Posted inRasifala

ରାଶିଫଳ: ମଙ୍ଗଳବାର , ଫେବୃୟାରୀ ୧୪ ତାରିଖ – Daily Horoscope

ମେଷ
ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। କୃତ୍ତିକା ନକ୍ଷତ୍ର ଆଶା କରିଥିବା ଜିନିଷଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ମନୋଭାବରେ ପରିବର୍ତ୍ତନ କାରଣରୁ ଭୁଲ୍‌ ବୁଝାମଣା ହୋଇପାରେ। ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ, ଯୋଗାଯୋଗ କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ନିଜର ଲୋକମାନେ ମଧ୍ୟ କ୍ରମଶଃ ଦୂରେଇଯାଉଥିବାର ଲକ୍ଷ୍ୟ କରିବେ। ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟବନ୍ଧୁ ସାହାଯ୍ୟ କରିବେ। ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ମୃଗଶିରା ନକ୍ଷତ୍ର ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆଜି ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କାମ ସମ୍ପନ୍ନ କରିବେ। ଆର୍ଥିକ ସଙ୍କଟ ରହିବ ନାହିଁ, ଜଣେ ବନ୍ଧୁଙ୍କଠାରୁ ଉଧାରି ଟଙ୍କା ଆଣି ଆବଶ୍ୟକତା ପୂରଣ କରିବେ। ପଡ଼ୋଶୀ ପ୍ରତିବାଦ କଲେ ମଧ୍ୟ ଅନ୍ୟମାନେ ସପକ୍ଷରେ ମତ ଦେବେ। ଆରଦ୍ରା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ।
କର୍କଟ
କର୍କଟ
ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଠିକ୍‌ ହେବ। ଅଶ୍ଳେଷା ପରୋକ୍ଷ ଶତ୍ରୁତା ପ୍ରତି ସାବଧାନ ରହିବା ଭଲ ହେବ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ବିବ୍ରତ ରହିବ। ସ୍ଥଗିତ କାମ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବେ। କାର୍ଯ୍ୟବ୍ୟସ୍ତ ଯୋଗୁ ମଉଜ କରିବାକୁ ଅବସର ପାଇବେ ନାହିଁ। ମଘା ନକ୍ଷତ୍ର ସକାଶେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
କନ୍ୟା
ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜକୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ହସ୍ତା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି। ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଚିତ୍ରା ନକ୍ଷତ୍ରର ପରିବାରରେ ବିଭିନ୍ନ ଅନାକାଂକ୍ଷିତ ସମସ୍ୟା ଦେଖାଦେଇପାରେ। କରୁଥିବା ବ୍ୟବସାୟରେ ବିଶେଷ ଲାଭ ନ ହେଲେ ସୁଦ୍ଧା କ୍ଷତିର ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ। ସାଧାରଣ କଥାକୁ ନେଇ ଉତ୍ତେଜନା କାରଣରୁ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ବିଛା
ବିଛା
ସମସ୍ୟାର ଯଥାବିଧି ସମାଧାନ ପାଇଁ ତପତ୍ରତା ପ୍ରକାଶକରି ସଫଳତା ପାଇବେ। ବିଶାଖା ନକ୍ଷତ୍ରର ପରିବାର ଭିତରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସମ୍ପର୍କୀୟମାନେ ଉପର ମନରେ ସ୍ନେହ , ଶ୍ରଦ୍ଧା ଦେଖାଇ ଭିତରେ ଚେର କାଟିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବା ସୂଚନା ରହିଛି।
ଧନୁ
ଧନୁ
ଆରମ୍ଭ କରିଥିବା ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ ନାହିଁ। ପୂର୍ବାଷାଢ଼ା ନକ୍ଷତ୍ର ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟିକ ସଫଳତା ଓ ରାଜନୈତିକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ମନ ବୁଝିଲାଭଳି କଥା କହି ପାରିବାରିକ ସମସ୍ୟାକୁ ସୁଧାରି ନେବେ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିପାରେ। ଅନ୍ୟର ମନ ଅନୁଯାୟୀ କାମକରି ବାହାବା ନେଇପାରନ୍ତି ଫଳରେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶ୍ରବଣା ନକ୍ଷତ୍ରର ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢ଼ାଇବାର ସମ୍ଭାବନା ରହିଛି। ନିର୍ମାଣ, ମରାମତି କାମ ଓ ପ୍ରତିଟି ପଦକ୍ଷେପରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ଆର୍ଥିକ ପ୍ରଗତି କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଶତଭିଷା ନକ୍ଷତ୍ର ଯାହା ଖୋଜୁଛନ୍ତି ତାହା ଅବଶ୍ୟ ଲାଭକରି ଉପକୃତ ହେବେ। ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ପେଟ ଗୋଳମାଳ ଓ ଅଜୀର୍ଣ୍ଣ ଜନିତ ବ୍ୟାଧି ଦେଖାଦେଇପାରେ। ଭ୍ରମଣ ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ।
ମୀନମୀନ
ବହୁ ପରିଶ୍ରମ କରିବା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଅବହେଳା ଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଆଗାମୀ ନୂତନ କାମଟିର ଆରମ୍ଭ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ରେବତୀ ନକ୍ଷତ୍ର ପାରିବାରିକ ବ୍ୟତିକ୍ରମକୁ ସୁଧାରିନେବାର ପ୍ରଯନତ୍ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri