Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୪ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପାରିବାରିକ ସ୍ଥିତି, ଲୋକ ସମ୍ପର୍କ, ସଭାସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜ ଲୋକଙ୍କୁ କୈଫିୟତ୍‌ ଦେବାକୁ ପଡ଼ିବ। ଶାରୀରିକ ସୁସ୍ଥତା ଫେରି ଆସିବାରୁ ଆଶ୍ୱସ୍ତି ଲାଭ କରିବେ।
ବୃଷ
ବୃଷ
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦ ଅନୁଭବ କରିବେ। ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଆଜିର ଯାତ୍ରା, ଧର୍ମକାର୍ଯ୍ୟ, ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ମୃଗଶିରା ନକ୍ଷତ୍ର ସାଧାରଣ କଥାରେ ଉତ୍ତେଜିତ ହୋଇ ଭୁଲ୍‌ କରିପାରନ୍ତି।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ର ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ। ପାରିବାରିକ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉଚ୍ଚବାଚ୍ଚ ଜନିତ କୌଣସି ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।
କର୍କଟ
କର୍କଟ
ଆର୍ଥିକ ଅନଟନ ହେତୁ ଆଶା ପୂରଣ ହୋଇପାରିବ ନାହିଁ। ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ଯୋଜନା କରିପାରନ୍ତି। ପୁନର୍ବସୁ ନକ୍ଷତ୍ରର ପରିବହନ କ୍ଷେତ୍ରରେ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପାରଷ୍ପରିକ ଭୁଲ୍‌ ନିଷ୍ପତ୍ତି ହେତୁ ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ।
ସି˚ହ
ସି˚ହ
ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଚାଲିବା ସାଙ୍ଗକୁ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରି ସମସ୍ୟା ସୃଷ୍ଟି କରିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ।
କନ୍ୟା
ଚିତ୍ରା ନକ୍ଷତ୍ର ଆଜି ଦିନରେ ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ନିଜ ପରିସରର ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପ୍ରବାସୀମାନେ ଘରଭଡ଼ାକୁ କେନ୍ଦ୍ରକରି ଝଗଡ଼ାର ସମ୍ମୁଖୀନ ହୋଇପାରନ୍ତି। କାରିଗରି, ନିର୍ମାଣ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ତୁଳା
ତୁଳା
ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ। ବ୍ୟବସାୟ, ପରିବହନ, କଳା, ସାହିତ୍ୟ,ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ବାତୀ ନକ୍ଷତ୍ର ବ୍ୟକ୍ତିଙ୍କ ପାରିବାରିକ ବିବାଦ ହେତୁ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ।
ବିଛା
ବିଛା
ଜ୍ୟେଷ୍ଠା ନକ୍ଷତ୍ର କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ମନୋରଞ୍ଜନରେ, ଯାତ୍ରା ସମୟରେ, ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହେବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଟେନସନ୍‌ ବଢ଼ିପାରେ। ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ।
ଧନୁ
ଧନୁ
ମୂଳା ନକ୍ଷତ୍ର ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନା କାଯର୍‌ୟକାରୀ କରିବେ। କୌଣସି ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି। ନିଜ ମନ ପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ମକର
ମକର
ଶ୍ରବଣା ନକ୍ଷତ୍ର ସକାଶେ ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ମାନସିକ ଚାପ ବୃଦ୍ଧି ପାଇବା ଜନିତ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇ ନେବେ। କୌଣସି ଜିନିଷର କ୍ରୟବିକ୍ରୟ ନିମିତ୍ତ ପରିବାରରେ ମତ ପାର୍ଥକ୍ୟ କାରଣରୁ ଅଶାନ୍ତ ରହିବେ।
କୁମ୍ଭ
କୁମ୍ଭ
ନୂତନ କର୍ମସସ୍ଥାନ ପାଇଁ ମନ ଦେଇ ପାରନ୍ତି,ଅବଶ୍ୟ କିଛି ଅସୁବିଧା ହେବ ନାହିଁ। ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଧନିଷ୍ଠା ନକ୍ଷତ୍ର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ଅନ୍ୟଥା ଅନୁତାପ କରିବା ସାର୍‌ ହେବ। ବ୍ୟବସାୟ, ପରିବହନ, ବାଣିଜ୍ୟ, କଳକାରଖାନା ଦିଗରୁ ଉପକୃତ ହେବେ।
ମୀନମୀନ
ରେବତୀ ନକ୍ଷତ୍ରର କେତେକ କାମରେ ପ୍ରତିବନ୍ଧକ ଯୋଗୁ ଆଶାନୁଯାୟୀ ଅଗ୍ରଗତି ହୋଇପାରିବ ନାହିଁ। ଦାୟିତ୍ୱହୀନତା କାରଣରୁ କୌଣସି ବନ୍ଧୁ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି। ଦୀର୍ଘ ଦିନରୁ ବକେୟା ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସହକର୍ମୀଙ୍କ ସହ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri