Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ
ଆଜି ଦ୍ୱାଦଶଚନ୍ଦ୍ର ହେତୁ ବିଭିନ୍ନ କାମରେ ଖଟଣି ବୃଦ୍ଧି ମାନସିକ ଅସ୍ଥିରତା ସୃଷ୍ଟି କରିବ। ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପରିବାରରେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁଙ୍କ ସହ ଭ୍ରମଣ ସୁଯୋଗ ଲାଭକରି ସାମୟିକ ଖୁସି ଅନୁଭବ କରିବେ।
ବୃଷ
ବୃଷ
ଆପଣଙ୍କ ଦୃଢ଼ୋକ୍ତିକୁ କର୍ମକ୍ଷେତ୍ରରେ ଅନ୍ୟ କର୍ମଚାରୀମାନେ ଅସ୍ବୀକାର କରିପାରନ୍ତି। ଅବଶ୍ୟ ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ କୌଣସି ପ୍ରତିରୋଧ ରହିବ ନାହିଁ। କିନ୍ତୁ ପୂର୍ବ ବିବାଦକୁ ନେଇ କଚେରି ମାମଲା ଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲ ନତୁବା ପଶ୍ଚାନ୍ତେ ଅନୁତାପ କରିପାରନ୍ତି।
ମିଥୁନ
ମିଥୁନ
ଅସମର୍ଥିତ ସୂତ୍ରରୁ ଅନ୍ୟମାନଙ୍କ କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି। ଅଫିସ୍‌ କାମରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ନ ହୋଇପାରେ। ନିଜ ଅବହେଳା ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଆଶଙ୍କା ଦେଖାଦେବ।
କର୍କଟ
କର୍କଟ
କାମ ଚାପରେ ବ୍ୟସ୍ତତା ବଢ଼ିଯାଇପାରେ। ପଦୋନ୍ନତି କେତେକାଂଶରେ ମାନସିକ ସ୍ଥିତିକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିବ। ନୂତନ ସ୍ଥାନରେ କୌଣସି ବ୍ୟକ୍ତି ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ସି˚ହ
ସି˚ହ
କୌଣସି ନୂତନ ଯୋଜନା କିମ୍ବା ଦୂରଯାତ୍ରା ସକାଶେ ମନ ବଳାଇପାରନ୍ତି। ବନ୍ଧୁମାନେ ନିଜ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ଚେଷ୍ଟା ଚଳାଇବେ। ଆବଶ୍ୟକତା ପୂରଣ ସକାଶେ ଧାର ସୂତ୍ରରେ ଅର୍ଥ ପାଇବା ପାଇଁ ଚିନ୍ତା କରିବେ। ଜମିଜମା, ବାଣିଜ୍ୟ, ନିର୍ମାଣ କ୍ଷେତ୍ର ଓ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସୁଫଳ ପାଇବେ।
କନ୍ୟା
ଆଜି ଅଫିସ୍‌ରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ୟ ବିଶେଷ ଭଲ ରହିବ ନାହିଁ। ଆମତ୍ୀୟସ୍ବଜନ ବିଭିନ୍ନ ଆଳ ଦେଖାଇ ଆପଣଙ୍କୁ ଅସହଯୋଗ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ସୃଷ୍ଟିର ଆଶଙ୍କା ରହିଛି।
ତୁଳା
ତୁଳା
ଗତକାଲିର ଚିନ୍ତାନୁଯାୟୀ ଆଜିର କାମଗୁଡ଼ିକୁ ଯଥା ସମୟରେ ସମ୍ପନ୍ନ କରିପାରିବେ। କେବଳ ଲୋଭନୀୟ ପ୍ରତିଶ୍ରୁତି ଦେଇ ଉତ୍ତେଜନାପୂର୍ଣ୍ଣ ବାତାବରଣକୁ ହାଲୁକା କରିପାରିବେ। ପରିବାରରେ ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ନିଜ ଲୋକଙ୍କ ବୈମାତୃକ ମନୋଭବ ଅଶାନ୍ତିର କାରଣ ପାଲଟିବ। ଆଖି ଆଗରେ ପ୍ରିୟ ବନ୍ଧୁଟି ଅନ୍ୟକୁ ଆପଣେଇବାର ଦେଖି ମନ ବିଦ୍ରୋହୀ ହୋଇପାରେ। କୌଣସି ଆନୁଷ୍ଠାନିକ କାମ ସକାଶେ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ୱସ୍ତି ଲାଭ କରିବେ। ବ୍ୟବସାୟ, ପରିବହନ ତଥା କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ।
ଧନୁ
ଧନୁ
ଆଜି ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀଙ୍କ ସହଯୋଗ ପାଇ କାମ ହାସଲ କରିବେ। ସଂଗଠନ, ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବେ। ଅନ୍ୟମାନଙ୍କ ସହ ପ୍ରତିଯୋଗିତା ମନୋଭାବରୁ ଅସନ୍ତୁଷ୍ଟ ରହିବେ। କଚେରି ମାମଲା ନେଇ ବ୍ୟସ୍ତତା ବଢ଼ିବ କିନ୍ତୁ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରୁ ସୁନାମ ମିଳିବ।
ମକର
ମକର
ଆଜି କୌଶଳପୂର୍ଣ୍ଣ କଥା ଓ ସାଧାରଣ ତ୍ୟାଗ ମାଧ୍ୟମରେ କାର୍ଯ୍ୟ ହାସଲ କରିବେ। ଆନୁଷ୍ଠାନିକ କାମ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ରପ୍ତାନି ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟିବ। କିନ୍ତୁ ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପାରିବାରିକ ସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ମୀନମୀନ
କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ। ଯେତେ ଭଲ କାମ କଲେ ମଧ୍ୟ ରେବତୀ ନକ୍ଷତ୍ର ସକାଶେ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଅଫିସ୍‌ରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ପାରିବାରିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri