Posted inRasifala

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୭ ତାରିଖ – Daily Horoscope

ମେଷ
ଆଜି ଧର୍ମସ୍ଥାନରେ ଚନ୍ଦ୍ର ହେତୁ ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁମିଳନ ଅବଶ୍ୟ ଘଟିବ। କିନ୍ତୁ ଦ୍ୱିଜାନକ୍ଷତ୍ର ଜାତବ୍ୟକ୍ତିମାନେ କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ଆକସ୍ମିକ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ବୃଷ
ବୃଷ
ଆଜି ମୃଗଶିରା ନକ୍ଷତ୍ର ଅନିୟମିତ ଆହାର ଗ୍ରହଣରେ ଶରୀର କଷ୍ଟ ଅନୁଭବ କରିପାରନ୍ତି। ଦକ୍ଷତା ଓ ସମୟାନୁବର୍ତ୍ତିତା ହେତୁ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ମିଳିବ। ଆଲୋଚନା ଅବସରରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ।
ମିଥୁନ
ମିଥୁନ
ଶୁଭଚନ୍ଦ୍ରଜନିତ ଆପଣଙ୍କ କାର୍ଯ୍ୟଶୈଳୀର ପ୍ରଶଂସା ମିତ୍ରମାନେ ଗାଇବୁଲିବେ। କ୍ରୀଡା, ସଙ୍ଗୀତ ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ପାରିବାରିକ କ୍ଷେତ୍ରରେ ପୁନର୍ବସୁ ନକ୍ଷତ୍ର ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ।
କର୍କଟ
କର୍କଟ
ବାରମ୍ବାର ପାଇବା ଜିନିଷର ଅନିଶ୍ଚିତତା ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରିବ। ରାହୁଙ୍କ କୁପ୍ରଭାବରୁ କର୍ମକ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଅସ୍ଥିରତା ଲାଗିରହିବ। ବନ୍ଧୁଗହଣରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ।
ସି˚ହ
ସି˚ହ
ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ଦୀର୍ଘଦିନରୁ ରହିଆସିଥିବା ସମସ୍ୟା ସମାଧାନ ହୋଇଯିବ। ପୂର୍ବାଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିମାନେ ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
କନ୍ୟା
ମଙ୍ଗଳଙ୍କ ଦୃଷ୍ଟିଜନିତ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି କରୁଥିବା କାମ ପାଇଁ ସାହାଯ୍ୟକାରୀ ହେବ। କର୍ମକ୍ଷେତ୍ରରେ ଈର୍ଷା ଓ ଅସୂୟାଜନିତ ଶତ୍ରୁତା ଯୋଗୁ ସାମୟିକ ବିଚଳିତବୋଧ କରିପାରନ୍ତି। ପାରିବାରିକ ପରିସ୍ଥିତି ପୂର୍ବପରି ଗମ୍ଭୀର ରହିବ କିନ୍ତୁ ଆପଣ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ତୁଳା
ତୁଳା
ସୁସ୍ଥ ଚିନ୍ତାଧାରା ପ୍ରସୂତ କାର୍ଯ୍ୟଶୈଳୀ ଦ୍ୱାରା ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଚିତ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସଭାସମିତିରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ନୀରବତା ଅବଲମ୍ବନ ଫଳରେ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ କମିଯାଇପାରେ।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ଆନୁଷ୍ଠାନିକ କାମ ସକାଶେ ଆଜିର ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ। ଶୁଭକାର୍ଯ୍ୟରେ ଯୋଗଦେଇ ଦୀର୍ଘଦିନର ଅଦେଖା ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟ କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ସନ୍ଦେହୀ ହୋଇଉଠିବେ।
ଧନୁ
ଧନୁ
ଅଷ୍ଟମାଧିପ ଚନ୍ଦ୍ରଙ୍କ ପ୍ରଭାବରେ ବିଭିନ୍ନ ପ୍ରକାରର ଅତୀତ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ପରିସ୍ଥିତି ଯେତେ ଗମ୍ଭୀର ହେଉନା କାହିଁକି, ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ଆଶା ପୂରଣରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ମକର
ମକର
ଅନ୍ୟାନ୍ୟ କୌଣସି ଅସୁବିଧା ନ ଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା କର୍ମକ୍ଷେତ୍ରକୁ ସ୍ଥଗିତ ରଖିବ। ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଧନିଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଘରକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲାଭଳି କାମ କରି ଉପକୃତ ହେବେ।
କୁମ୍ଭ
କୁମ୍ଭ
ସମସ୍ୟାକୁ ନିୟନ୍ତ୍ରଣ କରିବା ସକାଶେ ପ୍ରିୟ କଥା କହି ସୁଧାରି ନେବେ। ଶତଭିଷା ନକ୍ଷତ୍ରର ପାରିବାରିକ ଅସ୍ଥିରତା ବୃଦ୍ଧି ପାଇବା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ବାଣିଜ୍ୟ, ପରିବହନରେ ସଫଳତା ହାସଲ କରିବେ। ଆର୍ଥିକ ସ୍ଥିତି ବେଳକୁ ବେଳ ଦୁର୍ବଳ ରହିବା କାରଣରୁ କାମଗୁଡିକ ବାଧାପ୍ରାପ୍ତ ହେବ।
ମୀନମୀନ
ମାନସିକ ଅସୁସ୍ଥତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଲାଗିରହିବ। ରେବତୀ ନକ୍ଷତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତିକରିବ। ବନ୍ଧୁମେଳରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?