Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ତିକ୍ତତାର ସମାପ୍ତି ଘଟାଇବେ । ବନ୍ଧୁଙ୍କ ସହ ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ମିଳିବ ।
ବୃଷ
ବୃଷ
ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ କିମ୍ବା ସହକର୍ମୀ ସହଯୋଗର ହାତ ବଢାଇବେ । ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ । ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।
ମିଥୁନ
ମିଥୁନ
ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟ ସତ୍ୟ କହିବା ଦ୍ୱାରା ତିକ୍ତତା ସୃଷ୍ଟି ହେବ । ସକାଳୁ କର୍ମାରମ୍ଭ ପାଇଁ ପରିବାରରୁ ସହଯୋଗ ପାଇବେ । ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ଜୀବନ ସୁଖ ସନ୍ତୋଷରେ କଟିବ ।
କର୍କଟ
କର୍କଟ
ମନ କଥା ମନରେ ରଖି କାମ ନ କଲେ କଳହର ସମ୍ମୁଖୀନ ହେବାକୁ ପଡିବ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଆମତ୍ବିଭୋର ହୋଇପାରନ୍ତି । ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା ବୃଦ୍ଧି ପାଇବ । କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳ ହେବେ।
ସି˚ହ
ସି˚ହ
ବିଭିନ୍ନ ଯୋଜନା କରିବେ ସିନା ପାଦେ ମାତ୍ର ଆଗକୁ ଯାଇ ପାରିବେ ନାହିଁ । ଋଣ ଭାରରେ ଅତିଷ୍ଠ ହେବେ, କିନ୍ତୁ ପରିଶୋଧ କରିବାର ରାସ୍ତା ଖୋଜି ପାଇବେ ନାହିଁ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କଲେ ଫଳ ଓଲଟା ପାଇବେ। କ୍ରୀଡା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରି ଖୁସି ହେବେ।
କନ୍ୟା
ଆଜି କିଛି ପାଇବାକୁ ହେଲେ କିଛି ଦେବାକୁ ଚେଷ୍ଟା କରନ୍ତୁ, ଅନ୍ୟଥା ନିରାଶରେ ଘୂରି ବୁଲିବାକୁ ପଡିବ। ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ । ଆଳସ୍ୟ ଯୋଗୁଁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି ।
ତୁଳା
ତୁଳା
ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି ମାନସିକ ଭାରସାମ୍ୟ ହରାଇବେ। ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ କରିପାରିବେନି । ଶତ୍ରୁଠାରୁ ଦୂରତା ରଖି କାମ ନ କଲେ ହଇରାଣ ହେବେ। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବ। ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ ।
ବିଛା
ବିଛା
ଦୀର୍ଘଦିନ ଧରି ଅଟକି ରହିଥିବା କାମ ଜଣେ ବନ୍ଧୁଙ୍କ ସହାୟତାରେ ହୋଇଯିବ। ପରିବହନ, ଶିଳ୍ପ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳତା ପାଇବେ । ପରିବାର ସଦସ୍ୟ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ । ପଡୋଶୀଙ୍କ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ ।
ଧନୁ
ଧନୁ
କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱରେ ଆନନ୍ଦିତ ହେବେ । ଯାତ୍ରା ପୂର୍ବରୁ ଗାଡିକୁ ପରଖି ନିଅନ୍ତୁ। ଆପଣଙ୍କ ସମ୍ପର୍କରେ ବନ୍ଧୁଗହଣରେ ଟୁପ୍ ଟାପ୍ କଥା ଶୁଣି ମନରେ ଛନକା ପଶିପାରେ ।
ମକର
ମକର
ହଠାତ୍ କାୈଣସି ଖବର ପାଇ ବିଚଳିତ ହେବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ସହଯୋଗ ଲୋଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢାରେ ସୁଫଳ ପାଇବେ । ଘରେ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ଓ କଥାରେ ସଂଯମତା ରକ୍ଷା ନ କଲେ କଳହ ସୃଷ୍ଟି ହେବ । ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି । ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର, ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନମୀନ
କର୍ମ କ୍ଷେତ୍ରରେ ଉଚ୍ଚ ଅଫିସରଙ୍କ ସହ ସମ୍ପର୍କହାନି ଚିନ୍ତାର କାରଣ ହେବ । ପିଲାମାନଙ୍କ ସ୍ବାସ୍ଥ୍ୟହାନି କାରଣରୁ ମନ ଅସ୍ଥିର ରହିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ପରିସ୍ଥିତି ବଶତଃ ଧାରକରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri