Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବାରେ ସଫଳ ହେବେ। କାର୍ଯ୍ୟ ବ୍ୟସ୍ତତାରୁ ସ୍ବାସ୍ଥ୍ୟରେ ବତିକ୍ରମ ଦେଖାଦେଇପାରେ। ଆର୍ଥିକ ସ୍ବଚ୍ଛଳ ହେବେ ସତ, ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ସଭାସମିତି, ଅଧ୍ୟାପନା, କ୍ରୀଡା, ଚଳଚ୍ଚିତ୍ର, ସାହିତ୍ୟାଲୋଚନା ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ପାରିବାରିକ ସମସ୍ୟା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସହାୟତାରେ ଋଣ ପରିଶୋଧ କରିପାରିବେ ଓ ଶତ୍ରୁତାର ବିନାଶ ଘଟିବ। ଅପରିଚିତାଙ୍କ ସହ ମିତ୍ରତା କରିବା ସକାଶେ ମନ ବଳାଇବେ। ଦିନଟିରେ ଅନେକ କାମ ହାତକୁ ନେଇ ବ୍ୟସ୍ତ ହେବେ, କିନ୍ତୁ ସମୟାନୁକ୍ରମେ ସବୁ ଠିକ୍‌ ହୋଇଯିବ।
ମିଥୁନ
ମିଥୁନ
ଗୋଡର ମାଂସପେଶୀରେ କିମ୍ବା ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସକାଳୁ ସକାଳୁ ବଳକା କାମକୁ ଶୀଘ୍ର ଶେଷ କରିବା ସକାଶେ ବ୍ୟସ୍ତ ହୋଇପଡିବେ। କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
କର୍କଟ
କର୍କଟ
ବନ୍ଧୁବର୍ଗଙ୍କ ନିକଟରୁ ସହଯୋଗ ଆଶା କରିବା ବୃଥା ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଭାସମିତି କ୍ଷେତ୍ରରୁ ଆମତ୍ସନ୍ତୋଷ ମିଳିବ। ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।
ସି˚ହ
ସି˚ହ
ପୂର୍ବ ପରିସ୍ଥିତିର ପରିବର୍ତ୍ତନ ଘଟି ସାମୟିକ ଆଶ୍ୱସ୍ତି ଲଭିବେ। ଜଗିରଖି ନ ଚଳିଲେ ସବୁ ଦିଗରୁ ଅଶାନ୍ତି ସୃଷ୍ଟିହେବ। ଆର୍ଥିକ ଦୁରବସ୍ଥା କାରଣରୁ ଇଚ୍ଛା କଲେ ମଧ୍ୟ ଆଜି ସ୍ବର୍ଣ୍ଣାଳଙ୍କାର କିଣି ନ ପାରି ମନ ଦୁଃଖ କରିପାରନ୍ତି। କିନ୍ତୁ କୌଣସି ଏକ ଭିନ୍ନ ପରିବେଶରେ ଶତ୍ରୁମାନେ ମିତ୍ର ଭଳି ଆଚରଣ କରିପାରନ୍ତି।
କନ୍ୟା
ଯେଉଁ କାମ କରନ୍ତୁନା କାହିଁକି ସଫଳତା ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ପରେ ମିଳିବ। ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ଲାଗି ରହିବେ, କିନ୍ତୁ କିଛି କରିପାରିବେ ନାହିଁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାମ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସାଧାରଣ କଥାକୁ ଜଟିଳ କରି ଦ୍ୱନ୍ଦ୍ୱରେ ପଡିପାରନ୍ତି।
ତୁଳା
ତୁଳା
ଆଜି କର୍ମକ୍ଷେତ୍ର, ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ଚୁକ୍ତିପତ୍ର, ଜମିଜମା କାରବାର ସକାଶେ ରାସ୍ତା ସୁଗମ ହୋଇପାରିବ। ସ୍ବାସ୍ଥ୍ୟ ପ୍ରତି ସଜାଗ ନ ହେଲେ ଅନୁତାପ କରିବେ। ସଭାସମିତି, ପ୍ରବଚନ, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ବିଛା
ବିଛା
ବିଭିନ୍ନ ବିଷୟର ଦୁଶ୍ଚିନ୍ତା ଫଳରେ ମନର ଭାବନା ଓ କାମରେ ଫରକ ସୃଷ୍ଟି ହେବ। ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ହଟିଯିବ ଓ ଆର୍ଥିକ ଦିଗଟି ଅବଶ୍ୟ ଭଲ ରହିବ। ସତର୍କ ନ ହେଲେ ଠକାମିର ଶିକାର ହେବାର ସମ୍ଭାବନା ରହିଛି। ସାମାଜିକ, ରାଜନୈତିକ, ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ଧନୁ
ଧନୁ
ସକାଳୁ ସକାଳୁ ଜଣେ ବନ୍ଧୁଙ୍କ ମହତ୍ତ୍ୱପୂର୍ଣ୍ଣ କଥା ଶୁଣି ପୁଲକିତ ହେବେ। ଅର୍ଥ ସମ୍ପର୍କୀୟ କଥାରେ ପଡୋଶୀ ସହଯୋଗ ନ କରି ମୁହଁ ଫେରାଇ ନେଇପାରନ୍ତି। ଆଧ୍ୟତ୍ମିକତା, ସାହିତ୍ୟଚର୍ଚ୍ଚା, କଳା, ସଙ୍ଗୀତ ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ। ଦୂରେଇ ଯାଇଥିବା ବନ୍ଧୁଙ୍କଠାରୁ ସହାନୁଭୂତି ମନକୁ ଆଶ୍ୱସ୍ତି ପ୍ରଦାନ କରିବ।
ମକର
ମକର
ପାରିବାରିକ ସହଯୋଗ ପାଇ ନୂତନ କାମ ସହଜରେ ସମ୍ପନ୍ନ କରିବେ। ଜମିଜମା, ଅଗ୍ନି ସମ୍ବନ୍ଧିତ କର୍ମ, ତେଜରାତି ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, ପରିବହନ କ୍ଷେତ୍ରରୁ ଲାଭବାନ୍‌ ହେବେ। ପ୍ରତ୍ୟେକ କାମରେ ଆଶାବାଦୀ ହେବେ ଓ ବକେୟା ଅର୍ଥ ଆଦାୟ ହେବ। ବନ୍ଧୁଙ୍କଠାରୁ ସହାନୁଭୂତି ପାଇ ଭାବ ପ୍ରବଣ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ ଆଲୋଚନା କ୍ଷେତ୍ରରେ ଘରୋଇ କଥାକୁ କେନ୍ଦ୍ରକରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଅଳଙ୍କାର ଓ ବସନ ଭୂଷଣ ପ୍ରଭୃତି ସାଧାରଣ କଥାକୁ ନେଇ ପରିବାରରେ ଝଡ ଉଠିପାରେ। ବନ୍ଧଙ୍କୁ କଥାରେ ପ୍ରଭାବିତ ହୋଇ ଭୁଲ୍‌ କାମ କରିପାରନ୍ତି।
ମୀନମୀନ
ବନ୍ଧୁଙ୍କ ଉପରେ ପୂର୍ଣ୍ଣ ଭରସା କଲେ ମୁଣ୍ଡରେ ହାତ ଦେଇ ବସିବାକୁ ପଡିବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ମାଧ୍ୟମରେ କାମ କରି ପାରିବେ। ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଶତ୍ରୁମାନେ ଆପଣଙ୍କ କାମର ପ୍ରଶଂସା କରିପାରନ୍ତି। ପୁତ୍ରକନ୍ୟା ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri