Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ
ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା, ପିଲାଙ୍କ ସମ୍ପର୍କରେ ଚିନ୍ତିତ ରହିବେ। ଯେଉଁ କାମ କରନ୍ତୁନା କାହିଁକି ଠିକ୍‌ ସମୟରେ ସରିବା କଷ୍ଟକର ହେବ। ପରିବାର ହେଉ କିମ୍ବା କର୍ମକ୍ଷେତ୍ର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ। ବାଣିଜ୍ୟ, ନିର୍ମାଣ, ପରିବହନ, ବ୍ୟବସାୟିକସ୍ଥିତି ପ୍ରାୟତଃ ହାଲୁକା ରହିବ।
ବୃଷ
ବୃଷ
ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟାରମ୍ଭ, ଆଲୋଚନା, ବନ୍ଧୁ ମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି କରିବ। ଅନୁକୂଳ ପରିବେଶ କାମ ହାସଲ ପାଇଁ ଖୋରାକ ଯୋଗାଇବ। କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା, ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ। ପାରିବାରିକ ସମ୍ପର୍କ, ପରିବହନରେ ସମସ୍ୟା, ପରୋକ୍ଷ ଶତ୍ରୁତା ହେତୁ ଚିନ୍ତାରେ ରହିବେ।
ମିଥୁନ
ମିଥୁନ
ଆଜି ହାତରୁ ଖର୍ଚ୍ଚ କରି ଅନ୍ୟକୁ ଖୁଆଇ ପିଆଇ ସବୁଠି ଆଦର ପାଇବେ। ଫେରି ଯାଇଥିବା ବନ୍ଧୁ ଘରକୁ ଲେଉଟି ଆସିବାରୁ ଖୁସି ହେବେ ନାହିଁ। ବାକି ଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ। ରାସ୍ତାରେ ଯିବା ସମୟରେ କୌଣସି ଅଜଣା ଲୋକ ସହ ବାକ୍‌ ବିତଣ୍ଡା ସୃଷ୍ଟି ହେବ।
କର୍କଟ
କର୍କଟ
ଉପକୃତ ହୋଇଥିବା ବ୍ୟକ୍ତିଙ୍କ ବେଖାତିର ମନୋଭାବ ହେତୁ ଟିକିଏ କଥାରେ ରାଗିପାରନ୍ତି। କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ। ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ପ୍ରତି ଜଗି ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ। ବନ୍ଧୁଙ୍କଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ। ହଜି ଯାଇଥିବା ଜିନିଷ ପୁଣି ଫେରି ପାଇବେ। ଅବଶ୍ୟ କିଛି ସମୟ ହଇରାଣ ହେବାକୁ ପଡ଼ିବ। ପରିବହନ, ବ୍ୟବସାୟ, ନିର୍ମାଣ, ସଂଗଠନ ଓ ରାଜନୀତି ପାଇଁ ଦିନଟି ମନ୍ଦ ନୁହେଁ।
କନ୍ୟା
ଆକସ୍ମିକ ଭାବରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ; ଯାହା କି ସମସ୍ୟା ସୃଷ୍ଟି କରିପାରେ। ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ବାଣିଜ୍ୟ, ପରିବହନ, ଲୋକ ସମ୍ପର୍କ, ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ।
ତୁଳା
ତୁଳା
ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡରେ ତକଲିଫ୍‌ ହୋଇପାରେ। ଗାଡ଼ି, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର, ପୋଷାକପତ୍ର କିଣିବାକୁ ମନବଳାଇ ପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ପାଉଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବ, ଫଳରେ ମନରେ ସରସତା ରହିବ ନାହିଁ।
ବିଛା
ବିଛା
ଆଜି ହଠାତ୍‌ କିଛି ନୂଆ କାମ କରିବାକୁ ମନ ବଳିବ। ଏଥିପାଇଁ ଆନୁଷଙ୍ଗିକ ସାହାଯ୍ୟ ମଧ୍ୟ ପାଇଯିବେ। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଆଜି ହିଁ ଯୋଗାଯୋଗ କରନ୍ତୁ, ଅବଶ୍ୟ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ବ୍ୟବସାୟ, ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ଆନୁଷ୍ଠାନିକ ଆଲୋଚନାକୁ ପୂରା କରିବେ।
ଧନୁ
ଧନୁ
ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମନା କରିବାକୁ ପଡ଼ିବ। ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ ଦୂର ହେବ। ଆଶା ପୂରଣ ହେବା ମାନସରେ ଅନ୍ୟର ପ୍ରହେଳିକାପୂର୍ଣ୍ଣ କଥାରେ ପଡ଼ି ପଛରେ ଦୌଡ଼ିପାରନ୍ତି।
ମକର
ମକର
ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ। ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁଁ ମଉଜ ମଜଲିସ୍‌ରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। କଳା, ସାହିତ୍ୟ, କ୍ରୀଡାଦି ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ।
କୁମ୍ଭ
କୁମ୍ଭ
ନିଜର ଅବହେଳା ଯୋଗୁଁ କେତେକ କାମରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ କ୍ଷେତ୍ରରେ ପରିସ୍ଥିତି ଶାନ୍ତ ରହିବ। ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା, ଅନୁସନ୍ଧାନରେ ଆଶାନୁଯାୟୀ ଫଳ ପାଇବେ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବିଭିନ୍ନ ପ୍ରକାରର କଟୁ ମନ୍ତବ୍ୟ ଦେଇପାରନ୍ତି।
ମୀନମୀନ
ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବାଣିଜ୍ୟ, ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡା ଲାଗିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri