Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ
ଅଶ୍ୱିନୀ ନକ୍ଷତ୍ର ଭାବପ୍ରବଣତାରେ ବାସ୍ତବତା ଅପେକ୍ଷା କଳ୍ପନାରେ ଆନନ୍ଦ ଅନୁଭବ କରିବେ। ରବିବାରର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନ୍‌ସନ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଦେଖାଦେଇପାରେ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିପାରିଲେ ସମାଲୋଚନାରୁ ରକ୍ଷାପାଇବେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ବନ୍ଧୁଙ୍କ ଗହଣରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅପଚେଷ୍ଟା କରି ଧରାପଡ଼ିଯିବେ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ର ପରିସ୍ଥିତିକୁ ଆଖି ଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବେ। ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ସ୍ଥିତି ଅନୁକୂଳ ହୋଇପାରେ। କୌଣସି ଦୂରାଗତ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି।
କର୍କଟ
କର୍କଟ
ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ, କିନ୍ତୁ କର୍ମକ୍ଷେତ୍ର ସନ୍ତୋଷଜନକ ରହି ନ ପାରେ। ଅଶ୍ଳେଷା ନକ୍ଷତ୍ରର ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଭୁଲ୍‌ ବୁଝାମଣା ଓ ସନ୍ଦେହଜନିତ ପାରିବାରିିକ ସମସ୍ୟା ଗୁରୁତର ହୋଇପାରେ।
ସି˚ହ
ସି˚ହ
ଦୀର୍ଘଦିନ ହେଲା ଯେତେ ଚେଷ୍ଟାକଲେ ମଧ୍ୟ ଆର୍ଥିକ ସ୍ବଚ୍ଛଳତା ନ ରହିବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ଯାହା କଲେ ମଧ୍ୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ। ବ୍ୟବସାୟରେ ଲାଭର ମାତ୍ରା ବଢ଼ିବ ନାହିଁ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସକାଶେ ହିତୈଷୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କନ୍ୟା
ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁମାନେ ସହଯୋଗର ପ୍ରତିଶ୍ରୁତି ଦେବେ, କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିବେ। ଆମତ୍ୀୟଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ବଢ଼ିପାରେ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ହସ୍ତା ନକ୍ଷତ୍ର ଆଇନ ଅଦାଲତରୁ ସୁଫଳ ପାଇ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ସ୍ବାତୀ ନକ୍ଷତ୍ର ସଭାସମିତିରେ ଯୋଗଦେଇ ଲାଭବାନ୍‌ ହେବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ହଠାତ୍‌ ବହୁ ଟଙ୍କା ଖର୍ଚ୍ଚକରିବା କାରଣରୁ ଦୁଃଖିତ ହେବେ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ପାଇଁ ଅବହେଳାରୁ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ। ମନକଥା ମନରେ ମାରି ରହିବେ, ମୁହଁ ଖୋଲିବାର ରାସ୍ତା ପାଇବେ ନାହିଁ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ଏବଂ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ଧନୁ
ଧନୁ
ଆଜି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ଏବଂ ଅର୍ଥ ସଂଗ୍ରହରେ ତପତ୍ର ହୋଇ ସଫଳତା ପାଇବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ତଥାପି ପଛକୁ ଫେରିବାର ଉପାୟ ନ ଥିବ। ମୂଳା ନକ୍ଷତ୍ର ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇପାରନ୍ତି।
ମକର
ମକର
ଆଜି ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟାକଲେ ମଧ୍ୟ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ମନୋରଞ୍ଜନ ସକାଶେ ମନ ବଳାଇବେ, କିନ୍ତୁ ଆର୍ଥିକ ଦୁରବସ୍ଥା ତାହା କରାଇ ଦେବ ନାହିଁ। ଧନିଷ୍ଠା ନକ୍ଷତ୍ର ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ।
କୁମ୍ଭ
କୁମ୍ଭ
ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ, କିନ୍ତୁ ସାମାନ୍ୟ ବିଳମ୍ବରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇପାରନ୍ତି। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ଫଳତଃ ସ୍ବାସ୍ଥ୍ୟହାନିର ଆଶଙ୍କା ରହିବ। ଶତଭିଷା ନକ୍ଷତ୍ର ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
ମୀନମୀନ

ସମସ୍ତ ସୁବିଧା ଥାଇ ମଧ୍ୟ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଉତ୍ତରଭାଦ୍ରପଦ ନକ୍ଷତ୍ର ହଜିଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ, କିନ୍ତୁ ଅର୍ଥାଭାବ ଓ ପାରିବାରିକ ସମସ୍ୟା ହେତୁ ଉଦାସୀନ ରହିବେ। ଜମିଜମା କାରବାର, ଆଲୋଚନା, ସଭାସମିତି, କଳା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri