Posted inRasifala

ରାଶିଫଳ:ଶୁକ୍ରବାର , ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ
ଗୁରୁଚାଣ୍ଡାଳ ଯୋଗ ପ୍ରଭାବରେ ଦୂରଦର୍ଶିତା ବିହୀନ କାର୍ଯ୍ୟ କରିବା ଓ ପୁରାତନ ରୋଗପୀଡ଼ା ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି। ଫେରନ୍ତା ବାଟରେ ଜଣେ ନୀଚ୍ଚ ଜାତିର ଲୋକ ପ୍ରତିବନ୍ଧକ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇପାରେ। ଆଇନ ଅଦାଲତ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
ବୃଷ
ବୃଷ
ତୃତୀୟସ୍ଥ ଶୁକ୍ରଜନିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଆଜକୁ କେତେ ଦିନ ହେଲା ଭଲ ଲାଗୁ ନ ଥିବା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସାମାଜିକ ସ୍ତରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ପ୍ରଭାବରେ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଅଧିକାଂଶ ସମୟରେ ଭାବପ୍ରବଣତା ବୃଦ୍ଧି ପାଇବ, ଯାହାକି ଅଶାନ୍ତିର ହେତୁ ସ୍ବରୂପ ହୋଇପାରେ। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ। ଆପଣଙ୍କ କାର୍ଯ୍ୟ ଦକ୍ଷତା ଓ ବିଚାର ଶୈଳୀକୁ ପଡ଼ୋଶୀମାନେ ଖୁବ୍‌ ପ୍ରଶଂସା କରିପାରନ୍ତି।
କର୍କଟ
କର୍କଟ
ଶନି ଓ ବୁଧଙ୍କ ପାରସ୍ପରିକ ଦୃଷ୍ଟି ଭ୍ରାତୃବିବାଦକୁ ବୃଦ୍ଧି କରିବ। କେତେକ କାମ ଅଟକି ରହିଥିବା କାରଣରୁ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ଆଲୋଚନା କାଳରେ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବନ୍ଧୁ ଅଭିମାନ କରିପାରନ୍ତି। ଯିବା ରାସ୍ଥାରେ ନୀଚ୍ଚଜାତିର ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି।
ସି˚ହ
ସି˚ହ
ପଦସ୍ଥଙ୍କ ଅନୁକମ୍ପାରୁ ସମସ୍ୟା ସମାଧାନପୂର୍ବକ ମାର୍ଗଦର୍ଶନ ଲାଭକରିବେ। ଏହା ସାଙ୍ଗକୁ ପରିବାରରେ ଭୁଲ୍‌ ବୁଝାମଣା ହେତୁ ନିକଟ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଗବେଷଣା, ଅନୁସନ୍ଧାନ, ରାଜନୀତି ଓ ସଭାସମିତିରେ ଚେଷ୍ଟା ସଫଳ ହେବେ।
କନ୍ୟା
ପ୍ରତ୍ୟେକ ପରିସ୍ଥିତିରେ ଜଗି ରଖି ଚଳିବା ଭଲ ନତୁବା ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପରିବାରର ବିଭିନ୍ନ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ିବା ସହଜ ସାଧ୍ୟ ହୋଇ ନ ପାରେ।
ତୁଳା
ତୁଳା
ସାମାଜିକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଆଜି ଦିନ ଭିତରେ ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କିଣା ବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।
ବିଛା
ବିଛା
କେତେକ ସମସ୍ୟା ଉପସ୍ଥିତ ହେବା କାରଣରୁ ପାଇବାକୁ ଥିବା ଆଶା ପୁଣି ମଉଳି ଯିବ। ଆତ୍ମୀୟଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ କିନ୍ତୁ ବ୍ୟବସାୟ ଓ ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି।
ଧନୁ
ଧନୁ
ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଯେତେ ନେହୁରା ହେଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ। କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଅବଶ୍ୟ ପାରିବାରିକ କ୍ଷେତ୍ର ବିଶେଷ ଖରାପ ରହିବ ନାହିଁ।
ମକର
ମକର
ବନ୍ଧୁମାନଙ୍କ କଥାରେ ପଡ଼ି ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିର କରିବେ। ଖଳଲୋକମାନେ ଅପପ୍ରଚାର କରିବା ଫଳରେ ନିଜଲୋକଙ୍କଠାରୁ ଆସ୍ଥାହରାଇବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କାର୍ଯ୍ୟକ୍ରମରେ କିମ୍ବା ଖେଳକୁଦରେ ପ୍ରଶଂସା ପାଇବେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କରି ଚାଲନ୍ତୁ, ସବୁ ଠିକ୍‌ ହୋଇଯିବ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ, କିନ୍ତୁ ବେଶିକ୍ଷଣ ତିଷ୍ଠି ରହିବ ନାହିଁ।
ମୀନମୀନ

ପାରିବାରିକ ଅଶାନ୍ତି କାରଣରୁ ମନରେ ଦୁର୍ଭାବନା ବଢ଼ିଚାଲିବ ଏବଂ ଆପଣ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅସାବଧାନତା କାରଣରୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri