Posted inRasifala

ରାଶିଫଳ: ମଙ୍ଗଳବାର , ଫେବୃୟାରୀ ୧୪ ତାରିଖ – Daily Horoscope

ମେଷ
ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। କୃତ୍ତିକା ନକ୍ଷତ୍ର ଆଶା କରିଥିବା ଜିନିଷଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ମନୋଭାବରେ ପରିବର୍ତ୍ତନ କାରଣରୁ ଭୁଲ୍‌ ବୁଝାମଣା ହୋଇପାରେ। ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ, ଯୋଗାଯୋଗ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ନିଜର ଲୋକମାନେ ମଧ୍ୟ କ୍ରମଶଃ ଦୂରେଇଯାଉଥିବାର ଲକ୍ଷ୍ୟ କରିବେ। ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟବନ୍ଧୁ ସାହାଯ୍ୟ କରିବେ। ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ମୃଗଶିରା ନକ୍ଷତ୍ର ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆଜି ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କାମ ସମ୍ପନ୍ନ କରିବେ। ଆର୍ଥିକ ସଙ୍କଟ ରହିବ ନାହିଁ, ଜଣେ ବନ୍ଧୁଙ୍କଠାରୁ ଉଧାରି ଟଙ୍କା ଆଣି ଆବଶ୍ୟକତା ପୂରଣ କରିବେ। ପଡ଼ୋଶୀ ପ୍ରତିବାଦ କଲେ ମଧ୍ୟ ଅନ୍ୟମାନେ ସପକ୍ଷରେ ମତ ଦେବେ। ଆରଦ୍ରା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ।
କର୍କଟ
କର୍କଟ
ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଠିକ୍‌ ହେବ। ଅଶ୍ଳେଷା ପରୋକ୍ଷ ଶତ୍ରୁତା ପ୍ରତି ସାବଧାନ ରହିବା ଭଲ ହେବ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ବିବ୍ରତ ରହିବ। ସ୍ଥଗିତ କାମ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବେ। କାର୍ଯ୍ୟବ୍ୟସ୍ତ ଯୋଗୁ ମଉଜ କରିବାକୁ ଅବସର ପାଇବେ ନାହିଁ। ମଘା ନକ୍ଷତ୍ର ସକାଶେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
କନ୍ୟା
ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜକୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ହସ୍ତା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି। ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଚିତ୍ରା ନକ୍ଷତ୍ରର ପରିବାରରେ ବିଭିନ୍ନ ଅନାକାଂକ୍ଷିତ ସମସ୍ୟା ଦେଖାଦେଇପାରେ। କରୁଥିବା ବ୍ୟବସାୟରେ ବିଶେଷ ଲାଭ ନ ହେଲେ ସୁଦ୍ଧା କ୍ଷତିର ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ। ସାଧାରଣ କଥାକୁ ନେଇ ଉତ୍ତେଜନା କାରଣରୁ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ବିଛା
ବିଛା
ସମସ୍ୟାର ଯଥାବିଧି ସମାଧାନ ପାଇଁ ତପତ୍ରତା ପ୍ରକାଶକରି ସଫଳତା ପାଇବେ। ବିଶାଖା ନକ୍ଷତ୍ରର ପରିବାର ଭିତରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସମ୍ପର୍କୀୟମାନେ ଉପର ମନରେ ସ୍ନେହ , ଶ୍ରଦ୍ଧା ଦେଖାଇ ଭିତରେ ଚେର କାଟିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବା ସୂଚନା ରହିଛି।
ଧନୁ
ଧନୁ
ଆରମ୍ଭ କରିଥିବା ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ ନାହିଁ। ପୂର୍ବାଷାଢ଼ା ନକ୍ଷତ୍ର ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟିକ ସଫଳତା ଓ ରାଜନୈତିକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ମନ ବୁଝିଲାଭଳି କଥା କହି ପାରିବାରିକ ସମସ୍ୟାକୁ ସୁଧାରି ନେବେ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିପାରେ। ଅନ୍ୟର ମନ ଅନୁଯାୟୀ କାମକରି ବାହାବା ନେଇପାରନ୍ତି ଫଳରେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶ୍ରବଣା ନକ୍ଷତ୍ରର ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢ଼ାଇବାର ସମ୍ଭାବନା ରହିଛି। ନିର୍ମାଣ, ମରାମତି କାମ ଓ ପ୍ରତିଟି ପଦକ୍ଷେପରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ଆର୍ଥିକ ପ୍ରଗତି କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଶତଭିଷା ନକ୍ଷତ୍ର ଯାହା ଖୋଜୁଛନ୍ତି ତାହା ଅବଶ୍ୟ ଲାଭକରି ଉପକୃତ ହେବେ। ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ପେଟ ଗୋଳମାଳ ଓ ଅଜୀର୍ଣ୍ଣ ଜନିତ ବ୍ୟାଧି ଦେଖାଦେଇପାରେ। ଭ୍ରମଣ ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ।
ମୀନମୀନ
ବହୁ ପରିଶ୍ରମ କରିବା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଅବହେଳା ଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଆଗାମୀ ନୂତନ କାମଟିର ଆରମ୍ଭ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ରେବତୀ ନକ୍ଷତ୍ର ପାରିବାରିକ ବ୍ୟତିକ୍ରମକୁ ସୁଧାରିନେବାର ପ୍ରଯନତ୍ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri