Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ମତପାର୍ଥକ୍ୟଜନିତ ସମ୍ପର୍କହାନି ଘଟିପାରେ।
ବୃଷ
ବୃଷ
ତୃତୀୟାଧିପତିଙ୍କ ଅଶୁଭତ୍ୱ ସଂଯୋଗ ପଡ଼ୋଶୀ କିମ୍ବା ଭଗିନୀଙ୍କ ସହ ମନାନ୍ତରର କାରଣ ହୋଇପାରେ। ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା କିନ୍ତୁ ଆନୁଷ୍ଠାନିକ କାମରେ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି । ମୂଲ୍ୟବାନ ଜିନିଷ କ୍ରୟ ସକାଶେ ବନ୍ଧୁଙ୍କଠାରୁ ଧାର କରଜ କରିପାରନ୍ତି।
ମିଥୁନ
ମିଥୁନ
କର୍ମସ୍ଥାନରେ ଶନିଙ୍କ ପ୍ରଭାବରେ କାର୍ଯ୍ୟରେ ବିଳମ୍ବ ଏବଂ ଅବହେଳାରୁ ଅଭିଯୋଗର ସମ୍ମୁଖୀନ ହେବେ। ବନ୍ଧୁଗହଣରେ ରୁକ୍ଷ ଭାଷା ପ୍ରୟୋଗ ଯୋଗୁ ସମ୍ପର୍କହାନି ଘଟିପାରେ। ଯେଉଁ କ୍ଷେତ୍ରରେ ଯାହାକିଛି ନିଷ୍ପତ୍ତି ନେବେ ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଫଳ ପାଇବାର ଆଶା ରହିଛି ।
କର୍କଟ
କର୍କଟ
ରାଶ୍ୟାଧିପ ଅଷ୍ଟମସ୍ଥ ଯୋଗୁ ଶାରୀରିକ ଅସୁସ୍ଥତାଜନିତ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ସତର୍କରେ କାମ ନ କଲେ ଅନୁତାପ କରିପାରନ୍ତି। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ସି˚ହ
ସି˚ହ
କୋଣଭାବସ୍ଥ ଗ୍ରହ ପ୍ରଭାବରୁ ପ୍ଲଟିଂ କାରବାରରେ ଉନ୍ନତି ସାଙ୍ଗକୁ ଅଗ୍ନି ସମ୍ବନ୍ଧିତ ଯନ୍ତ୍ରପାତି ବ୍ୟବସାୟରୁ ସୁଫଳ ପାଇବେ। ଅର୍ଥଲାଭର ଯୋଗ ରହିଛି। ପୂର୍ବପରିକଳ୍ପିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି।
କନ୍ୟା
କର୍ମଭାବସ୍ଥ ଗୁରୁଙ୍କ ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟିଜନିତ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ସମ୍ପର୍କୀୟମାନେ ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ପାରିବାରିକ କ୍ଷେତ୍ରକୁ ସମସ୍ୟାବହୁଳ କରିପାରନ୍ତି। ସହକର୍ମୀଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେଇପାରିବେ ।
ତୁଳା
ତୁଳା
ମୁଖଭାବରେ ବୁଧଗ୍ରହ ଥିବାରୁ ଆପଣଙ୍କ କଠୋର ବାକ୍ୟାଳାପ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ବ୍ୟାଙ୍କ ଲୋନ୍‌କୁ ପରିଶୋଧ କରି ଆଶ୍ୱସ୍ତି ଲଭିବେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ଦୂର ସ୍ଥାନ ଯିବାକୁ ମନ ବଳାଇ ପାରନ୍ତି।
ବିଛା
ବିଛା
ଗୁରୁକ୍ଷେତ୍ରସ୍ଥ ରାଶ୍ୟାଧିପ ଆରୋଗ୍ୟଲାଭ, ଚେଷ୍ଟା ସଫଳ ସାଙ୍ଗକୁ ଋଣସୂତ୍ରରେ ଅର୍ଥଲାଭ କରାଇପାରେ। ଗତକାଲିଠାରୁ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ। ଲେଖାପଢ଼ା, ସାହିତ୍ୟ, ସାମ୍ବାଦିକତା ଓ ଅଭିନୟରୁ ପ୍ରଶଂସା ପାଇବେ। ଗୃହସୀମାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।
ଧନୁ
ଧନୁ
ଏକାଧିକ ପାପଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟହାନି, କଳହ, ଧନକ୍ଷୟ ଓ ସମ୍ପର୍କ ନଷ୍ଟର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ବିରକ୍ତ ହେବା ଉଚିତ ହେବନାହିଁ। ନୂତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ପାରିବାରିକ ସମସ୍ୟାକୁ ସୁଧାରି ନେବେ ।
ମକର
ମକର
ଦ୍ୱାଦଶ ସ୍ଥାନରେ ଶୁକ୍ର ଅବସ୍ଥାନ କରିଥିବାରୁ ମଉଜ ମଜଲିସ୍‌ରେ ଦିନଟି କଟିବ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବ। ପରିବାରରେ ଛୋଟ କଥାଟିକୁ ଗୁରୁତ୍ୱ ନ ଦେବା କାରଣରୁ ଟେନ୍‌ସନ କମିଯିବ। ଆଲୋଚନା ପରିସରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ରାହୁଙ୍କ କୁପ୍ରଭାବରୁ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ପିଲାଙ୍କ ଶିକ୍ଷାକ୍ଷେତ୍ରରେ ସମସ୍ୟା କିମ୍ବା ସ୍ବାସ୍ଥ୍ୟହାନି କାରଣରୁ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। ଜମିଜମା ସମସ୍ୟା, ବ୍ୟବସାୟ କିମ୍ବା ପରିବହନରେ ଝଗଡ଼ା ଜଟିଳ ହେବ। ଖଳଲୋକମାନଙ୍କ ଶତ୍ରୁତା ହେତୁ ନିଜ ପରିସରରେ ସମାଲୋଚିତ ହୋଇପାରନ୍ତି ।
ମୀନମୀନ
ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପଡ଼ୋଶୀଙ୍କ ସହିତ ପିଲାମାନଙ୍କୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ସ୍ବାର୍ଥକୁ ଆଖିଆଗରେ ରଖି ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି। ଗୃହ କାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେବାର ସୂଚନା ରହିଛି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri