Posted inRasifala

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୯ ତାରିଖ– Daily Horoscope

ମେଷ
ଆଜି ବନ୍ଧୁଙ୍କ ସହ ପରିସ୍ଥିତିବଶତଃ ସାମାନ୍ୟ ବିତର୍କରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ଥିତି ସଂଘର୍ଷମୟ ରହିବ। ଯାତ୍ରା, ବାଣିଜ୍ୟ ଓ ନୂତନକର୍ମାରମ୍ଭ ପାଇଁ ଦିନଟି ଭଲ ରହିବ।
ବୃଷ
ବୃଷ
କୌଣସି ହିତୈଷୀ ବନ୍ଧୁଜଣେ ଆପଣଙ୍କ କୁତ୍ସାରଟନା କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତତା ଅନୁଭବ କରିବେ। ବିଶେଷ ଭ୍ରମଣ ଓ ଶ୍ରମ ଜନିତ ସ୍ବାସ୍ଥ୍ୟ ବିଶେଷ ଭଲ ରହିନପାରେ। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବାରୁ ସାମାନ୍ୟ ଚିନ୍ତା ପ୍ରକଟ କରିପାରନ୍ତି।
ମିଥୁନ
ମିଥୁନ
ଦୀର୍ଘଦିନରୁ ଅଟକି ରହିଯାଇଥିବା କାମ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ ଲୋକମାନେ ପାରିବାରିକ ସମସ୍ୟା ସୃଷ୍ଟିର ମୂଳକାରଣ ହୋଇପାରନ୍ତି। ସଭାସମିତି, ଲେଖାପଢା, କଳା, ସାହିତ୍ୟ କ୍ଷେତ୍ର ଭଲ ରହିବ। ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିହେବାର ସୂଚନା ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ସଙ୍ଗକୁ ଯାତ୍ରା, ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ବିବାଦ, ପ୍ରତିଦ୍ୱନ୍ଦିତା କିମ୍ବା ଆଲୋଚନାରେ ପରିସ୍ଥିତି ସରଗରମ ରହିବ। ଯାତ୍ରା ସମୟରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ।
ସି˚ହ
ସି˚ହ
ଆଜି ମନ ଯେମିତି ଚାହୁଁଛି ସେପରି କାମ କରିବାରେ ଅସୁବିଧା ରହିବନାହିଁ। ଅଳ୍ପ ଖର୍ଚ୍ଚରେ କାମ ହାସଲ କରିବାକୁ ଯାଇ ବେଶୀ ଖର୍ଚ୍ଚାନ୍ତ ହେବାକୁ ପଡିବ। ପାରିବାରିକ ଜୀବନରେ ମତଭେଦଜନିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବକେୟା ଟଙ୍କା ଆଜି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି।
କନ୍ୟା
ଅଭାବ ନ ଥିଲେ ମଧ୍ୟ କୌଣସି ଅତୀତ କଥାର ଝଲକ ମନକୁ ବିଷାଦିତ କରିବ। କର୍ମକ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବାରେ ସାମୟିକ ପ୍ରତିବନ୍ଧକ ଦେଖାଦେଇପାରେ। ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ। ରୋପୀଡା, ପରୋକ୍ଷଶତ୍ରୁତା କିମ୍ବା ବିବାଦୀୟ ଘଟଣାରୁ ଚିନ୍ତା ବଢିଯିବ।
ତୁଳା
ତୁଳା
ଯାତ୍ରା, ବାଣିଜ୍ୟ, ସରକାରୀ ସ୍ତରର କାମ, ସଭାସମିତିରେ ଆଲୋଚନା କ୍ଷେତ୍ର ଆପଣଙ୍କ ସକାଶେ ଭଲ ରହିବ। ଆମତ୍ୀୟଙ୍କ ମାଧ୍ୟମରେ ଅନ୍ୟମାନଙ୍କ ସହ ସୁସମ୍ପର୍କ ସ୍ଥାପନରେ ସମର୍ଥ ହେବେ। ସହକର୍ମୀଙ୍କୁ ସୁପରାମର୍ଶ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଘରୋଇ କାମରେ ବାଧା ସୃଷ୍ଟି ହୋଇପାରେ।
ବିଛା
ବିଛା
ସାମଗ୍ରୀକ ଦୃଷ୍ଟିକୋଣରୁ ଗ୍ରହସ୍ଥିତି ଭଲ ହେତୁ ଯାହା କରିବେ ପ୍ରୀତିପ୍ରଦ ରହିବ। ନିଜ ଲୋକମାନଙ୍କ ବେପରୁଆ ମନୋଭାବ ଯୋଗୁଁ ବିଚଳିତବୋଧ କରିବେ। ସଜ୍ଜନଙ୍କ ସାନିଧ୍ୟ ଲାଭ କରି କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ଆଜିର ଯାନ୍ତ୍ରିକ ଜିନିଷ ସଜାଡିବା ପରିପ୍ରେକ୍ଷୀରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ।
ଧନୁ
ଧନୁ
ରାଶିରେ ପାପଗ୍ରହଙ୍କ ସମାବେଶ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମାନୋଭାବ ଉପୁଜି ପାରେ। ପଡୋଶୀମାନେ ସାଧାରଣ କଥାକୁ ଅତିରଞ୍ଜିତ କରି ସମସ୍ୟା ସୃଷ୍ଟି କରିବେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ, ପଦାଧିକାରୀଙ୍କ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ମକର
ମକର
ଆପଣଙ୍କ ଭାଷା ଓ ଭାବନା ପ୍ରତିକୂଳ ପରିବେଶ ସୃଷ୍ଟି କରିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇଁ ମନୋବଳ ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଚର୍ଯ୍ୟା ମନ୍ଦ ହେବନି ଏବଂ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପରିସ୍ଥିତିରେ ପଡି ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଅର୍ଥ ସମ୍ପର୍କୀୟ କିମ୍ବା ଜମିର ମାଲିକନାକୁ ନେଇ ବିବାଦୀୟ ସ୍ଥିତି ଉପୁଜିପାରେ।
ମୀନମୀନ
ପରିବାର, ଲୋକସମ୍ପର୍କ, ଜମିଜମା, ନୂତନ ଗୃହ, ଯାନବାହନାଦି କ୍ଷେତ୍ର ପ୍ରାୟତଃ ଭଲ ରହିବ। ନିଜର ଅସନ୍ତୋଷକୁ କଡାକଥାରେ ବ୍ୟକ୍ତ କରିବା ଅଶାନ୍ତିର କାରଣ ହେବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଲାଭବାନ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri