Posted inRasifala

ରାଶିଫଳ: ସୋମବାର , ନଭେମ୍ବର ୧୩ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଅର୍ଥଲାଭ, ଶାରୀରିକ ସୁସ୍ଥତା ସାଙ୍ଗକୁ ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ଅନୁରୋଧକ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ଅଟକି ରହିଯାଇଥିବା କାମ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। ପ୍ରଶାସନିକ, ସଭାସମିତି, ରାଜନୀତି ଓ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଭୁଲ୍‌ ବୁଝାମଣାବଶତଃ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ଆଜି ସକାଳୁ ସକାଳୁ ଭାବୁଥିବେ ଗୋଟିଏ କଥା କିନ୍ତୁ କଲାବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟହେବେ। କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ବିଳମ୍ବରେ ପାଇବେ। ଯାନବାହନରେ ସତର୍କତା ଅବଲମ୍ବନ ନ କଲେ ସମସ୍ୟା ଭୋଗିବେ। ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ବନ୍ଧୁ ସମ୍ପର୍କରେ, ଲେଖାପଢ଼ାରେ, ଆଲୋଚନା ତଥା ଚୁକ୍ତିପତ୍ର ସମ୍ପାଦନାରେ ସଫଳତା ହାସଲ କରିବେ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ ନିମନ୍ତ୍ରଣ ପାଇ ଆନୁଷ୍ଠାନିକ କାମରେ ସହଯୋଗ କରି ଖୁସି ରହିବେ। ସମ୍ପର୍କୀୟମାନଙ୍କ ସହ ମିତ୍ରତା ସୃଷ୍ଟି ହେବ।
ସି˚ହ
ସି˚ହ
ଆର୍ଥତ୍କ ଉନ୍ନତି ସାଙ୍ଗକୁ ସରଳ, ସୁନ୍ଦର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗକରି କାର୍ଯ୍ୟ ସାଧନ କରିପାରନ୍ତି। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢ଼ିଯାଇପାରେ।
କନ୍ୟା
ଆର୍ଥତ୍କ ସମସ୍ୟା ବୃଦ୍ଧି କାରଣରୁ କୌଣସି କାମରେ ଉତ୍ସାହିତ ହୋଇପାରିବେ ନାହିଁ। ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ। ପରକଥାରେ ପଡ଼ି ଭୁଲ୍‌ ମାର୍ଗ ଅନୁସରଣ କରି ଅନୁତାପ କରିବାକୁ ପଡ଼ିପାରେ। ଅନ୍ୟମନସ୍କତା କାରଣରୁ ଦରକାରୀ କାଗଜପତ୍ର ହଜିଯିବା କିମ୍ବା ଧନହାନି ଘଟିପାରେ।
ତୁଳା
ତୁଳା
ଆଶା ଓ ଆଶଙ୍କା ମଧ୍ୟରେ ଚଳିବା ହେତୁ ଟେନ୍‌ସନ ଲାଗିରହିବ ଏବଂ କୌଣସି କଥାରେ ଶାନ୍ତି ଓ ସନ୍ତୋଷ ଆସିବ ନାହିଁ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗିରହିବ। କିନ୍ତୁ ସାମାଜିକ ସ୍ତର, କଳା ସାହିତ୍ୟ, ପ୍ରତିଯୋଗିତାରେ ସଫଳତା ହାସଲ କରିବେ।
ବିଛା
ବିଛା
ଆଜି ବିବାଦୀୟ ପରିସରରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ଆଶଙ୍କାକୁ ଏଡ଼ିହେବ ନାହିଁ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କୁ ଅନୁନୟ ବିନୟ କରିବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ଆଜି କଠୋର କଥା କହିବା କାରଣରୁ ପରିବାରରେ କଳହ ଦେଖାଦେଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କ୍ରମରେ ଅଫିସ୍‌ କାମରେ ମଧ୍ୟ ବିତର୍କର ଆଶଙ୍କା ରହିଛି। ରାଜନୀତି, ରଚନାମତ୍କ କାମ, କଳା, ସାହିତ୍ୟରେ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋଷ ସମାଧାନ ଘଟିବାର ଆଶା ମଉଳିଯିବ।
ମକର
ମକର
ଆଜିର ଯାତ୍ରା ଫଳପ୍ରଦ ହେବ ଏବଂ ବନ୍ଧୁମିଳନଜନିତ ସାମୟିକ ଆନନ୍ଦ ଅନୁଭବ କରିବେ। ଧନିଷ୍ଠାର କିନ୍ତୁ ପାରିବାରିକ ଅଶାନ୍ତି ଲାଗି ରହିବା କାରଣରୁ ମାନସିକ ସ୍ବାସ୍ଥ୍ୟ ବିଶେଷ ଭଲ ରହି ନ ପାରେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ସରକାରୀ ସ୍ତରରୁ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକ ସମ୍ପନ୍ନ ହେବାରେ ବହୁତ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ। ଦୀର୍ଘଦିନରୁ ପଡ଼ିରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ।
ମୀନମୀନ

ଆଜି ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ଭାବେ ସଫଳତା ପାଇପାରିବେ। ଅର୍ଥ ସମ୍ପର୍କକୁ ନେଇ କୌଣସି ବନ୍ଧୁଙ୍କ ସହ ବିବାଦଗ୍ରସ୍ତ ହେବେ ଓ ତିକ୍ତତା ସୃଷ୍ଟିହେବାର ସମ୍ଭାବନା ରହିଛି। ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?