Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ
ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି ପ୍ରଭୃତି କ୍ରୟ ବିକ୍ରୟ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।
ବୃଷ
ବୃଷ
ଆପଣଙ୍କ ଉତ୍ତମ ଚିନ୍ତାଧାରା ଓ ସୁସଂଯତ କାର୍ଯ୍ୟଶୈଳୀ ଯୋଗୁ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। ପରିବାର ସଦସ୍ୟଙ୍କ ନିକଟରେ ମନର ଦୁଃଖକୁ ଲୁଚାଇ ହସି ହସି କଥା କହିବାକୁ ବାଧ୍ୟ ହେବେ। ଗତକାଲିଠାରୁ ଭାବୁଥିବା କାମଟି ଆଜି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ମୃଗଶିରା ନକ୍ଷତ୍ର ପରିବହନ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ପୃଷ୍ଠପୋଷକତା ଲାଭକରି ଅଭିଳାଷ ପୂରଣ କରିପାରିବେ। ଆର୍ଥିକ ଅଭିବୃଦ୍ଧି ଘଟିଲେ ମଧ୍ୟ କେତେକ କ୍ଷେତ୍ରରେ ପରିସ୍ଥିତି ଆପଣଙ୍କୁ ଯେସାକୁ ତେସା ନୀତିରେ କାମ କରିବାକୁ ବାଧ୍ୟ କରିପାରେ। ପୁନର୍ବସୁ ନକ୍ଷତ୍ରକୁ ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଚଳିବାକୁ ପଡ଼ିବ।
କର୍କଟ
କର୍କଟ
ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ପରିଶ୍ରମଜନିତ ସ୍ବାସ୍ଥ୍ୟ ହାନି ଘଟିପାରେ। ପାରିବାରିକ ସ୍ଥିତି ଭଲ ରହିବା ସହ ସାମାଜିକ ସ୍ତରରେ ଆଦର ପାଇବେ। ଆଲୋଚନା ସମୟରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ସାହିତ୍ୟକୃତି ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ଏବଂ ଆନୁଷ୍ଠାନିକ କାମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଆର୍ଥିକ ସ୍ବଚ୍ଛଳତା ରହିବାରୁ ମାନସିକ ସ୍ଥିରତା ଆସିବ। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି ନ ଚଳିଲେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବନ୍ଧୁଙ୍କ ପ୍ରରୋଚନାରେ ଧର୍ମଚର୍ଚ୍ଚା ପ୍ରତି ମନ ବଳିବାର ଶୁଭସୂଚନା ରହିଛି। ଉତ୍ତରାଫାଲଗୁନୀ ନକ୍ଷତ୍ର ଭୁଲ୍‌ବୁଝାମଣା କାରଣରୁ ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ହସ୍ତା ନକ୍ଷତ୍ରର ପାରିବାରିକ ଜୀବନରେ ଉଚିତ ବୁଝାମଣା ହେତୁ ସମସ୍ୟା ନିୟନ୍ତ୍ରିତ ରହିପାରେ। ବନ୍ଧୁମାନେ ସହଯୋଗର ପ୍ରତିଶ୍ରୁତି ଦେଇ କାମ ବେଳକୁ ଦେଖାଦେବେ ନାହିଁ। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ଦୀର୍ଘ ଦିନର ସମସ୍ୟା ସମାଧାନ ହେବ। ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଯୋଗୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ।
ତୁଳା
ତୁଳା
ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ଲକ୍ଷ୍ୟ କରିପାରନ୍ତି। ବିଶାଖା ନକ୍ଷତ୍ର ସଭାସମିତିରେ ବନ୍ଧୁ ଗହଣରେ ସହମତିରେ କାମ କଲେ ଲକ୍ଷ୍ୟ ହାସଲ କରିବେ। ଇଚ୍ଛା ନଥିଲେ ମଧ୍ୟ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ପରିବହନ, ବ୍ୟବସାୟ ତଥା ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ହେତୁ ସାମୟିକ ଆନନ୍ଦ ମିଳିବ।
ବିଛା
ବିଛା
ସମୟୋଚିତ ପଦକ୍ଷେପ ଅଭାବରୁ ହାତ ମୁଠାରୁ ସୁ୍‌ଯୋଗ ଖସିଯାଇପାରେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଅନୁରାଧା ନକ୍ଷତ୍ର ନିଜ ପରିସରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ଅଭାବ ନ ଥିଲେ ମଧ୍ୟ ଆବଶ୍ୟକତା ପୂରଣ ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ।
ଧନୁ
ଧନୁ
ପୂର୍ବାପେକ୍ଷା ମାନସିକ ଶାନ୍ତିର ଅଭାବ ପରିଲକ୍ଷିତ ହେବ। କର୍ମ ଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ଆଶଙ୍କା ରହିଛି। ପୂର୍ବାଷାଢ଼ା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ସରକାରୀ କାମ ଓ କଚେରି ମାମଲାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।
ମକର
ମକର
ମନ ଚାହୁଁଥିଲେ ହେଁ ଆନ୍ତରିକ ଚେଷ୍ଟାର ଅଭାବ ଲକ୍ଷ୍ୟ ପୂରଣରେ ଅନ୍ତରାୟ ସୃଷ୍ଟି କରିବ। ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବ। ପରିବାରରେ, ବନ୍ଧୁମେଳରେ ତଥା କର୍ମକ୍ଷେତ୍ରରେ ଶ୍ରବଣା କୃତକାର୍ଯ୍ୟ ହେବେ। ଧନିଷ୍ଠା ନକ୍ଷତ୍ର ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରି ମୂଳ ଲକ୍ଷ୍ୟକୁ ପାସୋରି ଦେଇପାରନ୍ତି।
କୁମ୍ଭ
କୁମ୍ଭ
ଅନୁକୂଳ ଗ୍ରହ ପ୍ରଭାବରେ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ। ଶତଭିଷା ନକ୍ଷତ୍ର ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଅତିରିକ୍ତ ଭ୍ରମଣ ହେତୁକ ସନ୍ଧ୍ୟାରେ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ସାମାନ୍ୟ ବିଳମ୍ବ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ଆଶଙ୍କା ରହିଛି। ଖଳ ଲୋକଙ୍କ କାନକୁହା କଥାକୁ ବିଶ୍ୱାସ କରି ପାରିବାରିକ ଜୀବନରେ ସମସ୍ୟା ଆସିବ। ଉତ୍ତରଭାଦ୍ର ନକ୍ଷତ୍ର ନିରୁଦ୍ଦିଷ୍ଟ ବ୍ୟକ୍ତି କିମ୍ବା ହଜିଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri