Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୩ ତାରିଖ – Daily Horoscope

ମେଷ
ବିଭିନ୍ନ ସମସ୍ୟାରେ ଜଡ଼ିତ ରହିଲେ ମଧ୍ୟ ଆନନ୍ଦର ଅନୁଭୂତି ଲାଭ କରିବେ । ବନ୍ଧୁଙ୍କ ସାହାଯ୍ୟରୁ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଓ ପାରିବାରିକ ସମସ୍ୟା ସମାଧାନ ହେବ । ଅର୍ଥ, ପ୍ରଶାସନ, ଆଇନ, ସଭା ସମିତି, ଆନୁଷ୍ଠାନିକ କାମ ଓ ବନ୍ଧୁ ମିଳନ ହେତୁ ଖୁସି ରହିବେ । ମନ ପସନ୍ଦର ଜିନିଷ ପାଇ ଆନନ୍ଦ ଅନୁଭବ କରିପାରନ୍ତି ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବ ନାହିଁ । ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇଲେ ମଧ୍ୟ କର୍ମକ୍ଷେତ୍ରରେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ବ୍ୟବସାୟିକ ସଫଳତା ମିଳିବ ଓ କଳା ସାହିତ୍ୟରେ ପ୍ରଶଂସିତ ହେବେ । ଦୀର୍ଘ ଦିନରୁ ରହିଥିବା ବିବାଦୀୟ ଘଟଣାର ଅବସାନ ଘଟିବ ।
ମିଥୁନ
ମିଥୁନ
ବନ୍ଧୁମାନଙ୍କ ଅନୁରୋଧ କ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପଡିବେ । ମିଠା କଥା କହି ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ । ଆତ୍ମୀୟମାନେ ଅସହଯୋଗ କରିପାରନ୍ତି, ଯାହା କି ସାମୟିକ ସମସ୍ୟା ସୃଷ୍ଟି କରିପାରେ।
କର୍କଟ
କର୍କଟ
ଆପଣଙ୍କ ମୂଳ ଉଦ୍ଦେଶ୍ୟକୁ ନ ବୁଝି ନ ଶୁଝି କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ । କିନ୍ତୁ କାର୍ଯ୍ୟକଳାପରେ କିଛି ତ୍ରୁଟିବିଚ୍ୟୁତି କାରଣରୁ ଲଘୁକ୍ରୋଧ ସମ୍ପର୍କ ହାନି କରିବ । ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ ।
ସି˚ହ
ସି˚ହ
ଅଧିକାଂଶ ସମୟରେ ମାନସିକ ଦୁଶ୍ଚିନ୍ତା ମନକୁ କବଳିତ କରି ରଖିବ । ବିଭିନ୍ନ ଯୋଜନା ସମ୍ପର୍କୀୟ ଆଲୋଚନା, ଜମିଜମା କାରବାର ସକାଶେ ବ୍ୟସ୍ତତା ବଢିଯିବ । ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
କନ୍ୟା
ଆଜି ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ ମାନସିକ ଅସ୍ଥିରତାର କାରଣ ପାଲଟିବ । କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିବାରୁ ମନ ଭଲ ରହିବ ନାହିଁ । ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଭଲ ସମ୍ପର୍କ ରହିଥିବା ଆତ୍ମୀୟଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ ।
ତୁଳା
ତୁଳା
ନୂତନ ବନ୍ଧୁତ୍ୱ ଡୋରିରେ ବାନ୍ଧିହୋଇ ଜୀବନର ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିପାରନ୍ତି । ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପାରସ୍ପରିକ ଆଲୋଚନା କରିବା ଭଲ ହେବ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ସ୍ଥିରୀକୃତ ଗସ୍ତ କାର୍ଯ୍ୟକ୍ରମ ଆକସ୍ମିକ ଭାବେ ବାତିଲ ହୋଇପାରେ ।
ବିଛା
ବିଛା
ଏକାଧିକ କାମ ହାତକୁ ନେଇ କୌଣସିଟିକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ । ଜମିଜମା କିମ୍ବା ଗୃହସୀମା ବିବାଦରୁ ସହସା ମୁକ୍ତି ମିଳିବ । ଆନୁଷ୍ଠାନିକ କାମରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡିପାରେ ।
ଧନୁ
ଧନୁ
ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ମାନସିକ ସ୍ଥିରତା ରକ୍ଷା କରିବାରେ ସମର୍ଥ ହେବ । ନିଜର ପୂର୍ବ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ବଦଳାଇବାକୁ ବାଧ୍ୟ ହୋଇପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ ।
ମକର
ମକର
ବୈଷୟିକ ଉନ୍ନତି ସଙ୍ଗକୁ ଆଜି ଦିନରେ ଯେଉଁ କାମରେ ହାତ ଦେବେ ସଫଳତା ପାଇବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମିତ୍ରଭଳି ଆଚରଣ କରିପାରନ୍ତି। ପ୍ରତ୍ୟୁଷ ଯାତ୍ରା, ଆଇନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଶିଳ୍ପ, ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେଇପାରେ ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ ନ ଚଳିଲେ ନିନ୍ଦା, ଅପମାନ ପାଇପାରନ୍ତି । ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ ।
ମୀନମୀନ
ଆପଣ ଯେଉଁ ଜିନିଷଟିକୁ ପାଇବାକୁ ଇଚ୍ଛା କରିଛନ୍ତି ତାହା ବିଳମ୍ବରେ ପାଇବେ । କର୍ମକ୍ଷେତ୍ରରେ ଟେନସନ୍ କମିଯିବ। ସହଯୋଗ ଭିତିରେ କାମ କଲେ ଉପକୃତ ହେବ । ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ନିକଟ ସମ୍ପର୍କୀୟଙ୍କ ଦ୍ୱାରା ମାନସିକ ଅଶାନ୍ତି ଦେଖାଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri