Posted inRasifala

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୯ ତାରିଖ– Daily Horoscope

ମେଷ
ଆଜି ବନ୍ଧୁଙ୍କ ସହ ପରିସ୍ଥିତିବଶତଃ ସାମାନ୍ୟ ବିତର୍କରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ଥିତି ସଂଘର୍ଷମୟ ରହିବ। ଯାତ୍ରା, ବାଣିଜ୍ୟ ଓ ନୂତନକର୍ମାରମ୍ଭ ପାଇଁ ଦିନଟି ଭଲ ରହିବ।
ବୃଷ
ବୃଷ
କୌଣସି ହିତୈଷୀ ବନ୍ଧୁଜଣେ ଆପଣଙ୍କ କୁତ୍ସାରଟନା କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତତା ଅନୁଭବ କରିବେ। ବିଶେଷ ଭ୍ରମଣ ଓ ଶ୍ରମ ଜନିତ ସ୍ବାସ୍ଥ୍ୟ ବିଶେଷ ଭଲ ରହିନପାରେ। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବାରୁ ସାମାନ୍ୟ ଚିନ୍ତା ପ୍ରକଟ କରିପାରନ୍ତି।
ମିଥୁନ
ମିଥୁନ
ଦୀର୍ଘଦିନରୁ ଅଟକି ରହିଯାଇଥିବା କାମ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ ଲୋକମାନେ ପାରିବାରିକ ସମସ୍ୟା ସୃଷ୍ଟିର ମୂଳକାରଣ ହୋଇପାରନ୍ତି। ସଭାସମିତି, ଲେଖାପଢା, କଳା, ସାହିତ୍ୟ କ୍ଷେତ୍ର ଭଲ ରହିବ। ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିହେବାର ସୂଚନା ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ସଙ୍ଗକୁ ଯାତ୍ରା, ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ବିବାଦ, ପ୍ରତିଦ୍ୱନ୍ଦିତା କିମ୍ବା ଆଲୋଚନାରେ ପରିସ୍ଥିତି ସରଗରମ ରହିବ। ଯାତ୍ରା ସମୟରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ।
ସି˚ହ
ସି˚ହ
ଆଜି ମନ ଯେମିତି ଚାହୁଁଛି ସେପରି କାମ କରିବାରେ ଅସୁବିଧା ରହିବନାହିଁ। ଅଳ୍ପ ଖର୍ଚ୍ଚରେ କାମ ହାସଲ କରିବାକୁ ଯାଇ ବେଶୀ ଖର୍ଚ୍ଚାନ୍ତ ହେବାକୁ ପଡିବ। ପାରିବାରିକ ଜୀବନରେ ମତଭେଦଜନିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବକେୟା ଟଙ୍କା ଆଜି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି।
କନ୍ୟା
ଅଭାବ ନ ଥିଲେ ମଧ୍ୟ କୌଣସି ଅତୀତ କଥାର ଝଲକ ମନକୁ ବିଷାଦିତ କରିବ। କର୍ମକ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବାରେ ସାମୟିକ ପ୍ରତିବନ୍ଧକ ଦେଖାଦେଇପାରେ। ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ। ରୋପୀଡା, ପରୋକ୍ଷଶତ୍ରୁତା କିମ୍ବା ବିବାଦୀୟ ଘଟଣାରୁ ଚିନ୍ତା ବଢିଯିବ।
ତୁଳା
ତୁଳା
ଯାତ୍ରା, ବାଣିଜ୍ୟ, ସରକାରୀ ସ୍ତରର କାମ, ସଭାସମିତିରେ ଆଲୋଚନା କ୍ଷେତ୍ର ଆପଣଙ୍କ ସକାଶେ ଭଲ ରହିବ। ଆମତ୍ୀୟଙ୍କ ମାଧ୍ୟମରେ ଅନ୍ୟମାନଙ୍କ ସହ ସୁସମ୍ପର୍କ ସ୍ଥାପନରେ ସମର୍ଥ ହେବେ। ସହକର୍ମୀଙ୍କୁ ସୁପରାମର୍ଶ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଘରୋଇ କାମରେ ବାଧା ସୃଷ୍ଟି ହୋଇପାରେ।
ବିଛା
ବିଛା
ସାମଗ୍ରୀକ ଦୃଷ୍ଟିକୋଣରୁ ଗ୍ରହସ୍ଥିତି ଭଲ ହେତୁ ଯାହା କରିବେ ପ୍ରୀତିପ୍ରଦ ରହିବ। ନିଜ ଲୋକମାନଙ୍କ ବେପରୁଆ ମନୋଭାବ ଯୋଗୁଁ ବିଚଳିତବୋଧ କରିବେ। ସଜ୍ଜନଙ୍କ ସାନିଧ୍ୟ ଲାଭ କରି କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ଆଜିର ଯାନ୍ତ୍ରିକ ଜିନିଷ ସଜାଡିବା ପରିପ୍ରେକ୍ଷୀରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ।
ଧନୁ
ଧନୁ
ରାଶିରେ ପାପଗ୍ରହଙ୍କ ସମାବେଶ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମାନୋଭାବ ଉପୁଜି ପାରେ। ପଡୋଶୀମାନେ ସାଧାରଣ କଥାକୁ ଅତିରଞ୍ଜିତ କରି ସମସ୍ୟା ସୃଷ୍ଟି କରିବେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ, ପଦାଧିକାରୀଙ୍କ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ମକର
ମକର
ଆପଣଙ୍କ ଭାଷା ଓ ଭାବନା ପ୍ରତିକୂଳ ପରିବେଶ ସୃଷ୍ଟି କରିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇଁ ମନୋବଳ ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଚର୍ଯ୍ୟା ମନ୍ଦ ହେବନି ଏବଂ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପରିସ୍ଥିତିରେ ପଡି ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଅର୍ଥ ସମ୍ପର୍କୀୟ କିମ୍ବା ଜମିର ମାଲିକନାକୁ ନେଇ ବିବାଦୀୟ ସ୍ଥିତି ଉପୁଜିପାରେ।
ମୀନମୀନ
ପରିବାର, ଲୋକସମ୍ପର୍କ, ଜମିଜମା, ନୂତନ ଗୃହ, ଯାନବାହନାଦି କ୍ଷେତ୍ର ପ୍ରାୟତଃ ଭଲ ରହିବ। ନିଜର ଅସନ୍ତୋଷକୁ କଡାକଥାରେ ବ୍ୟକ୍ତ କରିବା ଅଶାନ୍ତିର କାରଣ ହେବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଲାଭବାନ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri