Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ
ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ ସନ୍ତୋଷଜନକ ରହିବା ସହ ବନ୍ଧୁବତ୍ସଳ ହେବେ। ପରିବାରର ନିର୍ଦ୍ଦେଶକ୍ରମେ ବସ୍ତ୍ରାଳଙ୍କାରାଦି କ୍ରୟ କରିପାରନ୍ତି।
ବୃଷ
ବୃଷ
ବୁଧ ଓ ବୃହସ୍ପତିଙ୍କ ଷଡ଼ାଷ୍ଟକ ଯୋଗ ପ୍ରଭାବରେ ଅର୍ଥକୁ କେନ୍ଦ୍ରକରି କଳହ ଲାଗିପାରେ। ପିଲାଙ୍କ ଉନ୍ନତ କାର୍ଯ୍ୟକଳାପ ପାଇଁ ଗୌରବାନ୍ବିତ ହେବେ। କର୍ମକ୍ଷେତ୍ର, ଯାନବାହନ, ଦୋକାନ ବାଡ଼ି, ସଭା ସମିତିରେ ଟେନ୍‌ସନ ଲାଗିରହିବ । ଅତି ନିକଟରେ ରହି ଆତ୍ମୀୟତା ଦେଖାଉଥିବା ଲୋକମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି।
ମିଥୁନ
ମିଥୁନ
ରାଶିରେ ବୃହସ୍ପତି ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ଥିବାରୁ ସମସ୍ୟାଜନିତ ଅସ୍ଥିରତା ଦେଖାଦେବ। ପାରିବାରିକ ଦିଗଟି ଭଲ ରହିବା ସାଙ୍ଗକୁ ବ୍ୟବସାୟିକ ସ୍ଥିତି ମଧ୍ୟ ମନ୍ଦ ହେବନାହିଁ। କୌଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧ୍ୟକତାରେ ଦୂରଯାତ୍ରାରୁ ଦୂରେଇ ରହିବା ଭଲ। ଅଫିସ୍‌ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିପାରେ।
କର୍କଟ
କର୍କଟ
ଏକାଧିକ ଗ୍ରହ ସହ ରାଶ୍ୟାଧିପ ଷଷ୍ଠସ୍ଥ ରହିଥିବାରୁ କର୍ମକ୍ଷେତ୍ରରେ ସ୍ଥାନାନ୍ତର ସୂଚନା ରହିଛି। ବନ୍ଧୁଗହଣରେ ଯୁକ୍ତିଯୁକ୍ତ କଥା କହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ। ଟଙ୍କାପଇସା କ୍ଷେତ୍ରରେ ସତର୍କ ନ ରହିଲେ ଅନୁତାପ କରିପାରନ୍ତି। ପାରିବାରିକ କ୍ଷେତ୍ର, ଯାନବାହନ, ଦୋକାନବାଡ଼ି ପ୍ରଭୃତିରେ ସମସ୍ୟା ଦେଖାଦେବ।
ସି˚ହ
ସି˚ହ
ଏକାଧିକ ଗ୍ରହଙ୍କ ସହ ରବି ଥିବା ହେତୁ ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରହି ନ ପାରେ। ଲୋଭ ଏବଂ ସନ୍ଦେହ ପାରିପାର୍ଶ୍ୱିକ ପରିସ୍ଥିତିକୁ ଅସ୍ବାଭାବିକ କରିପାରେ। ଅପରାହ୍ନେ ବନ୍ଧୁଙ୍କ ଅଯାଚିତ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଅପରିବହନ, ବ୍ୟବସାୟ ଓ ପ୍ରଶାସନିକ ସ୍ତରରେ ଆଶାନୁଯାୟୀ ଫଳ ପାଇବେ।
କନ୍ୟା
ଭାଗ୍ୟସ୍ଥାନକୁ ବୁଧ ଦେଖୁଥିବାରୁ ଆଜିର ସବୁ କାମ ବନ୍ଧୁଙ୍କ ସାହାଯ୍ୟରେ ସମ୍ପନ୍ନ ହେବ। ଶତ୍ରୁତାର ଅବସାନ ଘଟିବ, ରୋଗପୀଡ଼ା ଉପଶମ ହେବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ସାଙ୍ଗଠନିକ କାମ, ରାଜନୀତି ଓ ସଭା ସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ।
ତୁଳା
ତୁଳା
ଆଜି ଶୁକ୍ରଙ୍କ ପ୍ରଭାବରୁ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ। ସନ୍ତାନଙ୍କ ଉନ୍ନତି, ଶିକ୍ଷା, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇବେ। ସାହିତ୍ୟସଭା, ଆନୁଷ୍ଠାନିକ କାମ, ରାଜନୈତିକ ସଙ୍ଗଠନ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ପ୍ରଶାସନ, ଅନୁସନ୍ଧାନ, କୃଷି, ବାଣିଜ୍ୟରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
କର୍ମ ସ୍ଥାନରେ ଭାଗ୍ୟାଧିପ ଅବସ୍ଥାନ କରି ଅଭିଳାଷ ପୂରଣ କରିବାରେ ତପତ୍ରତା ପ୍ରକାଶ କରିବେ। ଶିଳ୍ପ, ବାଣିଜ୍ୟରେ ମାଲ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅଫିସ୍‌ରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ; କିନ୍ତୁ ସମୟାନ୍ତରେ ସମାଧାନ ହୋଇଯିବ। ପାରିବାରିକ ଜୀବନ ଉତ୍ତମ ବୁଝାମଣାଜନିତ ସୁଖ ସନ୍ତୋଷ ପାଇପାରିବେ।
ଧନୁ
ଧନୁ
ରାଶିରେ ଚତୁଃଗ୍ରହ ଯୋଗ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଯାହା ଭାବୁଛନ୍ତି ଶୀଘ୍ର କରିବା ଭଲ ହେବ, ନତୁବା ପରକ୍ଷଣରେ ପରିସ୍ଥିତି ବଦଳି ଯାଇପାରେ। ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଗଲେ ପରେ ପସ୍ତେଇବେ। ଶିଳ୍ପ, ବାଣିଜ୍ୟ, ରାଜନୀତି, ପରିବହନ ଓ ଆଇନ କ୍ଷେତ୍ରରୁ ଉଚ୍ଚ ଫଳ ପାଇବେ।
ମକର
ମକର
ରାଶିରେ ଶୁକ୍ର ରହିଥିବାରୁ ଭୋଗବିଳାସ ପ୍ରତି ଆକର୍ଷିତ ହେବେ। ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି। ଆଜି ବ୍ୟବସାୟୀମାନେ ଭଲ ବ୍ୟବସାୟ ହେବା କାରଣରୁ ଖୁସି ରହିବେ। ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
ବୁଧ ପ୍ରଭାବରେ କର୍ମକ୍ଷେତ୍ରର ବିବଦମାନ ସ୍ଥିତି ସମାଧାନ ଦିଗକୁ ଗତି କରିବ। ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅର୍ଥ ଅପରିହାର୍ଯ୍ୟ ହୋଇପାରେ। ସକାଳୁ ସକାଳୁ ମାଙ୍ଗଳିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗ ସକାଶେ ଖିଆପିଆ ଛାଡି ବୁଲିବେ। ପରିସ୍ଥିତିକୁ ଆଖି ଆଗରେ ରଖି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିପାରିଲେ କାର୍ଯ୍ୟ ସାଧନ କରିପାରିବେ।
ମୀନମୀନ
ଆଜିର ଗ୍ରହସ୍ଥିତିରୁ ମନ ଭୁଲାଣିଆ କଥାରେ ଶତ୍ରୁମାନେ ମଧ୍ୟ ମିତ୍ର ପାଲଟିଯିବେ। କିନ୍ତୁ ଭାବପ୍ରବଣବଶତଃ ନିଜର ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନ ହାନି ଘଟିପାରେ। ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ ସ୍ଥିରତା ଫେରିବ। ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?