Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ
ଆଜି ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ସକାଳୁ ସକାଳୁ ଅର୍ଥ ଲାଭ ସଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ। ବନ୍ଧୁମାନଙ୍କ ସହ ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। କିନ୍ତୁ କୃତ୍ତିକା ନକ୍ଷତ୍ର ପାଇଁ ଗୃହ, ଭୂମି, ଗାଡିମୋଟର ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କା ମଧ୍ୟ ରହିଛି।
ବୃଷ
ବୃଷ

ଭାଗ୍ୟସ୍ଥାନକୁ ଶୁକ୍ର ଦେଖୁଥିବାରୁ ପୂର୍ବ ପରିକଳ୍ପିତ ନୂତନ ଗୃହ, ଅନୁଷ୍ଠାନ,ବାଣିଜ୍ୟାରମ୍ଭ କରିପାରନ୍ତି। ଘରେ କିମ୍ବା ଅଫିସ୍‌ରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ହଠାତ୍‌ ବାହାରକୁ ଯିବା ସମୟକୁ କୌଣସି ଦରକାରୀ କାଗଜ ପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି।

ମିଥୁନ
ମିଥୁନ
ମଙ୍ଗଳଙ୍କ ଦୃଷ୍ଟିରେ ବୁଧ ଥିବାରୁ ପାରିବାରିକ ଅସ୍ଥିରତାଜନିତ ମନ ଭଲ ରହିବ ନାହିଁ। ଅବଶ୍ୟ ବ୍ୟବସାୟିକ କ୍ଷେତ୍ରରେ ନିଜର ବୁଦ୍ଧିବଳ ଖଟାଇ ଅର୍ଥଲାଭ କରିବେ। ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
କର୍କଟ
କର୍କଟ
ଚତୁର୍ଥ ଏକାଦଶାଧିପ ରାଶିରେ ଥିବାରୁ ଚେଷ୍ଟା ସଫଳ ହେବାରେ କୌଣସି ଅସୁବିଧା ହେବନାହିଁ। ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ
କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ତୃତୀୟସ୍ଥ ବୁଧ ଷଷ୍ଠାଧିପତିଙ୍କ ଦୃଷ୍ଟିରେ ଥିବାରୁ ନିକଟସ୍ଥ ବ୍ୟକ୍ତି ବିଶେଷମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ, ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ। ରଚନାମତ୍କ କାମ, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ।
କନ୍ୟା
ମିତ୍ରକ୍ଷେତ୍ରସ୍ଥ ରାଶ୍ୟାଧିପ ହେତୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଗ୍ରହଣ କରି ଉପକୃତ ହେବେ। ଆଜି ଯେଉଁଠାରୁ ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି।
ତୁଳା
ତୁଳା
ଶୁକ୍ରଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହୋଇଯିବ। ଭୋଗବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ। ଅଫିସ ଭିତରେ କିମ୍ବା ଆଜିର ଫେରନ୍ତା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କଚେରି ମାମଲା ସକାଶେ ଚିନ୍ତା ବଢିପାରେ।
ବିଛା
ବିଛା
ଦ୍ୱାଦଶଭାବକୁ ମଙ୍ଗଳ ଦେଖୁଥିବାରୁ ଆଜି ସକାଳୁ ସକାଳୁ ଦୂରଯାତ୍ରା କରିବାକୁ ପଡିପାରେ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକଙ୍କର ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି।
ଧନୁ
ଧନୁ
ଆଜିର ଗ୍ରହଯୋଗରୁ ଦୀର୍ଘଦିନରୁ ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟ ସ୍ବଜନମାନଙ୍କ ଉପସ୍ଥିତି ଯୋଗୁଁ ଖୁସୀ ହେବେ। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପାରିବାରିକ ଭୁଲ୍‌ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ।
ମକର
ମକର

ରାହୁଙ୍କ ସ୍ଥିତି ସୁସମ୍ପର୍କରେ ଭୁଲ୍‌ ବୁଝାମଣା ଜନିତ ଫାଟ ସୃଷ୍ଟି କରିପାରେ। ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ। କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନିର୍ମାଣାଧୀନ କାମଟି ଆଜି ସମ୍ପୂର୍ଣ୍ଣ କରିପାରିବେ ନାହିଁ।

କୁମ୍ଭ
କୁମ୍ଭ
ଶୁଭଭାବରେ ଶୁକ୍ର ହେତୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବା ସହ ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିପାରନ୍ତି। ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କରନ୍ତୁ।
ମୀନମୀନ

ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ରେବତୀ ନକ୍ଷତ୍ର ସକାଶେ ବନ୍ଧୁ ସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri