Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୨୫ ତାରିଖ – Daily Horoscope

ମେଷ
ଆଜି ଆର୍ଥିକ ଉନ୍ନତି ଓ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ । ଭାଇ, ବନ୍ଧୁ ତଥା ପଡୋଶୀମାନଙ୍କ ସହ ସମତାଳ ଦେଇ ଚଳିବା ପାଇଁ ଚେଷ୍ଟାକଲେ ସୁଫଳ ମିଳିପାରିବ । ସହକର୍ମୀମାନଙ୍କ ସହ ବିଭିନ୍ନ ପ୍ରକାରର ଆଲୋଚନାରେ ସମୟ କଟାଇପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରି ଯିବା କାରଣରୁ ଖୁସୀ ରହିବେ ।
ବୃଷ
ବୃଷ
ହସଖୁସିରେ ବନ୍ଧୁ ଓ ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବେ । ପରିବାରରେ ବିଭିନ୍ନ ବ୍ୟୟ ବରାଦର ଭରଣା କରିବା ସକାଶେ ବ୍ୟସ୍ତତା ବଢିଯାଇପାରେ । ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଲାଗିରହିବ । ମହିଳାଙ୍କ ମନୋରଞ୍ଜନରେ ରୁଚି ବଳିବ ।
ମିଥୁନ
ମିଥୁନ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ପାଇବେ । ମାତ୍ର ଆକସ୍ମିକ ଭାବରେ ବ୍ୟୟ ବୃଦ୍ଧି ଯୋଗୁଁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟୀମାନେ କୌଶଳରେ କାର୍ଯ୍ୟ ହାସଲ କରିନେବେ ।
କର୍କଟ
କର୍କଟ
ଅଧିକାଂଶ ସମୟ ତର୍କ ବିତର୍କ କାରଣରୁ କର୍ମକ୍ଷେତ୍ରରେ ଅଶାନ୍ତ ରହିବେ । ସଭାସମିତି କିମ୍ବା ଅଫିସରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଶୁଭ ଖବର ଶୁଣି ଖୁସି ହେବେ ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉସତ୍।ହିତ ହେବେ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ ।
ସି˚ହ
ସି˚ହ
ପରିସ୍ଥିତିରେ ପଡି ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡିପାରେ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ପାଇବେ । ସ୍ତ୍ରୀଙ୍କ ସହ ମନାନ୍ତର କିମ୍ବା ବାଣିଜ୍ୟ,ବ୍ୟବସାୟରେ କ୍ଷତିର ସୂଚନା ରହିଛି ।
କନ୍ୟା
ପାରିବାରିକ ସମସ୍ୟା ନେଇ ମନରେ ଭାବପ୍ରବଣତା ସୃଷ୍ଟି ହେବ । ବାକ୍ ଅସଞ୍ଜମତା ଯୋଗୁଁ ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହୋଇପାରେ। ଅଫିସ୍ କାମରେ ନୀତି, ନିୟମରେ କାମ କରି ସମାଲୋଚିତ ହୋଇ ପାରନ୍ତି।
ତୁଳା
ତୁଳା
ନୂତନ ପରିବେଶ ଓ ପାରିପାର୍ଶ୍ୱିକ ସ୍ଥିତିର ପରିବର୍ତ୍ତନ ମନକୁ ସାମୟିକ ସରସ ସୁନ୍ଦର କରିବ। ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟରେ ଅଭୂତପୂର୍ବ ସଫଳତା ପାଇବେ । ମାଲିମକଦ୍ଦମାରେ ଆପୋଷ ଓ ସଭାସମିତିରେ ଆଲୋଚନା ଦ୍ୱାରା ସରଳ ସମାଧାନ ହୋଇଯିବ ।
ବିଛା
ବିଛା
ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ ଓ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିଯିବ । ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ। ଅନୁରାଧା ନକ୍ଷତ୍ରର ଈର୍ଷା ପରାୟଣତା ହେତୁ ଓ କଠୋର ବାକ୍ୟାଳାପ କାରଣରୁ ନିଜଲୋକଙ୍କଠାରୁ ଆସ୍ଥା ହରାଇ ବସିପାରନ୍ତି । କଳା ଓ କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ ।
ଧନୁ
ଧନୁ
ପୂର୍ବ ସମସ୍ୟା ଦୂରେଇ ଯାଇ ଥିବାରୁ ମନ ଏକପ୍ରକାର ହାଲୁକା ରହିବ । କିନ୍ତୁ କେତେକ ଘଟଣାରେ ଠିକ୍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ । ବହୁତ ଦିନରୁ ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍ଯୋଗ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡିବେ ।
ମକର
ମକର
ସତର୍କତାର ସହ କାମ ନ କଲେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିବେ । ଆର୍ଥିକ ଅଭିବୃଦ୍ଧି ପାଇଁ ଚେଷ୍ଟା କରି ସଫଳ ହେବେ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ମହିଳାମାନେ ନିଜ ଲୋକଙ୍କଠାରୁ ସମ୍ପର୍କ ହରାଇବେ ।
କୁମ୍ଭ
କୁମ୍ଭ
ପ୍ରାତଃ ଭ୍ରମଣ ସକାଶେ ମନ ବଳାଇ ଦୂର ସ୍ଥାନକୁ ଯାତ୍ର କରିପାରନ୍ତି । ଦୀର୍ଘ ସମୟରୁ ପ୍ରତୀକ୍ଷା କରି ପରିଶେଷରେ ପଡୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ପୁତ୍ରକନ୍ୟାଙ୍କ ଯୋଗୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ ।
ମୀନମୀନ
ନିୟମାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ । କ୍ରୀଡା, ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜିିବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri