Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ
ଆଜି ଏକାଧିକ ପାପଗ୍ରହ ରାଶିରେ ଅବସ୍ଥାନ କରି ମାନସିକ ସ୍ଥିତିକୁ ବିଭ୍ରାନ୍ତ କରିପାରନ୍ତି। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିବା ସୂଚନା ରହିଛି। ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ କୈଫିୟତ ଦେବାକୁ ପଡିପାରେ।
ବୃଷ
ବୃଷ
ବିଭିନ୍ନ ପ୍ରକାର କାମର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ। ଅଶ୍ୱିନୀ ନକ୍ଷତ୍ରର ଉଚ୍ଚ ଆଶା ଆଶାରେ ହିଁ ରହିଯିବ।
ମିଥୁନ
ମିଥୁନ
ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ବୃଦ୍ଧି ପାଇବ। ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ପ୍ରତିବନ୍ଧକ ଦୂରେଇଯିବା ସହ ଶିଳ୍ପ, ବାଣିଜ୍ୟ ଓ ଯାତ୍ରା ପାଇଁ ସମସ୍ୟା ରହିବ ନାହିଁ।
କର୍କଟ
କର୍କଟ
ଆତ୍ମୀୟଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା କଷ୍ଟକର ହୋଇପାରେ। ପରିବାରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ବୃଦ୍ଧ ପିତା, ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଲାଭ କରିବେ। ଆନୁଷ୍ଠାନିକ କାମରେ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ସି˚ହ
ସି˚ହ
ଦୀର୍ଘଦିନରୁ ସ୍ଥଗିତ ରହିଯାଇଥିବା ଫାଇଲ୍‌ କାମରେ ଆଜି ବ୍ୟସ୍ତ ରହିପାରନ୍ତି। ଆଗାମୀ ମାଙ୍ଗଳିକ କାମ ସାଙ୍ଗକୁ ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ମନ ଅଶାନ୍ତି ରହିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦ ଘେରରେ ପଡ଼ିବେ। କ୍ରୀଡ଼ା, ସଙ୍ଗୀତ ଓ କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରୁ ସମବେଦନା କିମ୍ବା ସହାନୁଭୂତି ପାଇବେ ନାହିଁ। ହସ୍ତା ନକ୍ଷତ୍ର ଆତ୍ମୀୟଙ୍କ ସହଯୋଗ ପାଇ ଖୁସି ହେବେ। ବକେୟା ଆଦାୟକୁ କେନ୍ଦ୍ରକରି ପ୍ରିୟବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଔଷଧ, ବହିପତ୍ର, ଲୁଗାପଟା ବ୍ୟବସାୟା, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ଭୁଲ୍‌ ବୁଝାମଣାଜନିତ ପାରିବାରିକ କ୍ଷେତ୍ର ସରଗରମ ରହିବ। ଏପରିକି ନିକଟସ୍ଥ ବ୍ୟକ୍ତି ବିଶେଷଙ୍କର ମଧ୍ୟ ଆପଣଙ୍କ ପ୍ରତି ଥିବା ମନୋଭାବ ବଦଳିଯିବ। କଚେରି ମାମଲା କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି। ଚିତ୍ରା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ବିଛା
ବିଛା
ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା କାରଣରୁ ମନୋବଳ କ୍ରମଶଃ ହ୍ରାସ ପାଇବ। ତଥାପି ଆପଣ ମନ ବୁଝିଲା ଭଳି କଥା କହି ପାଖ ପଡ଼ୋଶୀଙ୍କୁ ଆପଣେଇ ନେବେ। ନିଜ ପରିସରରେ ଶୁଣାକଥାକୁ ବିଶ୍ୱାସ କରି ଟେନ୍‌ସନ ବଢ଼ିପାରେ। ଆଶା କରୁଥିବା ଦିଗରୁ ଆର୍ଥିକ ସହଯୋଗର ଅଭାବ ରହିବ ନାହିଁ।
ଧନୁ
ଧନୁ
ଆପଣଙ୍କ ପରିସ୍ଥିତି ପ୍ରତି ସହାନୁଭୂତି ଦେଖାଇ ବନ୍ଧୁମାନେ ସାହାଯ୍ୟ ପ୍ରତିଶ୍ରୁତି ଦେବେ। ଯୋଜନାଟିକୁ କାର୍ଯ୍ୟକାରୀ କରିବାର ସୁବିଧା ସୁଯୋଗ ପାଇପାରିବେ। କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେପରି କିଛି ଘଟିବ ନାହିଁ। ନିଜର ଭୁଲ୍‌କୁ ଆଖିବୁଜି ଦେଇ ଅନ୍ୟ ଉପରେ ଦୋଷ ଢାଳିବାର ଅପଚେଷ୍ଟା କଲେ ଅପଦସ୍ଥ ହୋଇପାରନ୍ତି।
ମକର
ମକର
ପାରିବାରିକ କ୍ଷେତ୍ରରେ କୁହୁଳୁଥିବା ଅଶାନ୍ତି ହଠାତ୍‌ ପରିବେଶକୁ ବଦଳାଇ ଦେବ। ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିଯାଇପାରେ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ତୁଲାଇ ନେବେ। ଶ୍ରବଣା ନକ୍ଷତ୍ର ସବୁକଥା ପଛକୁ ପକାଇ ଅନ୍ୟମାନଙ୍କ ମନଧରି ଚଳିବାକୁ ବାଧ୍ୟ ହେବେ।
କୁମ୍ଭ
କୁମ୍ଭ
ପରିଜନଙ୍କ ସହିତ ଆଜିର ସକାଳୁଆ ଯାତ୍ରା ଆନନ୍ଦ ଦାୟକ ହେବ। କର୍ମକ୍ଷେତ୍ରରେ ମନଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ। କିଣା, ବିକା କାରବାରରେ ଅପଦସ୍ଥ ହେବାର ସମ୍ଭାବନା ରହିଛି। ରାସ୍ଥାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା କିଛି ହରାଇବାକୁ ପଡ଼ିପାରେ।
ମୀନମୀନ
କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ଉଚ୍ଚପଦାଧିକାରୀଙ୍କ ନିକଟରେ ପ୍ରଶଂସିତ ହେବେ। ଦାୟିତ୍ୱ ନେଇଥିବା ଲୋକଟି ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି। ଅନ୍ତରଙ୍ଗ ବନ୍ଧୁଙ୍କୁ ଦେଇଥିବା ଅର୍ଥ ଫେରିପାଇବାରେ ଅକ୍ଷମ ହେବେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri