଆଜି ପାପଯୁକ୍ତ ରବି ହେତୁ କୃତ୍ତିକା ନକ୍ଷତ୍ର ମନ ଅନୁଯାୟୀ କୌଣସି କାମକୁ ସହଜରେ କରିପାରିବେ ନାହିଁ। ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ। କର୍ମକ୍ଷେତ୍ରରେ ମନ୍ଥର ଗତି ସହ ଅଫିସରେ ଫାଇଲ୍‌ ଚାପର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ଆଜି ଶୁକ୍ର ସହ ମଙ୍ଗଳ ଯୋଗରୁ ଦ୍ୱିଜା ନକ୍ଷତ୍ରର ବହୁତ ଦିନରୁ ଅଟକି ରହିଥିବା କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ସମ୍ବେଦନଶୀଳ କଥାରେ କିମ୍ବା ପାରିବାରିକ ଜୀବନରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି। ଗୃହକୁ ମୂଲ୍ୟବାନ ଜିନିଷ ଆଣିପାରନ୍ତି।
ମିଥୁନ
ମିଥୁନ
ବୁଧ ସହ ରାହୁ ରହିଥିବାରୁ ଆର୍ଦ୍ରା ନକ୍ଷତ୍ରର ଆକସ୍ମିକ କଳହ ସୃଷ୍ଟି ଯୋଗୁ ନିଜ ଲୋକମାନେ ଦୂରେଇ ଯିବାର ଆଶଙ୍କା ରହିଛି। କର୍ମ କ୍ଷେତ୍ର, ଯାନବାହନ, ଦୋକାନବାଡି, ସଭା ସମିତିରୁ ଉପକୃତ ହେବେ। ପ୍ରତ୍ୟେକ ସମୟରେ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ। ନିରପେକ୍ଷ ବିଚାରକୁ କେନ୍ଦ୍ରକରି ସମସ୍ୟାର ସମ୍ମୁଖୀନ ହେବେ।
କର୍କଟ
କର୍କଟ
ଆଜି ଶନି ଓ ମଙ୍ଗଳ ସ୍ଥିତିଜନିତ ପୁଷ୍ୟା ନକ୍ଷତ୍ରର ବିବାଦୀୟ ସ୍ଥିତିରେ ନିଜର ଲୋକମାନେ ଶତ୍ରୁତା କରି ପାରନ୍ତି। ଗୁରୁତ୍ୱପୂର୍ଣ୍ଣ ବିଚାରକମଣ୍ଡଳୀର ସଭାରେ ଆଲୋଚନା ଅସମାପ୍ତ ରହିପାରେ। ପରିସ୍ଥିତି ଭିନ୍ନ ମୋଡ଼ ନେବା କାରଣରୁ ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ। ପାରିବାରିକ ସ୍ତରରେ ବୁଝାମଣା ଠିକ୍‌ ରହିବ।
ସି˚ହ
ସି˚ହ
କାର୍ଯ୍ୟସାଧନରେ ମନ୍ଥରଗତି କାରଣରୁ କିମ୍ବା ପରିଜନଙ୍କ ସ୍ବାସ୍ଥ୍ୟହାନିଜନିତ ମନ ଉଦ୍‌ବେଗ ରହିବ। ମଘା ନକ୍ଷତ୍ର କୌଣସି କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବ ନାହିଁ। ଷ୍ଟେସନେରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାର କିମ୍ବା ଗାଡିମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ।
କନ୍ୟା
ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ ସକାଶେ ଶାରୀରିକ ଅସାମର୍ଥ୍ୟତା ପ୍ରକାଶ ପାଇବ। ହିତାକାଂକ୍ଷୀଙ୍କ ସାହାଯ୍ୟ ମନୋଭାବରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିପାରେ। ଚିତ୍ରା ନକ୍ଷତ୍ରର ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବା ଫଳରେ ଦୁଶ୍ଚିନ୍ତା ବଢ଼ିଯାଇପାରେ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ।
ତୁଳା
ତୁଳା
ଧନାଧିପ ଉଚ୍ଚସ୍ଥ ଯୋଗୁ ଧନାଗମ, ମିଷ୍ଠାନ୍ନ ପ୍ରାପ୍ତି, ବନ୍ଧୁବସତ୍ଳ ସାଙ୍ଗକୁ ମୁହଁରେ ହସ ଲାଗି ରହିବ। ତଥାପି ସାମୟିକ ବ୍ୟସ୍ତତା କାରଣରୁ ଅଫିସରେ କାମ ଗୋଳମାଳିଆ ଧରିପାରେ। ଦୀର୍ଘଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ଆଣ୍ଠୁଠାରୁ ଗୋଡ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ବିଛା
ବିଛା
ମନରେ ବିଭିନ୍ନ ଭାବରାଜି ଉଦ୍ରେକ ହେବାରୁ କାର୍ଯ୍ୟଧାରା ନିୟନ୍ତ୍ରିତ ରହି ନ ପାରେ। ଏକାଧିକ ପାପଗ୍ରହ ଚତୁର୍ଥସ୍ଥ ପରିବାର ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭଙ୍କରୀ ନୁହେଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟାମତ୍ିକ ସଭାସମିତିରେ ପ୍ରଶଂସିତ ହେବେ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ରହିପାରନ୍ତି।
ଧନୁ
ଧନୁ
ସମୟ ପ୍ରତିକୂଳ ନ ଥିଲେ ମଧ୍ୟ ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ଦିଗରୁ ପୁରୁଣା କଥାକୁ ବାରମ୍ବାର ଦୋହରାଇବା ଠିକ୍‌ ନ ହୋଇପାରେ। ମୂଲ୍ୟବାନ୍‌ ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ।
ମକର
ମକର
ଆଜିର କର୍ମକ୍ଷେତ୍ର୍ରରେ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। ଧନିଷ୍ଠା ନକ୍ଷତ୍ର ପାଇଁ ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇ ଯିବେ। ପରିବାର ମଧ୍ୟରେ ନିଜର ପ୍ରାଧାନ୍ୟତାକୁ ସହାନୁଭୂତିର ସହ ଜାହିର କରିବା ଠିକ୍‌ ହେବ।
କୁମ୍ଭ
କୁମ୍ଭ
ଶନିଙ୍କ ପ୍ରଭାବରେ ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବାର ସ୍ପଷ୍ଟ ସୂଚନା ରହିଛି। ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସମସ୍ୟା ପିଛା ଛାଡୁ ନ ଥିବାରୁ ଶତଭିଷା ନକ୍ଷତ୍ରର ସହଜରେ କାମ ହାସଲ କଷ୍ଟକର ହେବ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ତଥା ବିଭିନ୍ନ ଝମେଲା ହେତୁ ବ୍ୟସ୍ତ ରହିପାରନ୍ତି।
ମୀନମୀନ

ଗୁରୁଙ୍କ ଅନୁଗ୍ରହରୁ ନିରପେକ୍ଷ ବିଚାର ସାଙ୍ଗକୁ ସୁସଂଯତ କାର୍ଯ୍ୟକଳାପ କାରଣରୁ ଶାନ୍ତି ଓ ସନ୍ତୋଷ ପାଇବେ। ସାମୟିକ କୈାଣସି ଜିନିଷର ଅଭାବଜନିତ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଶିଳ୍ପ, ପ୍ରକଳ୍ପ ପ୍ରଭୃତି ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ। ରେବତୀ ନକ୍ଷତ୍ରର ପ୍ରବାସୀ ବନ୍ଧୁ ନିଃସଙ୍ଗତା ବୋଧ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?