Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ମତପାର୍ଥକ୍ୟଜନିତ ସମ୍ପର୍କହାନି ଘଟିପାରେ।
ବୃଷ
ବୃଷ
ତୃତୀୟାଧିପତିଙ୍କ ଅଶୁଭତ୍ୱ ସଂଯୋଗ ପଡ଼ୋଶୀ କିମ୍ବା ଭଗିନୀଙ୍କ ସହ ମନାନ୍ତରର କାରଣ ହୋଇପାରେ। ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା କିନ୍ତୁ ଆନୁଷ୍ଠାନିକ କାମରେ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି । ମୂଲ୍ୟବାନ ଜିନିଷ କ୍ରୟ ସକାଶେ ବନ୍ଧୁଙ୍କଠାରୁ ଧାର କରଜ କରିପାରନ୍ତି।
ମିଥୁନ
ମିଥୁନ
କର୍ମସ୍ଥାନରେ ଶନିଙ୍କ ପ୍ରଭାବରେ କାର୍ଯ୍ୟରେ ବିଳମ୍ବ ଏବଂ ଅବହେଳାରୁ ଅଭିଯୋଗର ସମ୍ମୁଖୀନ ହେବେ। ବନ୍ଧୁଗହଣରେ ରୁକ୍ଷ ଭାଷା ପ୍ରୟୋଗ ଯୋଗୁ ସମ୍ପର୍କହାନି ଘଟିପାରେ। ଯେଉଁ କ୍ଷେତ୍ରରେ ଯାହାକିଛି ନିଷ୍ପତ୍ତି ନେବେ ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଫଳ ପାଇବାର ଆଶା ରହିଛି ।
କର୍କଟ
କର୍କଟ
ରାଶ୍ୟାଧିପ ଅଷ୍ଟମସ୍ଥ ଯୋଗୁ ଶାରୀରିକ ଅସୁସ୍ଥତାଜନିତ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ସତର୍କରେ କାମ ନ କଲେ ଅନୁତାପ କରିପାରନ୍ତି। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ସି˚ହ
ସି˚ହ
କୋଣଭାବସ୍ଥ ଗ୍ରହ ପ୍ରଭାବରୁ ପ୍ଲଟିଂ କାରବାରରେ ଉନ୍ନତି ସାଙ୍ଗକୁ ଅଗ୍ନି ସମ୍ବନ୍ଧିତ ଯନ୍ତ୍ରପାତି ବ୍ୟବସାୟରୁ ସୁଫଳ ପାଇବେ। ଅର୍ଥଲାଭର ଯୋଗ ରହିଛି। ପୂର୍ବପରିକଳ୍ପିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି।
କନ୍ୟା
କର୍ମଭାବସ୍ଥ ଗୁରୁଙ୍କ ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟିଜନିତ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ସମ୍ପର୍କୀୟମାନେ ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ପାରିବାରିକ କ୍ଷେତ୍ରକୁ ସମସ୍ୟାବହୁଳ କରିପାରନ୍ତି। ସହକର୍ମୀଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେଇପାରିବେ ।
ତୁଳା
ତୁଳା
ମୁଖଭାବରେ ବୁଧଗ୍ରହ ଥିବାରୁ ଆପଣଙ୍କ କଠୋର ବାକ୍ୟାଳାପ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ବ୍ୟାଙ୍କ ଲୋନ୍‌କୁ ପରିଶୋଧ କରି ଆଶ୍ୱସ୍ତି ଲଭିବେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ଦୂର ସ୍ଥାନ ଯିବାକୁ ମନ ବଳାଇ ପାରନ୍ତି।
ବିଛା
ବିଛା
ଗୁରୁକ୍ଷେତ୍ରସ୍ଥ ରାଶ୍ୟାଧିପ ଆରୋଗ୍ୟଲାଭ, ଚେଷ୍ଟା ସଫଳ ସାଙ୍ଗକୁ ଋଣସୂତ୍ରରେ ଅର୍ଥଲାଭ କରାଇପାରେ। ଗତକାଲିଠାରୁ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ। ଲେଖାପଢ଼ା, ସାହିତ୍ୟ, ସାମ୍ବାଦିକତା ଓ ଅଭିନୟରୁ ପ୍ରଶଂସା ପାଇବେ। ଗୃହସୀମାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।
ଧନୁ
ଧନୁ
ଏକାଧିକ ପାପଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟହାନି, କଳହ, ଧନକ୍ଷୟ ଓ ସମ୍ପର୍କ ନଷ୍ଟର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ବିରକ୍ତ ହେବା ଉଚିତ ହେବନାହିଁ। ନୂତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ପାରିବାରିକ ସମସ୍ୟାକୁ ସୁଧାରି ନେବେ ।
ମକର
ମକର
ଦ୍ୱାଦଶ ସ୍ଥାନରେ ଶୁକ୍ର ଅବସ୍ଥାନ କରିଥିବାରୁ ମଉଜ ମଜଲିସ୍‌ରେ ଦିନଟି କଟିବ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବ। ପରିବାରରେ ଛୋଟ କଥାଟିକୁ ଗୁରୁତ୍ୱ ନ ଦେବା କାରଣରୁ ଟେନ୍‌ସନ କମିଯିବ। ଆଲୋଚନା ପରିସରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ରାହୁଙ୍କ କୁପ୍ରଭାବରୁ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ପିଲାଙ୍କ ଶିକ୍ଷାକ୍ଷେତ୍ରରେ ସମସ୍ୟା କିମ୍ବା ସ୍ବାସ୍ଥ୍ୟହାନି କାରଣରୁ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। ଜମିଜମା ସମସ୍ୟା, ବ୍ୟବସାୟ କିମ୍ବା ପରିବହନରେ ଝଗଡ଼ା ଜଟିଳ ହେବ। ଖଳଲୋକମାନଙ୍କ ଶତ୍ରୁତା ହେତୁ ନିଜ ପରିସରରେ ସମାଲୋଚିତ ହୋଇପାରନ୍ତି ।
ମୀନମୀନ
ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପଡ଼ୋଶୀଙ୍କ ସହିତ ପିଲାମାନଙ୍କୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ସ୍ବାର୍ଥକୁ ଆଖିଆଗରେ ରଖି ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି। ଗୃହ କାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେବାର ସୂଚନା ରହିଛି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri